ୱକଫ ବିଲ ଗୃହୀତ ହେବା ପରେ ଜାଣନ୍ତୁ ଏବେ କେଉଁଠି ଲାଗିବ ଖଟକା ?

ନୂଆଦିଲ୍ଲୀ ୩।୪: ୱକଫ (ସଂଶୋଧନ) ବିଧେୟକ ୨୦୨୫ ଲୋକସଭାରେ ଗୃହୀତ ହୋଇଯାଇଛି। ଏବେ ବିଧେୟକ ଉପରେ ରାଜ୍ୟସଭାରେ ଚର୍ଚ୍ଚା ଚାଲିଛି। ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରେଣ ରିଜିଜୁ ବୁଧବାର ଲୋକସଭାରେ ବିଧେୟକ ଉପସ୍ଥାପନ କରିଥିଲେ ଓ ଚର୍ଚ୍ଚାର ଜବାବ ଦେଇ କହିଥିଲେ ଏହା ମୁସଲମାନ ସମୂଦାୟଙ୍କ ହୀତ ଉଦ୍ଦେଶ୍ୟରେ ଅଣାଯାଇଛି। ବିଧେୟକକୁ ୨୮୮ ରୁ ୨୩୨ଟି ମତ ମିଳିଥିବା ବେଳେ ସଦନରେ ଗୃହୀତ ହୋଇଯାଇଛି। ଏହି ବିଧେୟକ ଗୃହୀତ ହୋଇଥିବାରୁ ଏବେ ୱକଫର ସ୍ୱେଚ୍ଛାଚାର ଉପରେ ରୋକ ଲାଗିବ। ଏଥିରେ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ସଂଶୋଧନରେ ପ୍ରଥମ ସଂଶୋଧନଟି ହେଉଛି ଆଦିବାସୀ ଜମିକୁ ୱକଫ ଜମି ଘୋଷଣା କରାଯାଇ ପାରିବ ନାହିଁ। ଏହାର ଅର୍ଥ ହେଉଛି ବିହାର, ଝାଡଖଣ୍ଡ ଓ ଅନ୍ୟ ଆଦିବାସୀ ରାଜ୍ୟରେ ଆଦିବାସୀଙ୍କ ଜମିକୁ ୱକଫ ନାମରେ ଅତିକ୍ରମଣ କରାଯାଇ ପାରିବନି  ଓ ଆଦିବାସୀଙ୍କ ସ୍ୱାର୍ଥର ରକ୍ଷା ହେବ। ସେହିପରି କୌଣସି ସଂରକ୍ଷିତ ସ୍ମାରକ ଓ ସଂରକ୍ଷିତ ଭୂମିକୁ ୱକଫ ଜମି ଘୋଷଣା କରାଯାଇ ପାରିବନି। କେବଳ ଏତିକି ନୁହେଁ ଏପର୍ଯ୍ୟନ୍ତ ଯେତେ ସଂରକ୍ଷିତ ସ୍ମାରକ ଅଥବ ଭୂମିକୁ ୱକଫ ସମ୍ପତ୍ତି ଘୋଷଣା କରାଯାଇଛି ସେ ସବୁ ଆଇନ ପ୍ରଣୟନ ହେବା ପରେ ରଦ୍ଦ ହୋଇଯିବ। ଏହାର ଅର୍ଥ ଦେଶରେ ଯେତେ ସବୁ ପ୍ରାଚୀନ ସ୍ମାରକ ଭାରତୀୟ ପ୍ରତ୍ନତତ୍ୱ ସର୍ଭେକ୍ଷଣ (ଏଏସଆଇ) ଦ୍ୱାରା ସଂରକ୍ଷିତ ଘୋଷଣା କରାଯାଇଛି ସେଗୁଡିକୁ ଏବେ ଆଉ ୱାକଫ ସମ୍ପତ୍ତି ମନେ କରାଯିବ ନାହିଁ। ସାରା ଦ

ୱକଫ ବିଲ ଗୃହୀତ ହେବା ପରେ ଜାଣନ୍ତୁ ଏବେ କେଉଁଠି ଲାଗିବ ଖଟକା ?

ନୂଆଦିଲ୍ଲୀ ୩।୪: ୱକଫ (ସଂଶୋଧନ) ବିଧେୟକ ୨୦୨୫ ଲୋକସଭାରେ ଗୃହୀତ ହୋଇଯାଇଛି। ଏବେ ବିଧେୟକ ଉପରେ ରାଜ୍ୟସଭାରେ ଚର୍ଚ୍ଚା ଚାଲିଛି। ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରେଣ ରିଜିଜୁ ବୁଧବାର ଲୋକସଭାରେ ବିଧେୟକ ଉପସ୍ଥାପନ କରିଥିଲେ ଓ ଚର୍ଚ୍ଚାର ଜବାବ ଦେଇ କହିଥିଲେ ଏହା ମୁସଲମାନ ସମୂଦାୟଙ୍କ ହୀତ ଉଦ୍ଦେଶ୍ୟରେ ଅଣାଯାଇଛି। ବିଧେୟକକୁ ୨୮୮ ରୁ ୨୩୨ଟି ମତ ମିଳିଥିବା ବେଳେ ସଦନରେ ଗୃହୀତ ହୋଇଯାଇଛି। 

ଏହି ବିଧେୟକ ଗୃହୀତ ହୋଇଥିବାରୁ ଏବେ ୱକଫର ସ୍ୱେଚ୍ଛାଚାର ଉପରେ ରୋକ ଲାଗିବ। ଏଥିରେ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ସଂଶୋଧନରେ ପ୍ରଥମ ସଂଶୋଧନଟି ହେଉଛି ଆଦିବାସୀ ଜମିକୁ ୱକଫ ଜମି ଘୋଷଣା କରାଯାଇ ପାରିବ ନାହିଁ। ଏହାର ଅର୍ଥ ହେଉଛି ବିହାର, ଝାଡଖଣ୍ଡ ଓ ଅନ୍ୟ ଆଦିବାସୀ ରାଜ୍ୟରେ ଆଦିବାସୀଙ୍କ ଜମିକୁ ୱକଫ ନାମରେ ଅତିକ୍ରମଣ କରାଯାଇ ପାରିବନି  ଓ ଆଦିବାସୀଙ୍କ ସ୍ୱାର୍ଥର ରକ୍ଷା ହେବ। ସେହିପରି କୌଣସି ସଂରକ୍ଷିତ ସ୍ମାରକ ଓ ସଂରକ୍ଷିତ ଭୂମିକୁ ୱକଫ ଜମି ଘୋଷଣା କରାଯାଇ ପାରିବନି। 

କେବଳ ଏତିକି ନୁହେଁ ଏପର୍ଯ୍ୟନ୍ତ ଯେତେ ସଂରକ୍ଷିତ ସ୍ମାରକ ଅଥବ ଭୂମିକୁ ୱକଫ ସମ୍ପତ୍ତି ଘୋଷଣା କରାଯାଇଛି ସେ ସବୁ ଆଇନ ପ୍ରଣୟନ ହେବା ପରେ ରଦ୍ଦ ହୋଇଯିବ। ଏହାର ଅର୍ଥ ଦେଶରେ ଯେତେ ସବୁ ପ୍ରାଚୀନ ସ୍ମାରକ ଭାରତୀୟ ପ୍ରତ୍ନତତ୍ୱ ସର୍ଭେକ୍ଷଣ (ଏଏସଆଇ) ଦ୍ୱାରା ସଂରକ୍ଷିତ ଘୋଷଣା କରାଯାଇଛି ସେଗୁଡିକୁ ଏବେ ଆଉ ୱାକଫ ସମ୍ପତ୍ତି ମନେ କରାଯିବ ନାହିଁ। ସାରା ଦେଶରେ ଏହିପରି ୨୦୦ଟି ସ୍ମାରକ ରହିଛି ଯାହାକୁ ୱକଫ ନିଜର ଦାବି କରିଆସୁଛି। 

ଏଥିରେ ଦିଲ୍ଲୀର ପୁରୁଣା କିଲ୍ଲା, କୁତୁବ ମିନାର, ସଫଦରଜଙ୍ଗ ମକବରା ଓ ହୁମାୟୁନଙ୍କ ମକବରା ରହିଛି। ସେହିପରି କର୍ଣ୍ଣାଟକରେ ଟିପୁ ସୁଲତାନଙ୍କ ମକବରା, ଔରଙ୍ଗଜେବଙ୍କ ପତ୍ନୀଙ୍କ କବର ଓ ଗୁଲବର୍ଗା କିଲ୍ଲାକୁ ବି ୱକଫ ସମ୍ପତ୍ତି କୁହାଯାଉଛି। ବିହାରରେ ମଧ୍ୟ ଏପରି ଅନେକ ସ୍ମାରକ ରହିଛି ଯାଉଁଗୁଡିକୁ ଏପର୍ଯ୍ୟନ୍ତ ୱକଫ ସମ୍ପତ୍ତି ଦାବି କରାଯାଉଛି। ୱକଫ ଆଇନ ଆସିବା ପରେ ଏହି ସବୁ ସମ୍ପତ୍ତିକୁ ବାହାର କରାଯିବ। ଏହି ବିଧେୟକର ଏକ ବଡ ଲାଭ ପସମାନ୍ଦା (ପଛୁଆ) ମୁସ୍ଲିମଙ୍କୁ ହେବ ବୋଲି କୁହାଯାଉଛି। 

ବିହାରରେ ଏପରି ପଛୁଆ ମୁସ୍ଲିମଙ୍କ ଏକ ବଡ଼ ସମୂଦାୟ ରହିଛି। ତେବେ ପସମାନ୍ଦା ମୁସଲମାନଙ୍କ ପ୍ରତିନିଧିତ୍ୱ କରୁଥିବା ଏକ ସଙ୍ଗଠନ ୱକଫ ବିଲ ସପକ୍ଷରେ ରହିଛି। ସେପ୍ଟେମ୍ବର ୨୦୨୪ରେ ଅନୁଷ୍ଠିତ ଜେପିସି ବୈଠକରେ ଏହି ବିଧେୟକ ୮୫% ମୁସଲମାନଙ୍କ ଲାଗି ଲାଭଜନକ ବୋଲି କୁହାଯାଇଥିଲା। ଏହି ସଙ୍ଗଠନର କହିବା କଥା ହେଉଛି ଏହି ଆଇନ ୱକଫ ବୋର୍ଡରେ ସଂସ୍କାର ଆଣି ବିକାଶରୁ ପଛରେ ରହିଯାଇଥିବା ମୁସଲମାନଙ୍କୁ ଲାଭାନ୍ୱିତ କରିବ। 

ଏଣୁ ପସମାନ୍ଦା ମୁସଲମାନ ସମାଜର କହିବା କଥା ହେଉଛି ଏହି ସଂଶୋଧନ ଯୋଗୁ ୱକଫ ସମ୍ପତ୍ତି ଉପରେ ଅବୈଧ ନିୟନ୍ତ୍ରଣ ରଖିଥିବା ଅଶରାଫ(ଅଗଡି) ମୁସଲମାନଙ୍କ ସ୍ୱାର୍ଥରେ ବାଧା ପଡିବାକୁ ଯାଉଛି। ଏଣୁ ସେମାନେ ଏହି ବିଧେୟକକୁ ବିରୋଧ କରିବା ସହ ମୁସଲମାନ ସମୂଦାୟକୁ ବିରୋଧ କରୁଛନ୍ତି। ସେହିପରି ମୁସଲମାନ ମହିଳାଙ୍କ ବୌଦ୍ଧିକ ସମୂହ ୱକଫ ବିଲକୁ ସମର୍ଥନ କରୁଛି। ନଭେମ୍ବର ୨୦୨୪ ଜେପିସି ବୈଠକରେ ଶାଲିନୀ ଅଲୀଙ୍କ ନେତୃତ୍ୱରେ ମୁସଲମାନ ମହିଳାଙ୍କ ଏକ ପ୍ରତିନିଧି ମଣ୍ଡଳ ବିଲକୁ ସମର୍ଥନ କରିଥିଲା। 

ସେମାନେ ତର୍କ ଦେଇଥିଲେ ଯେ ଏହି ସଂଶୋଧନ ୱକଫ ବୋର୍ଡରେ ପାରଦର୍ଶିତା ଆଣିବ ଓ ମହିଳା, ବିଧବା, ଅନାଥଙ୍କ ଭଳି ଦୁର୍ବଳ ବର୍ଗଙ୍କ କଲ୍ୟାଣ ଲାଗି କାମ କରିବ। ବିହାର ସରକାର ଅକ୍ଟୋବର ୨୦୨୩ରେ ଜାତିଗତ ସର୍ଭେର ତଥ୍ୟ ଜାରି କରିଥିଲେ। ସର୍ଭେ ଅନୁସାରେ ବିହାରର ମୋଟ ଜନସଂଖ୍ୟା ୧୩ କୋଟି, ଏଥିରୁ ୮୧.୯୯ ପ୍ରତିଶତ ହିନ୍ଦୁ ହୋଇଥିବା ବେଳେ ୧୭.୭୦ ପ୍ରତିଶତ ମୁସଲମାନ। କଟିହାର, ପୂର୍ଣ୍ଣିୟା, ଅରରିୟା, କିଶନଗଞ୍ଜ ଓ ଦରଭଙ୍ଗା ଏପରି ୫ଟି ଜିଲ୍ଲା ଯେଉଁ ଜିଲ୍ଲାରେ ମୁସଲମାନ ଜନସଂଖ୍ୟା ସର୍ବାଧିକ।