ରାଜଧାନୀରୁ ଜମି ଦଲାଲ ଗିରଫ, ଘର ମାଲିକଙ୍କ ପାଚେରୀ ଭାଙ୍ଗିଥିଲେ ଜମି ମାଫିଆ
ଭୁବନେଶ୍ବର ୬।୯: ବନ୍ଧା ହେଲେ ତିନି ଜମି ମାଫିଆ । ଜମି ଦଲାଲଙ୍କୁ ବାନ୍ଧିଲା ଇନ୍ଫୋସିଟି ଥାନା ପୋଲିସ । ୨୦୦୦ ମସିହାରେ ଜମି କିଣି ସେଥିରେ ଘର କରି ରହିଆସୁଥିବା ଜଣେ ବିଧବା ମହିଳାଙ୍କ ଘର ଆଗରେ ଥିବା ପାଚେରୀ ଓ ଗେଟ୍କୁ ଭାଙ୍ଗି ଦେଇଥିଲେ ଜମି ମାଫିଆ । କାରଣ ଥିଲା ସେଠାରେ ଥିବା ଅନ୍ୟ ଏକ ଜମିରେ ଏହି କୋଠାଘର ଜମିକୁ ମିଶାଇ ଆପାର୍ଟମେଣ୍ଟ କରିବାର ଯୋଜନା କରାଯାଇଥିଲା । ଗତ ଶନିବାର ଦିନ ମୁଖ୍ୟ ଅଭିଯୁକ୍ତ ମାନସ ନିରଞନ ରାଉତ ଓ ଜଗଦୀଶ ପାଟ୍ଟଶାଣୀ ୧୫ରୁ ୨୦ ଜଣ ଗୁଣ୍ଡାଙ୍କୁ ଧରି ଜୁମ୍ବୋ ମହାପାତ୍ର ନାମକ ଜଣେ ବିଧବା ମହିଳାଙ୍କୁ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ । ଘର ଛାଡି ନଗଲେ ପରିବାରର ସମସ୍ତ ସଦସ୍ୟଙ୍କୁ ମଧ୍ୟ ଜୀବନରୁ ମାରିଦେବାର ଧମକ ଦେଇଥିଲେ । ରାଜଧାନୀରେ ଦାଦାଗିଗି କରି ଜମି ହଡପ କରିବାକୁ ଉଦ୍ୟମ ଖବର ପାଇ ନିଜେ ଡିସିପି ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ପରଖିଥିଲେ । ଏହି ଘଟଣାରେ ସମୃକ୍ତ ସମସ୍ତ ବ୍ୟକ୍ତିଙ୍କୁ ଗିରଫ କରିବାକୁ ମଧ୍ୟ ଇନ୍ଫୋସିଟି ଥାନାକୁ ନିର୍ଦ୍ଦେଶ ଦେଇଥିଲେ । ଜମି ମାଫିଆ ମାନେ ଭଙ୍ଗାରୁଜା କରି ନେଇଯାଇଥିବା ଗ୍ରୀଲ ଗେଟ୍, ଗୋଟିଏ କଣ୍ଟେନର, ଦୁଇଟି ଭୁଜାଲି, ଗୋଟିଏ ଛୁରୀ ଜବତ କରିଥିବା ଭୁବନେଶ୍ବର ଡିସିପି କହିଛନ୍ତି । You Can Read:ଖରସ୍ରୋତା ନଦୀରୁ ମିଳିଲା ମୃତଦେହ, ପରିଚୟ ଅସ୍ପଷ୍ଟ
ଭୁବନେଶ୍ବର ୬।୯: ବନ୍ଧା ହେଲେ ତିନି ଜମି ମାଫିଆ । ଜମି ଦଲାଲଙ୍କୁ ବାନ୍ଧିଲା ଇନ୍ଫୋସିଟି ଥାନା ପୋଲିସ । ୨୦୦୦ ମସିହାରେ ଜମି କିଣି ସେଥିରେ ଘର କରି ରହିଆସୁଥିବା ଜଣେ ବିଧବା ମହିଳାଙ୍କ ଘର ଆଗରେ ଥିବା ପାଚେରୀ ଓ ଗେଟ୍କୁ ଭାଙ୍ଗି ଦେଇଥିଲେ ଜମି ମାଫିଆ । କାରଣ ଥିଲା ସେଠାରେ ଥିବା ଅନ୍ୟ ଏକ ଜମିରେ ଏହି କୋଠାଘର ଜମିକୁ ମିଶାଇ ଆପାର୍ଟମେଣ୍ଟ କରିବାର ଯୋଜନା କରାଯାଇଥିଲା ।
ଗତ ଶନିବାର ଦିନ ମୁଖ୍ୟ ଅଭିଯୁକ୍ତ ମାନସ ନିରଞନ ରାଉତ ଓ ଜଗଦୀଶ ପାଟ୍ଟଶାଣୀ ୧୫ରୁ ୨୦ ଜଣ ଗୁଣ୍ଡାଙ୍କୁ ଧରି ଜୁମ୍ବୋ ମହାପାତ୍ର ନାମକ ଜଣେ ବିଧବା ମହିଳାଙ୍କୁ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ । ଘର ଛାଡି ନଗଲେ ପରିବାରର ସମସ୍ତ ସଦସ୍ୟଙ୍କୁ ମଧ୍ୟ ଜୀବନରୁ ମାରିଦେବାର ଧମକ ଦେଇଥିଲେ ।
ରାଜଧାନୀରେ ଦାଦାଗିଗି କରି ଜମି ହଡପ କରିବାକୁ ଉଦ୍ୟମ ଖବର ପାଇ ନିଜେ ଡିସିପି ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ପରଖିଥିଲେ । ଏହି ଘଟଣାରେ ସମୃକ୍ତ ସମସ୍ତ ବ୍ୟକ୍ତିଙ୍କୁ ଗିରଫ କରିବାକୁ ମଧ୍ୟ ଇନ୍ଫୋସିଟି ଥାନାକୁ ନିର୍ଦ୍ଦେଶ ଦେଇଥିଲେ । ଜମି ମାଫିଆ ମାନେ ଭଙ୍ଗାରୁଜା କରି ନେଇଯାଇଥିବା ଗ୍ରୀଲ ଗେଟ୍, ଗୋଟିଏ କଣ୍ଟେନର, ଦୁଇଟି ଭୁଜାଲି, ଗୋଟିଏ ଛୁରୀ ଜବତ କରିଥିବା ଭୁବନେଶ୍ବର ଡିସିପି କହିଛନ୍ତି ।
You Can Read:
ଖରସ୍ରୋତା ନଦୀରୁ ମିଳିଲା ମୃତଦେହ, ପରିଚୟ ଅସ୍ପଷ୍ଟ