ଚାଇନା ଆଗରେ ହାତ ପାତିଲା ମାଳଦ୍ୱୀପ: କହିଲା ଆମର ପର୍ଯ୍ୟଟକ ଦରକାର…

ବେଜିଂ,୯।୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲକ୍ଷାଦ୍ୱୀପ ଗସ୍ତକୁ ନେଇ ବିବାଦ ମଧ୍ୟରେ ମାଲଦ୍ୱୀପ ଚାଇନାରୁ ଅଧିକ ପର୍ଯ୍ୟଟକ ପଠାଇବାକୁ ଅନୁରୋଧ କରିଛି। ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କୁ ତାଙ୍କ ଦେଶକୁ ଯଥାସମ୍ଭବ ପର୍ଯ୍ୟଟକ ପଠାଇବାକୁ ଚେଷ୍ଟା କରିବାକୁ ନିବେଦନ କରିଛନ୍ତି। ଫୁଜିଆନ ପ୍ରଦେଶରେ ଆୟୋଜିତ ମାଳଦ୍ୱୀପ ବ୍ୟବସାୟ ଫୋରମରେ ରାଷ୍ଟ୍ରପତି ମୋଇଜୁ ଏହି କଥା କହିଛନ୍ତି। ସେ କହିଛନ୍ତି କରୋନା ମହାମାରୀ ପୂର୍ବରୁ ଚାଇନା ଆମ ପାଇଁ ସବୁଠୁ ବଡ […] The post ଚାଇନା ଆଗରେ ହାତ ପାତିଲା ମାଳଦ୍ୱୀପ: କହିଲା ଆମର ପର୍ଯ୍ୟଟକ ଦରକାର… appeared first on Dharitri Odia News.

ଚାଇନା ଆଗରେ ହାତ ପାତିଲା ମାଳଦ୍ୱୀପ: କହିଲା ଆମର ପର୍ଯ୍ୟଟକ ଦରକାର…

ବେଜିଂ,୯।୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲକ୍ଷାଦ୍ୱୀପ ଗସ୍ତକୁ ନେଇ ବିବାଦ ମଧ୍ୟରେ ମାଲଦ୍ୱୀପ ଚାଇନାରୁ ଅଧିକ ପର୍ଯ୍ୟଟକ ପଠାଇବାକୁ ଅନୁରୋଧ କରିଛି। ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କୁ ତାଙ୍କ ଦେଶକୁ ଯଥାସମ୍ଭବ ପର୍ଯ୍ୟଟକ ପଠାଇବାକୁ ଚେଷ୍ଟା କରିବାକୁ ନିବେଦନ କରିଛନ୍ତି। ଫୁଜିଆନ ପ୍ରଦେଶରେ ଆୟୋଜିତ ମାଳଦ୍ୱୀପ ବ୍ୟବସାୟ ଫୋରମରେ ରାଷ୍ଟ୍ରପତି ମୋଇଜୁ ଏହି କଥା କହିଛନ୍ତି। ସେ କହିଛନ୍ତି କରୋନା ମହାମାରୀ ପୂର୍ବରୁ ଚାଇନା ଆମ ପାଇଁ ସବୁଠୁ ବଡ ବଜାର ଥିଲା। ତେଣୁ ଆମର ଅନୁରୋଧ ହେଉଛି ଚାଇନା ସହିତ ପୂର୍ବ ସ୍ଥିତିକୁ ଫେରିବା ପାଇଁ ଆମେ ପୁଣି ଥରେ ଚେଷ୍ଟା କରିବୁ।

ଏହି ସମୟରେ ମାଳଦ୍ୱୀପରେ ଏକ ସମନ୍ବିତ ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ଦୁଇ ଦେଶ ମଧ୍ୟରେ ୫୦ମିଲିୟନ ଆମେରିକୀୟ ଡଲାରର ଏକ ଚୁକ୍ତିନାମା ମଧ୍ୟ ସ୍ବାକ୍ଷରିତ ହୋଇଥିଲା। ଭାରତ ସହିତ କୂଟନୈତିକ ତିକ୍ତତା ସମୟରେ ଚାଇନା ଏବଂ ମାଳଦ୍ୱୀପ ମଧ୍ୟରେ ଥିବା ଏହ ବନ୍ଧୁତା ଦେଖିବାକୁ ମିଳିଥିଲା ଯାହା ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଷୟରେ କିଛି ମାଳଦ୍ୱୀପ ମନ୍ତ୍ରୀଙ୍କ ଆପତ୍ତିଜନକ ମନ୍ତବ୍ୟ ପରେ ସୃଷ୍ଟି ହୋଇଥିଲା। ତାଙ୍କ ଅଭିଭାଷଣରେ ମହମ୍ମଦ ମୁଇଜୁ ଚାଇନାକୁ ସମର୍ଥନ କରିଛନ୍ତି। ସେ କହିଛନ୍ତି ମାଳଦ୍ୱୀପର ଅର୍ଥନୀତିକୁ ମଜବୁତ କରିବା ଉପରେ ତାଙ୍କ ସରକାରଙ୍କ ସମ୍ପୂର୍ଣ୍ଣ ଧ୍ୟାନ ରହିଛି। ଏହା ସହିତ ୨୦୧୪ ରେ ଚାଇନା ସହିତ ସ୍ବାକ୍ଷରିତ ହୋଇଥିବା ମୁକ୍ତ ବାଣିଜ୍ୟ ଚୁକ୍ତିନାମାକୁ କାର୍ଯ୍ୟକାରୀ କରିବା ଉପରେ ମଧ୍ୟ ତାଙ୍କର ଧ୍ୟାନ ରହିଛି। ସେ କହିଛନ୍ତି ମୁକ୍ତ ବାଣିଜ୍ୟ ଚୁକ୍ତି ହେଉଛି ଦୁଇ ଦେଶ ମଧ୍ୟରେ ଏକ ଶକ୍ତିଶାଳୀ ବାଣିଜ୍ୟ ସମ୍ପର୍କର ଆଧାର। ମୁକ୍ତ ବାଣିଜ୍ୟ ଚୁକ୍ତିନାମାର ଉଦ୍ଦେଶ୍ୟ ହେଉଛି ଦ୍ୱିପାକ୍ଷିକ ବାଣିଜ୍ୟ ଏବଂ ନିବେଶକୁ ପ୍ରୋତ୍ସାହିତ କରିବା। ବିଶେଷକରି ଚାଇନାକୁ ମାଛ ଉତ୍ପାଦ ରପ୍ତାନି ବୃଦ୍ଧି ହେଉଛି ଏହାର ମୁଖ୍ୟ ଲକ୍ଷ୍ୟ।

The post ଚାଇନା ଆଗରେ ହାତ ପାତିଲା ମାଳଦ୍ୱୀପ: କହିଲା ଆମର ପର୍ଯ୍ୟଟକ ଦରକାର… appeared first on Dharitri Odia News.