ଭିନ୍ନକ୍ଷମ ହୋଇ ମଧ୍ୟ ଏମାନେ ହାର ମାନି ନାହାନ୍ତି, ନିଜ କଳାରେ ସମସ୍ତଙ୍କୁ କରୁଛନ୍ତି ଆକର୍ଷିତ

ଭିନ୍ନକ୍ଷମ ହେଲେ ବି ସକ୍ଷମ । ନିଜେ ବଞ୍ଚିବା ସହିତ ଅନ୍ୟ ଭିନ୍ନକ୍ଷମମାନଙ୍କ ପାଇଁ ସାଜିଛନ୍ତି ପ୍ରେରଣା ଉତ୍ସ । ଆଖିକୁ ଦେଖାଯାଉନି  । କିନ୍ତୁ ନିଜ ସ୍ବରରେ ସମସ୍ତଙ୍କ ମନ କିଣି ନେଉଛନ୍ତି । ଯାହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ କଲେଜଛକ ନିକଟରେ ।  ବରଗଡ଼ରୁ କିଛି ଯୁବକ ଆସି ଭଜନ ପରିବେଷଣ କରୁଥିଲେ । ଯାହାର ବିଶେଷତ୍ୱ ଥିଲା ଭଜନ ସମାରୋହ କରୁଥିବା ସମସ୍ତ କଳାକାର ହେଉଛନ୍ତି […] The post ଭିନ୍ନକ୍ଷମ ହୋଇ ମଧ୍ୟ ଏମାନେ ହାର ମାନି ନାହାନ୍ତି, ନିଜ କଳାରେ ସମସ୍ତଙ୍କୁ କରୁଛନ୍ତି ଆକର୍ଷିତ appeared first on KNews Odisha.

ଭିନ୍ନକ୍ଷମ ହୋଇ ମଧ୍ୟ ଏମାନେ ହାର ମାନି ନାହାନ୍ତି, ନିଜ କଳାରେ ସମସ୍ତଙ୍କୁ କରୁଛନ୍ତି ଆକର୍ଷିତ

ଭିନ୍ନକ୍ଷମ ହେଲେ ବି ସକ୍ଷମ । ନିଜେ ବଞ୍ଚିବା ସହିତ ଅନ୍ୟ ଭିନ୍ନକ୍ଷମମାନଙ୍କ ପାଇଁ ସାଜିଛନ୍ତି ପ୍ରେରଣା ଉତ୍ସ । ଆଖିକୁ ଦେଖାଯାଉନି  । କିନ୍ତୁ ନିଜ ସ୍ବରରେ ସମସ୍ତଙ୍କ ମନ କିଣି ନେଉଛନ୍ତି । ଯାହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ କଲେଜଛକ ନିକଟରେ ।  ବରଗଡ଼ରୁ କିଛି ଯୁବକ ଆସି ଭଜନ ପରିବେଷଣ କରୁଥିଲେ । ଯାହାର ବିଶେଷତ୍ୱ ଥିଲା ଭଜନ ସମାରୋହ କରୁଥିବା ସମସ୍ତ କଳାକାର ହେଉଛନ୍ତି ଦୃଷ୍ଟିହୀନ। କାହାକୁ ବାଧ୍ୟକରି ମାଗୁନଥିଲେ, ଯିଏ ଯାହା ଦେଲା ସେଥିରେ ଖୁସିରେ ଭଜନ ପରିବେଷଣ କରି ଚାଲୁଥିଲେ । ଯିବା ଆସିବା ଆସିବା ଲୋକ ଟିକିଏ ଅଟକି ଯାଇ ଭଜନ ଶୁଣୁଥିଲେ । ଆଉ ଯାହାର ଇଛା ହେଲା ଦାନବାକ୍ସରେ ଦାନ କରୁଥିଲେ ।

ଦୃଷ୍ଟିହୀନଙ୍କ କହିବା କଥା ହେଲା ଏମାନେ ବରଗଡ଼ର ରେଳଷ୍ଟେସନ ପାଖରେ ପ୍ରାୟ ୪୦ ରୁ ୫୦ ଜଣ ରୁହନ୍ତି । ସମସ୍ତେ ଦୃଷ୍ଟିହୀନ ଆଉ ଭିନ୍ନକ୍ଷମ । କିନ୍ତୁ କାହା ପାଖରେ ଏମାନେ ହାତପତାଇ ମାଗନ୍ତିନି । ତାଙ୍କ ପାଖରେ ଥିବା କଳା ପ୍ରଦର୍ଶନ କରିବା ପାଇଁ କରିଛନ୍ତି ଦାରୁବ୍ରହ୍ମ ଦିବ୍ୟାଙ୍ଗ ଭଜନ ସମାରୋହ । ରାଜ୍ୟର ବିଭିନ୍ନ ସ୍ଥାନରେ ଭଜନ ସମାରୋହ କରି ଯାହା ଉପାର୍ଜନ ହୁଏ ସେଥିରେ ସେମାନେ ଚଳିବା ସହିତ ଅନ୍ୟ ଦିବ୍ୟାଙ୍ଗ ମାନଙ୍କ ଚଳିବା ପାଇଁ ବ୍ୟବସ୍ଥା କରିଥାନ୍ତି । ଯାହାର ପ୍ରଶଂସା କରିଛନ୍ତି ବୁଦ୍ଧିଜୀବୀ।

ଭିନ୍ନକ୍ଷମ ହୋଇ ମଧ୍ୟ ଏମାନେ ହାର ମାନି ନାହାନ୍ତି । ନିଜେ ଶିଖିଥିବା କଳା ମାଧ୍ୟମରେ ଅନ୍ୟମାନଙ୍କ ମୁହଁରେ ହସ ଫୁଟାଇ ପାରୁଛନ୍ତି । କଳାରେ ନିଜ ପେଟ ପୋଷିବାକୁ ସମର୍ଥ ଏମାନେ । ଏମାନଙ୍କ ଏହି ଆତ୍ମବିଶ୍ବାସ ସତରେ ପ୍ରଶଂସନୀୟ ।

 

 

 

The post ଭିନ୍ନକ୍ଷମ ହୋଇ ମଧ୍ୟ ଏମାନେ ହାର ମାନି ନାହାନ୍ତି, ନିଜ କଳାରେ ସମସ୍ତଙ୍କୁ କରୁଛନ୍ତି ଆକର୍ଷିତ appeared first on KNews Odisha.