ମଞ୍ଚରେ ଘୁଷୁରି ମାରି ଖାଇବା ଓ ସାପ ଖେଳାଇବା ଘଟଣା, ଆଉ ଜଣେ ଗିରଫ
ହିଞ୍ଜିଳିକଟ: ହିଞ୍ଜିଳି ଥାନା ରାଳବ ଗାଁରେ ମଞ୍ଚରେ ଘୁଷୁରି ମାରି ଖାଇବା ଓ ସାପ ଖେଳାଇବା ଘଟଣାରେ ଆଉ ଜଣେ ଗିରଫ । ଚିକିଲି ଗାଁର ନାଟ୍ୟ ପରିଚାଳକ ନାରାୟଣ ସ୍ଵାଇଁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବନ ବିଭାଗ । ସାପ ଖେଳାଇବା ବ୍ଯକ୍ତିଙ୍କୁ ମଧ୍ଯ ଖୋଜା ଚାଲିଛି । ଏହି ଘଟଣାରେ ଆଗକୁ ଗିରଫ ସଂଖ୍ୟା ବଢ଼ିବ। ପୂର୍ବରୁ ରୁଷୋତ୍ତମପୁର ଅଞ୍ଚଳର ଯାତ୍ରା କଳାକାର ବିମ୍ବାଧର ଗୌଡଙ୍କୁ ଗିରଫ କରିଥିଲା ପୋଲିସ। ହିଞ୍ଜିଳି […] The post ମଞ୍ଚରେ ଘୁଷୁରି ମାରି ଖାଇବା ଓ ସାପ ଖେଳାଇବା ଘଟଣା, ଆଉ ଜଣେ ଗିରଫ appeared first on KNews Odisha.

ହିଞ୍ଜିଳିକଟ: ହିଞ୍ଜିଳି ଥାନା ରାଳବ ଗାଁରେ ମଞ୍ଚରେ ଘୁଷୁରି ମାରି ଖାଇବା ଓ ସାପ ଖେଳାଇବା ଘଟଣାରେ ଆଉ ଜଣେ ଗିରଫ । ଚିକିଲି ଗାଁର ନାଟ୍ୟ ପରିଚାଳକ ନାରାୟଣ ସ୍ଵାଇଁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବନ ବିଭାଗ । ସାପ ଖେଳାଇବା ବ୍ଯକ୍ତିଙ୍କୁ ମଧ୍ଯ ଖୋଜା ଚାଲିଛି । ଏହି ଘଟଣାରେ ଆଗକୁ ଗିରଫ ସଂଖ୍ୟା ବଢ଼ିବ। ପୂର୍ବରୁ ରୁଷୋତ୍ତମପୁର ଅଞ୍ଚଳର ଯାତ୍ରା କଳାକାର ବିମ୍ବାଧର ଗୌଡଙ୍କୁ ଗିରଫ କରିଥିଲା ପୋଲିସ।
ହିଞ୍ଜିଳି ପୋଲିସ ନିଜ ତରଫରୁ ମାମଲା ରୁଜୁ କରି ତଦନ୍ତ କରୁଛି। ଆଉ କିଛି ଲୋକଙ୍କୁ ଅଟକ ରଖାଯାଇଛି। ହିଞ୍ଜିଳି ରାଲବ ଗାଁରେ ନାଟକ ପରିବେଷଣ ବେଳେ ଖୋଲା ମଞ୍ଚରେ କଳାକାର ଜିଅନ୍ତା ଘୁଷୁରି ଖାଇବା ଓ ସାପ ଖେଳାଇବା ଦୃଶ୍ୟ ଭାଇରାଲ ହୋଇଥିଲା। ଏହାକୁ ନେଇ ପିସିସିଏଫ ୱାଇଲଡ୍ ଲାଇଫକୁ ଏକ ଟୁଇଟ୍ କରି ଅଭିଯୋଗ କରିଥିଲେ ପଶୁପ୍ରେମୀ। ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଥିଲେ ବ୍ରହ୍ମପୁର ବନଖଣ୍ଡ ଅଧିକାରୀ।
The post ମଞ୍ଚରେ ଘୁଷୁରି ମାରି ଖାଇବା ଓ ସାପ ଖେଳାଇବା ଘଟଣା, ଆଉ ଜଣେ ଗିରଫ appeared first on KNews Odisha.