୨୧ ରାଜ୍ୟର ୧୦୨ ଆସନ ପାଇଁ ଆରମ୍ଭ ହେଲା ମତଦାନ, ମୋଦି କହିଲେ ଗଣତନ୍ତ୍ରର ସବୁଠାରୁ ବଡ ଉତ୍ସବ
ନୂଆଦିଲ୍ଲୀ,୧୯।୪: ଲୋକ ସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଶୁକ୍ରବାର ସକାଳୁ ମତଦାନ ଆରମ୍ଭ ହୋଇଛି। ଏହା ସହିତ ବିଶ୍ୱର ବୃହତ୍ତମ ଗଣତନ୍ତ୍ରରେ ନିର୍ବାଚନ ମହା ଉତ୍ସବ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୨୧ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୧୦୨ ଟି ସଂସଦୀୟ ଆସନରେ ଭୋଟ ଗ୍ରହଣ କରାଯାଉଛି। ପ୍ରଥମ ପର୍ଯ୍ୟାୟରେ ଅରୁଣାଚଳ ପ୍ରଦେଶ (୬୦ ଟି ସିଟ) ଏବଂ ସିକ୍କିମ (୩୨ ଟି ସିଟ) ରେ ବିଧାନସଭା ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେଉଛି। ପ୍ରଥମ ପର୍ଯ୍ୟାୟରେ, […] The post ୨୧ ରାଜ୍ୟର ୧୦୨ ଆସନ ପାଇଁ ଆରମ୍ଭ ହେଲା ମତଦାନ, ମୋଦି କହିଲେ ଗଣତନ୍ତ୍ରର ସବୁଠାରୁ ବଡ ଉତ୍ସବ appeared first on Dharitri Odia News.
ନୂଆଦିଲ୍ଲୀ,୧୯।୪: ଲୋକ ସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଶୁକ୍ରବାର ସକାଳୁ ମତଦାନ ଆରମ୍ଭ ହୋଇଛି। ଏହା ସହିତ ବିଶ୍ୱର ବୃହତ୍ତମ ଗଣତନ୍ତ୍ରରେ ନିର୍ବାଚନ ମହା ଉତ୍ସବ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୨୧ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୧୦୨ ଟି ସଂସଦୀୟ ଆସନରେ ଭୋଟ ଗ୍ରହଣ କରାଯାଉଛି। ପ୍ରଥମ ପର୍ଯ୍ୟାୟରେ ଅରୁଣାଚଳ ପ୍ରଦେଶ (୬୦ ଟି ସିଟ) ଏବଂ ସିକ୍କିମ (୩୨ ଟି ସିଟ) ରେ ବିଧାନସଭା ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେଉଛି।
ପ୍ରଥମ ପର୍ଯ୍ୟାୟରେ, ୮ ର୍କେନ୍ଦ୍ର ମନ୍ତ୍ରୀ, ୨ ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଜଣେ ପୂର୍ବତନ ରାଜ୍ୟପାଳ ନିବାଚନରେ ଭାଗ୍ୟ ପରୀକ୍ଷା କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ ମିଡିଆ ମାଧ୍ୟମରେ ୨୧ ଟି ରାଜ୍ୟର ୧୦୨ ନିର୍ବାଚନମଣ୍ଡଳୀର ଭୋଟରଙ୍କୁ ‘ରେକର୍ଡ ସଂଖ୍ୟାରେ ସେମାନଙ୍କ ମତଦାନ ସାବ୍ୟସ୍ତ କରିବାକୁ’ ଅନୁରୋଧ କରିଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ପୋଷ୍ଟରେ ଲେଖିଛନ୍ତି, ‘୨୦୨୪ ଲୋକ ସଭା ନିର୍ବାଚନ ଆଜିଠାରୁ ଆରମ୍ଭ ହେଉଛି!’ ଯେହେତୁ ୨୧ ଟି ରାଜ୍ୟ ତଥା ୟୁନିଅନ ଯେରିଟୋରିର ୧୦୨ ଟି ଆସନରେ ଭୋଟ ଦିଆଯାଉଛି, ମୁଁ ଏହି ସିଟ ଉପରେ ଭୋଟ ଦେଉଥିବା ସମସ୍ତଙ୍କୁ ଅନୁରୋଧ କରୁଛି ଯେ ରେକର୍ଡ ସଂଖ୍ୟାରେ ସେମାନଙ୍କ ମତ ସାବ୍ୟସ୍ତ କରନ୍ତୁ। ମୁଁ ଭୋଟରଙ୍କୁ, ବିଶେଷ କରି ଯୁବକ ଏବଂ ପ୍ରଥମ ଥର ଭୋଟରଙ୍କୁ ବହୁ ସଂଖ୍ୟାରେ ଯୋଗଦେବାକୁ ନିବେଦନ କରୁଛି।
The post ୨୧ ରାଜ୍ୟର ୧୦୨ ଆସନ ପାଇଁ ଆରମ୍ଭ ହେଲା ମତଦାନ, ମୋଦି କହିଲେ ଗଣତନ୍ତ୍ରର ସବୁଠାରୁ ବଡ ଉତ୍ସବ appeared first on Dharitri Odia News.