ଅତାବିରାରେ ଶକ୍ତି ବଢ଼ାଉଛି ଭାଜପା

ଭେଡେନ,୨୯।୪(ସୁଦନ ମହାକୁର): ବରଗଡ଼ ଜିଲା ଭେଡେନ ରଞ୍ଜିତା ମିନି ଷ୍ଟାଡିୟମରେ ଭେଡେନ ବ୍ଲକ ଭାଜପା କର୍ମୀ ସମ୍ବିଳନୀ ଏବଂ ମିଶ୍ରଣ ପର୍ବ ସୋମବାର ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତାବିରା ବିଧାୟକ ପ୍ରାର୍ଥୀ ନିହାର ମହାନନ୍ଦ, ଏମ୍‌ପି ପ୍ରାର୍ଥୀ ପ୍ରଦୀପ ପୁରୋହିତ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଡି ମୁରଲୀ କ୍ରିଷ୍ନା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁରେଶ୍ୱର ଶତପଥି, କୁଶ କୁମ୍ଭାର, ସୂର୍ଯ୍ୟକାନ୍ତି ସାହୁ, ଜିଲା କାର୍ଯ୍ୟକାରୀ ସଭାପତି ଅରୂପାନନ୍ଦ ସାହୁ, ଉପସଭାପତି ଲକ୍ଷ୍ମୀ ରଥ, ପର୍ଯବେକ୍ଷକ ଅମିତ […] The post ଅତାବିରାରେ ଶକ୍ତି ବଢ଼ାଉଛି ଭାଜପା appeared first on Dharitri Odia News.

ଅତାବିରାରେ ଶକ୍ତି ବଢ଼ାଉଛି ଭାଜପା

ଭେଡେନ,୨୯।୪(ସୁଦନ ମହାକୁର): ବରଗଡ଼ ଜିଲା ଭେଡେନ ରଞ୍ଜିତା ମିନି ଷ୍ଟାଡିୟମରେ ଭେଡେନ ବ୍ଲକ ଭାଜପା କର୍ମୀ ସମ୍ବିଳନୀ ଏବଂ ମିଶ୍ରଣ ପର୍ବ ସୋମବାର ଅନୁଷ୍ଠିତ ହୋଇଯାଇଛି।

ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତାବିରା ବିଧାୟକ ପ୍ରାର୍ଥୀ ନିହାର ମହାନନ୍ଦ, ଏମ୍‌ପି ପ୍ରାର୍ଥୀ ପ୍ରଦୀପ ପୁରୋହିତ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଡି ମୁରଲୀ କ୍ରିଷ୍ନା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁରେଶ୍ୱର ଶତପଥି, କୁଶ କୁମ୍ଭାର, ସୂର୍ଯ୍ୟକାନ୍ତି ସାହୁ, ଜିଲା କାର୍ଯ୍ୟକାରୀ ସଭାପତି ଅରୂପାନନ୍ଦ ସାହୁ, ଉପସଭାପତି ଲକ୍ଷ୍ମୀ ରଥ, ପର୍ଯବେକ୍ଷକ ଅମିତ ପଣ୍ଡା, ଯୁବନେତା ସ୍ବାଧୀନ ରଥ, ସୁଶୀଲ ବେହେରା, ପ୍ରଦୀପ ନାଏକ, ସୁଜାତା ପଧାନ, ମଣ୍ଡଳ ସଭାପତି ଜୟଦେବ ପଧାନ, କାଁହୁ ମଲ୍ଲିକ, ଧନେଶ୍ୱର ପାଢ଼ୀଙ୍କ ସହ ଅନ୍ୟ ନେତୃବୃନ୍ଦ ମଞ୍ଚାସୀନ ଥିଲେ।

ମିଶ୍ରଣ ପର୍ବରେ ରେମଣ୍ଡାର ପୂର୍ବତନ ବ୍ଲକ ଅଧକ୍ଷ୍ୟ ଶିବ ଖମାରୀ, ଲୁପୁରସିଂହାର ପୂର୍ବତନ ସରପଞ୍ଚ ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ୍ୟ କୃଷ୍ଣ ମହାନ୍ତି, ଭେଡେନ ସମିତି ସଭ୍ୟା ରଶ୍ମିତା ପାଣ୍ଡେ, ଲୁହାଖଣ୍ଡି ସମିତି ସଭ୍ୟା ପଙ୍କଜିନୀ ପଶାୟତ, ଚିଚିଣ୍ଡା ପୂର୍ବତନ ସରପଞ୍ଚ ରାଜକିଶୋର ମେହେର, ରେମଣ୍ଡା ପୂର୍ବତନ ସରପଞ୍ଚ ଅଞ୍ଜଳି ଭୋଇ, ବିଶିଷ୍ଟ ଆଇନଜୀବୀ ଆନନ୍ଦ ପଧାନ, ସତ୍ୟ ରଥ, ଗାନ୍ଧୀ ଦାଶ ଓ ତାଙ୍କ ସହ ପ୍ରାୟ ୭ ଶହରୁ ଅଧିକ ମହିଳା ଓ ପୁରୁଷ କର୍ମୀ ଭାଜପାରେ ସାମିଲ ହୋଇଥିଲେ।

The post ଅତାବିରାରେ ଶକ୍ତି ବଢ଼ାଉଛି ଭାଜପା appeared first on Dharitri Odia News.