୪୭୭ ଜଣ ମାଡି ବସିଛନ୍ତି ୩୯ ଏକର ସରକାରୀ ଜମି
ଭବାନୀପାଟଣା, ୨୬।୧୨ (ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଜୁନାଗଡ ସହରରେ ଦିନକୁ ଦିନ ଜବର ଦାଖଲକାରୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ସରକାରୀ ଜାଗାକୁ ଜବରଦଖଲକାରୀମାନେ ମାଡି ବସିଥିବାରୁ ରାସ୍ତା ସଙ୍କୁଚ ହେବା ସହ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ଗତ କିଛି ଦିନ ତଳେ ଲୋକସଭାରେ କଳାହାଣ୍ଡି ଏମ୍ପି ମାଳବିକା ଦେବୀ ଜୁନାଗଡ଼ ସହରରେ ରାସ୍ତା ସଙ୍କୁଚିତ ହେବା ଯୋଗୁଁ ଦୁର୍ଘଟଣା ଘଟୁଥିବା ତଥା ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଥିବାରୁ ଏଠାରେ ଏକ ବାଇପାସ ରାସ୍ତା ନିର୍ମାଣ […] The post ୪୭୭ ଜଣ ମାଡି ବସିଛନ୍ତି ୩୯ ଏକର ସରକାରୀ ଜମି appeared first on Dharitri Odia News.
ଭବାନୀପାଟଣା, ୨୬।୧୨ (ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଜୁନାଗଡ ସହରରେ ଦିନକୁ ଦିନ ଜବର ଦାଖଲକାରୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ସରକାରୀ ଜାଗାକୁ ଜବରଦଖଲକାରୀମାନେ ମାଡି ବସିଥିବାରୁ ରାସ୍ତା ସଙ୍କୁଚ ହେବା ସହ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ଗତ କିଛି ଦିନ ତଳେ ଲୋକସଭାରେ କଳାହାଣ୍ଡି ଏମ୍ପି ମାଳବିକା ଦେବୀ ଜୁନାଗଡ଼ ସହରରେ ରାସ୍ତା ସଙ୍କୁଚିତ ହେବା ଯୋଗୁଁ ଦୁର୍ଘଟଣା ଘଟୁଥିବା ତଥା ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଥିବାରୁ ଏଠାରେ ଏକ ବାଇପାସ ରାସ୍ତା ନିର୍ମାଣ କରିବା ନେଇ ବାଚସ୍ପତିଙ୍କ ଜରିଆରେ ସଡ଼କ ପରିବହନ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଜୁନାଗଡ଼ ତହସିଲରୁ ମିଳିଥିବା ସୂଚନା ଅନୁଯାୟୀ ଜୁନାଗଡ଼ ସହରର ୪୭୭ ଜଣ ବ୍ୟକ୍ତି ୩୯ ଏକର ସରକାରୀ ଜମିକୁ ଜବର ଦଖଲ କରିଛନ୍ତି। ଯାହାର ସରକାରୀ ମୂଲ୍ୟ ଶହେ କୋଟିରୁ ଉଦ୍ଧର୍ବ। ଜବରଦଖଲକାରୀଙ୍କ ମଧ୍ୟରେ ପୂର୍ବତନ ବିଧାୟକ, ଆଇନଜୀବୀ, ଖବରଦାତା, ଅବସରପ୍ରାପ୍ତ ସରକାରୀ କର୍ମଚାରୀ, ସାମାଜିକ କର୍ମୀ ତଥା ଅନେକ ପ୍ରଭାବଶାଳୀ ଲୋକ ରହିଥିବା ଏକ ରିପୋର୍ଟରୁ ଜଣାପଡିଛି। ଗତ କିଛିବର୍ଷ ତତ୍କାଳୀନ ତହସିଲଦାର ଉପେନ୍ଦ୍ର ଲୁହା ଏହି ଜବରଦଖଲକାରୀଙ୍କୁ ଚିହ୍ନଟ କରିବା ସହ ତହସିଲ ପକ୍ଷରୁ ନୋଟିସ ମଧ୍ୟ କରିଥିଲା। ତେବେ ତାଙ୍କ ବଦଳି ପରେ ଏହାର କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନ ଥିଲା। ଜୁନାଗଡ଼ ସହରରେ ୧୨ଟି ୱାର୍ଡ ରହିଥିବାବେଳେ ଗତ ୨୦୧୧ ଜନଗଣନା ଅନୁସାରେ ମୋଟ ୧୯ହଜାର ୬୫୬ ଲୋକ ବସ ବାସ କରୁଥିଲେ। ଯାହାକି ବର୍ତ୍ତମାନ ପ୍ରାୟ ୨୫ ହଜାରରେ ପହଞ୍ଚିଲାଣି। ଜୁନାଗଡ ସହରର ଅସଲି ଜୁନାଗଡିଆ ବନ୍ଧହୁଡାରେ ବାସ କରୁଥିବାବେଳେ ମୁଷ୍ଟିମେୟ, ପ୍ରଭାବଶାଳୀ ଲୋକମାନେ ପ୍ରଶାସନ ଓ ରାଜନେତାଙ୍କ ହାତବାରିସି କରି ସରକାରୀ ଜମିକୁ ଜବରଦଖଲ କରି ବର୍ଷବର୍ଷ ଧରି ରହିଆସୁଛନ୍ତି। ଯଦି କୌଣସି ପ୍ରଶାସନିକ ଅଧିକାରୀ ଏ ନେଇ ଉଚ୍ଛେଦ ପ୍ରକିୟା ଆରମ୍ଭ କଲେ ସ୍ଥାନୀୟ ରାଜନେତାମାନେ ଉକ୍ତ ଅଧିକାରୀମାନଙ୍କୁ ଅନ୍ୟତ୍ର ବଦଳି କରିବା ପାଇଁ ସରକାରଙ୍କୁ ଚାପ ସୃଷ୍ଟି କରୁଥିବା ପୂର୍ବରୁ ଅଭିଯୋଗ ହୋଇଛି। ଜୁନାଗଡ ସହରରେ ଗତ ୧୯୬୮ରୁ ସରକାରୀ ଜମି ଜବରଦଖଲ ପାଇଁ ଚିହ୍ନଟ ହୋଇଥିବାବେଳେ କିଛି ପ୍ରଭାବଶାଳୀ ଲୋକ ରାଜନେତାମାନଙ୍କ ଭୋଟ ବ୍ୟାଙ୍କ ଭାଙ୍ଗିବା ଭୟରେ ଆଜି ପର୍ଯ୍ୟନ୍ତ ସରକାରୀ ଜମି ଜବରଦଖଲ ଉଚ୍ଛେଦ ହୋଇ ନାହିଁ। କିଛି ଜବରଦଖଲକାରୀ ରାସ୍ତାକଡ ସରକାରୀ ସ୍ଥାନରେ କମ୍ପଲେକ୍ସ, ଦୋକାନ ନିର୍ମାଣ କରିଛନ୍ତି। ଅଗଷ୍ଟ ୧୪ରେ ରାଜସ୍ବ ମନ୍ତ୍ରୀ ସୁରେଶ ପୁଝାରୀ ଭବାନୀପାଟଣାରେ କହିଥିଲେ ଏ ନେଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ।
The post ୪୭୭ ଜଣ ମାଡି ବସିଛନ୍ତି ୩୯ ଏକର ସରକାରୀ ଜମି appeared first on Dharitri Odia News.