ଝାଡ଼ଖଣ୍ଡରେ ଲାଗୁ ହେବାକୁ ଦେବୁନି ଓ୍ଵାକଫ ଆଇନ, ମନ୍ତ୍ରୀ ଅଂସାରୀଙ୍କ ବଡ଼ ବୟାନ
ରାଞ୍ଚି: ଝାଡ଼ଖଣ୍ଡ ହେମନ୍ତ ସୋରେନ ସରକାରରେ ସ୍ଵାସ୍ଥ୍ୟ ମନ୍ତ୍ରୀ ଇରଫାନ ଅଂସାରୀ ଓ୍ଵାକଫ ଆଇନକୁ ନେଇ ବଡ଼ ବୟାନ ଦେଇଛନ୍ତି। ଝାଡ଼ଖଣ୍ଡରେ ଓ୍ଵାକଫ ଆଇନ ଲାଗୁ ହେବାକୁ ଦିଆଯିବ ନାହିଁ। ଓ୍ଵାକଫ କାରଣରୁ ହିଂସାତ୍ମକ ଘଟଣା ଘଟୁଛି। ଲୋକଙ୍କ ଜୀବନ ଚାଲି ଯାଉଛି ବୋଲି ସେ କହିଛନ୍ତି।ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ସ୍ଵାସ୍ଥ୍ୟ ମନ୍ତ୍ରୀ ଇରଫାନ ଅଂସାରୀ କହିଛନ୍ତି, ଓ୍ଵାକଫ ଆଇନ କାରଣରୁ ପଶ୍ଚିମବଙ୍ଗର ଅବସ୍ଥା ଦେଖନ୍ତୁ। ପଶ୍ଚିମବଙ୍ଗରେ ଲଗାତାର ହିଂସା ଘଟୁଛି। ଲୋକଙ୍କ ପ୍ରାଣହାନୀ ଘଟୁଛି। ଏହି ଆଇନକୁ ନେଇ ମଧ୍ୟ ଝାଡ଼ଖଣ୍ଡବାସୀ ଆକ୍ରୋଶିତ ଅଛନ୍ତି। ଯାହାଙ୍କ ଅଧିକାର ରହିଛି, ସେମାନଙ୍କ ଉପରେ ଆଘାତ ଦିଆଯାଉଛି। Also read: ବେଲ୍ଜିୟମ୍ରୁ ପଳାତକ ହୀରା ବ୍ୟବସାୟୀ ମେହୁଲ୍ ଚୋକ୍ସୀ ଗିରଫ, ପିଏନ୍ବି ଘୋଟାଲାରେ ଥିଲେ ଅଭିଯୁକ୍ତମନ୍ତ୍ରୀ ଅଂସାରୀ ଏହା ମଧ୍ୟ କହିଛନ୍ତି, ଭାରତୀୟ ଜନତା ପାର୍ଟି ପାଖରେ କୌଣସି କାମ ନାହିଁ। ଏକ ଷଡ଼ଯନ୍ତ୍ର ଅଧାରରରେ ଆମ ସଂପ୍ରଦାୟ ଉପରେ ବିଜେପି ଅତ୍ୟାଚାର କରୁଛି। ଆମ ସମୁଦାୟରୁ ବିଜେପି କିଏ ମନ୍ତ୍ରୀ ଅଛନ୍ତି ନା ବିଧାୟକ। ନା ଜୌଣସି ସାଂସଦ ଆମ କଥା ଚିନ୍ତା କରୁଛନ୍ତି। ବିଜେପିର ମୁଖପାତ୍ରମାନେ କହୁଛନ୍ତି, ଓ୍ଵାକଫ ଆଇନ ଆଧାରରେ ଆମର ବିକାଶ ଘଟୁଛି। ବିଜେପି ଆମ ପାଇଁ ଏତେ ଚିନ୍ତା କାହିଁକି କରୁଛି। ଆମ ସଂପ୍ରଦାୟର ଲୋକେ ନିଜର ଭରଣପୋଷଣ କରିବାକୁ ସକ୍ଷମ। ବିଜେପି ଅଯଥାରେ ଆମ କା
ରାଞ୍ଚି: ଝାଡ଼ଖଣ୍ଡ ହେମନ୍ତ ସୋରେନ ସରକାରରେ ସ୍ଵାସ୍ଥ୍ୟ ମନ୍ତ୍ରୀ ଇରଫାନ ଅଂସାରୀ ଓ୍ଵାକଫ ଆଇନକୁ ନେଇ ବଡ଼ ବୟାନ ଦେଇଛନ୍ତି। ଝାଡ଼ଖଣ୍ଡରେ ଓ୍ଵାକଫ ଆଇନ ଲାଗୁ ହେବାକୁ ଦିଆଯିବ ନାହିଁ। ଓ୍ଵାକଫ କାରଣରୁ ହିଂସାତ୍ମକ ଘଟଣା ଘଟୁଛି। ଲୋକଙ୍କ ଜୀବନ ଚାଲି ଯାଉଛି ବୋଲି ସେ କହିଛନ୍ତି।
ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ସ୍ଵାସ୍ଥ୍ୟ ମନ୍ତ୍ରୀ ଇରଫାନ ଅଂସାରୀ କହିଛନ୍ତି, ଓ୍ଵାକଫ ଆଇନ କାରଣରୁ ପଶ୍ଚିମବଙ୍ଗର ଅବସ୍ଥା ଦେଖନ୍ତୁ। ପଶ୍ଚିମବଙ୍ଗରେ ଲଗାତାର ହିଂସା ଘଟୁଛି। ଲୋକଙ୍କ ପ୍ରାଣହାନୀ ଘଟୁଛି। ଏହି ଆଇନକୁ ନେଇ ମଧ୍ୟ ଝାଡ଼ଖଣ୍ଡବାସୀ ଆକ୍ରୋଶିତ ଅଛନ୍ତି। ଯାହାଙ୍କ ଅଧିକାର ରହିଛି, ସେମାନଙ୍କ ଉପରେ ଆଘାତ ଦିଆଯାଉଛି।
Also read: ବେଲ୍ଜିୟମ୍ରୁ ପଳାତକ ହୀରା ବ୍ୟବସାୟୀ ମେହୁଲ୍ ଚୋକ୍ସୀ ଗିରଫ, ପିଏନ୍ବି ଘୋଟାଲାରେ ଥିଲେ ଅଭିଯୁକ୍ତ
ମନ୍ତ୍ରୀ ଅଂସାରୀ ଏହା ମଧ୍ୟ କହିଛନ୍ତି, ଭାରତୀୟ ଜନତା ପାର୍ଟି ପାଖରେ କୌଣସି କାମ ନାହିଁ। ଏକ ଷଡ଼ଯନ୍ତ୍ର ଅଧାରରରେ ଆମ ସଂପ୍ରଦାୟ ଉପରେ ବିଜେପି ଅତ୍ୟାଚାର କରୁଛି। ଆମ ସମୁଦାୟରୁ ବିଜେପି କିଏ ମନ୍ତ୍ରୀ ଅଛନ୍ତି ନା ବିଧାୟକ। ନା ଜୌଣସି ସାଂସଦ ଆମ କଥା ଚିନ୍ତା କରୁଛନ୍ତି।
ବିଜେପିର ମୁଖପାତ୍ରମାନେ କହୁଛନ୍ତି, ଓ୍ଵାକଫ ଆଇନ ଆଧାରରେ ଆମର ବିକାଶ ଘଟୁଛି। ବିଜେପି ଆମ ପାଇଁ ଏତେ ଚିନ୍ତା କାହିଁକି କରୁଛି। ଆମ ସଂପ୍ରଦାୟର ଲୋକେ ନିଜର ଭରଣପୋଷଣ କରିବାକୁ ସକ୍ଷମ। ବିଜେପି ଅଯଥାରେ ଆମ କାମରେ ହସ୍ତକ୍ଷେପ କରୁଛି। ସଂପ୍ରଦାୟରେ ଫାଟ ସୃଷ୍ଟି କରୁଛି। ଲୋକଙ୍କୁ ରାସ୍ତାକୁ ଆଣି ବିଜେପି ଆନ୍ଦୋଳନ କରାଉଛି। ବିଜେପିର ନୀତି ସଂପ୍ରଦାୟ ସଂପ୍ରଦାୟ ମଧ୍ୟରେ ଫାଟ ସୃଷ୍ଟ କରିବା।. ଇଂରେଜ ନୀତିରେ ବିଜେପି ଆଗକୁ ବଢୁଛି।