ଦୀର୍ଘବର୍ଷ ହେଲା ନିଯୁକ୍ତି ନାହିଁ, ଆମରଣ ଅନଶନରେ ବସିଲେ ସମବାୟ ସମିତି ବୋର୍ଡ ସଦସ୍ୟ

ଦାରିଙ୍ଗବାଡ଼ି,୨୦ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ ଥିବା ବୃହତ ବହୁମୁଖୀ ସମବାୟ ସମିତି ଲିଃ ସମ୍ମୁଖରେ ଗୁରୁବାର ସକାଳୁ ସମିତିର ବୋର୍ଡ ସଦସ୍ୟମାନେ ଆମରଣ ଅନଶନରେ ବସିଛନ୍ତି। ଉକ୍ତ ସମବାୟ ସମିତି ଅଧୀନରେ ରହିଥିବା ୧୨ଟି ବିକ୍ରୟ କେନ୍ଦ୍ର ରହିଛି। ଏହି କେନ୍ଦ୍ରରେ ସାଧାରଣ ବଣ୍ଟନ ସାମଗ୍ରୀ ବଣ୍ଟନ ବ୍ୟବସ୍ଥା ରହିଛି। କିନ୍ତୁ ଦୀର୍ଘବର୍ଷ ଧରି ବିକ୍ରୟ କେନ୍ଦ୍ରଗୁଡ଼ିକରେ ଆବଶ୍ୟକ କର୍ମଚାରୀ ବା ସେଲ୍ସମ୍ୟାନ ନିଯୁକ୍ତି ଦିଆଯାଇନଥିବା ବେଳେ କିଛି ହାତ ଗଣତି କର୍ମଚାରୀ ସମସ୍ତ କେନ୍ଦ୍ରକୁ […] The post ଦୀର୍ଘବର୍ଷ ହେଲା ନିଯୁକ୍ତି ନାହିଁ, ଆମରଣ ଅନଶନରେ ବସିଲେ ସମବାୟ ସମିତି ବୋର୍ଡ ସଦସ୍ୟ appeared first on Dharitri Odia News.

ଦୀର୍ଘବର୍ଷ ହେଲା ନିଯୁକ୍ତି ନାହିଁ, ଆମରଣ ଅନଶନରେ ବସିଲେ ସମବାୟ ସମିତି ବୋର୍ଡ ସଦସ୍ୟ

ଦାରିଙ୍ଗବାଡ଼ି,୨୦ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ ଥିବା ବୃହତ ବହୁମୁଖୀ ସମବାୟ ସମିତି ଲିଃ ସମ୍ମୁଖରେ ଗୁରୁବାର ସକାଳୁ ସମିତିର ବୋର୍ଡ ସଦସ୍ୟମାନେ ଆମରଣ ଅନଶନରେ ବସିଛନ୍ତି। ଉକ୍ତ ସମବାୟ ସମିତି ଅଧୀନରେ ରହିଥିବା ୧୨ଟି ବିକ୍ରୟ କେନ୍ଦ୍ର ରହିଛି। ଏହି କେନ୍ଦ୍ରରେ ସାଧାରଣ ବଣ୍ଟନ ସାମଗ୍ରୀ ବଣ୍ଟନ ବ୍ୟବସ୍ଥା ରହିଛି। କିନ୍ତୁ ଦୀର୍ଘବର୍ଷ ଧରି ବିକ୍ରୟ କେନ୍ଦ୍ରଗୁଡ଼ିକରେ ଆବଶ୍ୟକ କର୍ମଚାରୀ ବା ସେଲ୍ସମ୍ୟାନ ନିଯୁକ୍ତି ଦିଆଯାଇନଥିବା ବେଳେ କିଛି ହାତ ଗଣତି କର୍ମଚାରୀ ସମସ୍ତ କେନ୍ଦ୍ରକୁ ପାଳି କରି ଯାଉଥିବାରୁ ସଠିକ୍‌ ସମୟରେ ସାଧାରଣ ବଣ୍ଟନ ସାମଗ୍ରୀ ହିତାଧିକାରୀମାନେ ପାଇବା ମୁସ୍କିଲ ହେଉଛି। ତେଣୁ ଶୀଘ୍ର ନିଯୁକ୍ତି ଦିଆଯିବା ବ୍ୟବସ୍ଥା କରାଯିବା ସହ ଗତ ୭ ବର୍ଷ ପୂର୍ବରୁ ଜଣେ କର୍ମଚାରୀ ଅବସର ନେଇସାରିବା ପରେ ମଧ୍ୟ ସେ ଉକ୍ତ ସମବାୟ ସମିତିକୁ ପରିଚାଳନା କରୁଛନ୍ତି। ଫଳରେ ସମସ୍ୟା ସୃଷ୍ଟି ହେଉଥିବା ବୋର୍ଡ ସଦସ୍ୟମାନେ ଅଭିଯୋଗ କରିଛନ୍ତି। ତାଙ୍କୁ ତୁରନ୍ତ ଉକ୍ତ ସମିତିରୁ ହଟାଇବାକୁ ପଦକ୍ଷେପ ନେବା ସହ ଖାଲିଥିବା ସେଲ୍ସମ୍ୟାନଙ୍କୁ ନିଯୁକ୍ତି ଦେବାକୁ ଦାବି ହୋଇଛି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏଭଳି ଆନଶନ ଜାରିରହିବ। ପୂର୍ବରୁ ବାରମ୍ବାର ଲିଖିତ ଦାବି ଜଣାଯିବା ସହ ୧୯ ତାରିଖ ଶେଷ ଡେଟ୍‌ଲାଇନ୍‌ ଦିଆଯାଇଥିଲା। ଦାବି ପୂରଣ ନ ହେଲେ ୨୦ ରୁ ଅନଶନରେ ବସିବାକୁ ଚେତାବନୀ ଦିଆଯାଇଥିଲେ ମଧ୍ୟ ଗୁରୁତ୍ୱ ଦିଆଯାଇ ନ ଥିବାରୁ ବାଧ୍ୟ ହୋଇ ଅନଶନ ଆରମ୍ଭ କଲୁ ବୋଲି ବୋର୍ଡ ସଦସ୍ୟ ଚକ୍ରଧର ମଲିକ, ସାଧୁ ନାୟକ, ଛତ୍ରସେନ ପ୍ରଧାନ,ନୀଳମ୍ବର ପ୍ରଧାନ, ପ୍ରକାଶ ପ୍ରଧାନ,ଦିଲୀପ କୁମାର ପ୍ରଧାନ,ପଠାଣି ସାହୁ ପ୍ରମୁଖ କହିଛନ୍ତି।

The post ଦୀର୍ଘବର୍ଷ ହେଲା ନିଯୁକ୍ତି ନାହିଁ, ଆମରଣ ଅନଶନରେ ବସିଲେ ସମବାୟ ସମିତି ବୋର୍ଡ ସଦସ୍ୟ appeared first on Dharitri Odia News.