ପ୍ରସନ୍ନ ଆଚାର୍ଯ୍ୟଙ୍କୁ କରାଗଲା ଏୟାରଲିଫ୍ଟ: ସ୍ବାସ୍ଥ୍ୟାବସ୍ଥା…

ସମ୍ବଲପୁର,୧୫।୩: ପୂର୍ବତନ ରାଜ୍ୟ ସଭା ଏମ୍‌ପି ତଥା ବିଜୁ ଜନତା ଦଳର ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଶୁକ୍ରବାର ଏୟାରଲିଫ୍ଟ କରାଯାଇଛି। ସମ୍ବଲପୁର ଜମାଦାରପାଲି ଏୟାରଷ୍ଟ୍ରିପରୁ ସ୍ବତନ୍ତ୍ର ଏୟାର ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଭୁବନେଶ୍ୱର ଅଣାଯାଇଛି । ଦୁର୍ଘଟଣାରେ ଗୁରୁତର ଆହତ ହେବା ପରେ ସମ୍ବଲପୁରର ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ଚିକିତ୍ସା କରାଯାଉଥିଲା । ତେବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ନେଇ ପରିବାର ପକ୍ଷରୁ ସୂଚନା ମିଳିଛି । ସୂଚନାଯୋଗ୍ୟ, ନବୀନ ନିବାସରେ ଆୟୋଜିତ ବିଜେଡି […] The post ପ୍ରସନ୍ନ ଆଚାର୍ଯ୍ୟଙ୍କୁ କରାଗଲା ଏୟାରଲିଫ୍ଟ: ସ୍ବାସ୍ଥ୍ୟାବସ୍ଥା… appeared first on Dharitri Odia News.

ପ୍ରସନ୍ନ ଆଚାର୍ଯ୍ୟଙ୍କୁ କରାଗଲା ଏୟାରଲିଫ୍ଟ: ସ୍ବାସ୍ଥ୍ୟାବସ୍ଥା…
ସମ୍ବଲପୁର,୧୫।୩: ପୂର୍ବତନ ରାଜ୍ୟ ସଭା ଏମ୍‌ପି ତଥା ବିଜୁ ଜନତା ଦଳର ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଶୁକ୍ରବାର ଏୟାରଲିଫ୍ଟ କରାଯାଇଛି। ସମ୍ବଲପୁର ଜମାଦାରପାଲି ଏୟାରଷ୍ଟ୍ରିପରୁ ସ୍ବତନ୍ତ୍ର ଏୟାର ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଭୁବନେଶ୍ୱର ଅଣାଯାଇଛି । ଦୁର୍ଘଟଣାରେ ଗୁରୁତର ଆହତ ହେବା ପରେ ସମ୍ବଲପୁରର ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ଚିକିତ୍ସା କରାଯାଉଥିଲା । ତେବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ନେଇ ପରିବାର ପକ୍ଷରୁ ସୂଚନା ମିଳିଛି ।
ସୂଚନାଯୋଗ୍ୟ, ନବୀନ ନିବାସରେ ଆୟୋଜିତ ବିଜେଡି ବୈଠକରେ ଯୋଗ ଦେଇ ବରଗଡ଼ ଫେରିବା ବେଳେ ଗୁରୁବାର ବିଳମ୍ବିତ ରାତିରେ ଏକ ଗ୍ୟାସ ଟ୍ୟାଙ୍କର ସହ ତାଙ୍କ କାର୍‌ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ପ୍ରସନ୍ନ, ପିଏସ୍‌ଓ ଏବଂ ତାଙ୍କ ଡ୍ରାଇଭର ଆହତ ହୋଇଛନ୍ତି। ସମସ୍ତଙ୍କୁ ସମ୍ବଲପୁରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପ୍ରସନ୍ନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଜଣାପଡ଼ିଛି।
ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିବା ସହ ତାଙ୍କର ଆଶୁଆରୋଗ୍ୟ କାମନା କରିଛନ୍ତି। ମୁଖ୍ୟମନ୍ତ୍ରୀ ଶୁକ୍ରବାର ସୋସିଆଲ ମିଡିଆ ‘ଏକ୍ସ’ରେ ଏକ ପୋଷ୍ଟ କରିଛନ୍ତି। ଏଥିରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ରାଜ୍ୟ ସଭା ସାଂସଦ ତଥା ବିଜୁ ଜନତା ଦଳର ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ ସମ୍ବଲପୁରର ରେଢ଼ାଖୋଲରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜାଣି ମୁଁ ବହୁତ ଚିନ୍ତିତ। ତାଙ୍କର ଆଶୁ ଆରୋଗ୍ୟ କାମନା କରିବା ସହ ସୁସ୍ଥ ଓ ଦୀର୍ଘାୟୁ ଜୀବନ କାମନା କରୁଛି।

The post ପ୍ରସନ୍ନ ଆଚାର୍ଯ୍ୟଙ୍କୁ କରାଗଲା ଏୟାରଲିଫ୍ଟ: ସ୍ବାସ୍ଥ୍ୟାବସ୍ଥା… appeared first on Dharitri Odia News.