ଆଇପିଏଲ୍‌ ୨୦୨୫ ଖେଳିପାରିବେ ପୃଥ୍ବୀ? କରିବାକୁ ହେବ ଏହି କାମ…

ନୂଆଦିଲ୍ଲୀ,୨୬।୧୧: ଦିନ ଥିଲା କ୍ରିକେଟର ପୃଥ୍ବୀ ଶ’ଙ୍କ ତୁଳନା ସଚିନ ତେନ୍ଦୁଲକର-ବିରେନ୍ଦ୍ର ସେହ୍ବାଗଙ୍କ ସହ କରାଯାଉଥିଲା। ଲୋକେ ତାଙ୍କ ଖେଳରେ ବ୍ରାଏନ ଲାରାଙ୍କୁ ଦେଖୁଥିଲେ। ହେଲେ ଏବେ କ୍ରିକେଟରେ ତାଙ୍କ ଅବସ୍ଥା ନ କହିବା ଭଲ। ଆଇପିଏଲ୍‌ ୨୦୨୫ ଅକ୍ସନରେ ତାଙ୍କୁ କ୍ରେତା ମିଳି ନାହାନ୍ତି। ସେ ନିଜ ବେସ୍‌ ପ୍ରାଇସ୍‌ କେବଳ ୭୫ ଲକ୍ଷ ରଖିଥିଲେ। ହେଲେ କେହି ତାଙ୍କୁ ନେବାକୁ ଇଚ୍ଛା ପ୍ରକାଶ କରି ନ ଥିଲେ। ଗତ ୩ ସିଜନରୁ ପୃଥ୍ବୀ ଦିଲ୍ଲୀ […] The post ଆଇପିଏଲ୍‌ ୨୦୨୫ ଖେଳିପାରିବେ ପୃଥ୍ବୀ? କରିବାକୁ ହେବ ଏହି କାମ… appeared first on Dharitri Odia News.

ଆଇପିଏଲ୍‌ ୨୦୨୫ ଖେଳିପାରିବେ ପୃଥ୍ବୀ? କରିବାକୁ ହେବ ଏହି କାମ…

ନୂଆଦିଲ୍ଲୀ,୨୬।୧୧: ଦିନ ଥିଲା କ୍ରିକେଟର ପୃଥ୍ବୀ ଶ’ଙ୍କ ତୁଳନା ସଚିନ ତେନ୍ଦୁଲକର-ବିରେନ୍ଦ୍ର ସେହ୍ବାଗଙ୍କ ସହ କରାଯାଉଥିଲା। ଲୋକେ ତାଙ୍କ ଖେଳରେ ବ୍ରାଏନ ଲାରାଙ୍କୁ ଦେଖୁଥିଲେ। ହେଲେ ଏବେ କ୍ରିକେଟରେ ତାଙ୍କ ଅବସ୍ଥା ନ କହିବା ଭଲ। ଆଇପିଏଲ୍‌ ୨୦୨୫ ଅକ୍ସନରେ ତାଙ୍କୁ କ୍ରେତା ମିଳି ନାହାନ୍ତି। ସେ ନିଜ ବେସ୍‌ ପ୍ରାଇସ୍‌ କେବଳ ୭୫ ଲକ୍ଷ ରଖିଥିଲେ। ହେଲେ କେହି ତାଙ୍କୁ ନେବାକୁ ଇଚ୍ଛା ପ୍ରକାଶ କରି ନ ଥିଲେ।

ଗତ ୩ ସିଜନରୁ ପୃଥ୍ବୀ ଦିଲ୍ଲୀ କ୍ୟାପିଟାଲ୍ସର ଅଂଶ ଥିଲେ। ତାଙ୍କୁ ୮ କୋଟି ଟଙ୍କା ମିଳୁଥିଲା। ହେଲେ ଏଥର ତାଙ୍କୁ କ୍ରେତା ମିଳି ନାହିଁ। ତାଙ୍କର ଫିଟ୍‌ନେସକୁ ନେଇ ନିଲାମରେ କେହି ନେଇ ନ ଥିକା କୁହାଯାଉଛି। ନିକଟରେ ତାଙ୍କୁ ମୁମ୍ବାଇ ଟିମ୍‌ରୁ ମଧ୍ୟ ବାହାର କରିଦିଆଯାଇଥିଲା। ତାଙ୍କୁ ଓଜନ କମ୍‌ କରିବାକୁ ପରାମର୍ଶ ଦିଆଯାଇଥିଲା। ଏମିତିରେ କ’ଣ ପୃଥ୍ବୀଙ୍କ ପାଇଁ ଆଇପିଏଲ୍‌ ୨୦୨୫ ଲାଗି ସୁଯୋଗ ଶେଷ ହୋଇଛି? କ’ଣ ସେ ଆଇପିଏଲ୍‌ ଖେଳିପାରିବେ ନାହିଁ ବୋଲି ପ୍ରଶ୍ନ ଉଠିଛି। ଏହାର ଉତ୍ତର ହେଉଛି ନା।

ଆଇପିଏଲ୍‌ ୨୦୨୫ରେ ବିକ୍ରି ହୋଇ ନ ଥିବା ସତ୍ତ୍ୱେ ପୃଥ୍ବୀ ଖେଳିପାରନ୍ତି। ଏହା ଏକ ବଡ଼ ଟୁର୍ନାମେଣ୍ଟ, ଯଦିକୌଣସି ଟିମ୍‌ର ଖେଳାଳି ଆହତ ହୁଅନ୍ତି ତେବେ ସେ ତାଙ୍କ ସହ ସମ୍ପର୍କ କରିପାରେ। ତାଙ୍କୁ ତାଙ୍କର ବେସ୍‌ ପ୍ରାଇସ୍‌ରେ ହିଁ ସାମିଲ କରାଯିବ। ଗତ ସିଜନରେ ମଧ୍ୟ ଫିଲ୍‌ ସଲ୍ଟଙ୍କୁ କେହି କିଣି ନ ଥିଲେ। ହେଲେ ଜେସନ ରୟଙ୍କ ସ୍ଥାନରେ ତାଙ୍କୁ ସାମିଲ କରାଯାଇଥିଲା। ଏହାପରେ ସେ ଆଇପିଏଲ୍‌ ୨୦୨୪ରେ ୧୨ ମ୍ୟାଚ୍‌ରେ ୪୩୪ ରନ୍‌ କରିଥିଲେ। କେକେଆର୍‌ ଏହି ଟୁର୍ନାମେଣ୍ଟ ଜିତିଥିଲା। ସେହି ପ୍ରଦର୍ଶନ ଆଧାରରେ ଏବେ ସଲ୍ଟଙ୍କୁ ଆର୍‌ସିବି ୧୧.୫୦ କୋଟି ଟଙ୍କାରେ କିଣିଛି। କିଛି ଏଭଳି ପୃଥ୍ବୀଙ୍କ ସହ ଘଟିପାରେ।

The post ଆଇପିଏଲ୍‌ ୨୦୨୫ ଖେଳିପାରିବେ ପୃଥ୍ବୀ? କରିବାକୁ ହେବ ଏହି କାମ… appeared first on Dharitri Odia News.