ନାଇଜେରିୟ ବ୍ଲାକମେଲର ଗିରଫ ଘଟଣା, ଅଭିଯୁକ୍ତକୁ ରିମାଣ୍ଡରେ ନେଲା ପୋଲିସ

କଟକ: ନାଇଜେରିୟ ଯୁବକଙ୍କ ବ୍ଲାକମେଲର ଶିକାର ହୋଇ କଟକର ଜଣେ ଯୁବତୀ ପ୍ରାଣ ହାରିବା ଘଟଣାରେ ଅଭିଯୁକ୍ତକୁ ୫ ଦିନିଆ ରିମାଣ୍ଡରେ ନେଇଛି ପୋଲିସ। ପ୍ରକୃତରେ ଗିରଫ ସମୟରେ ଅଭିଯୁକ୍ତ ନାଇଜେରିୟ ଯୁବକ ଜେ.ଜେ ରେମଣ୍ଡଠାରୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିଥିଲା। ତେଣୁ ଘଟଣାରେ ଅଧିକ ତଦନ୍ତର ଆବଶ୍ୟକ ରହିଥିବାରୁ ପୋଲିସ ଅଭିଯୁକ୍ତକୁ ରିମାଣ୍ଡରେ ନେବା ପାଇଁ ଆବେଦନ କରିଥିଲା। ସୂଚନାଥାଉକି, ଗିରଫ ସମୟରେ ରେମଣ୍ଡ ଠାରୁ ଲାପଟପ୍, ମୋବାଇଲ ଫୋନ୍ ଓ ସିମ୍ କାର୍ଡ ମିଳିଥିଲା। ଯେଉଁଥିରୁ ଆହୁରି ଅନେକ ଯୁବତୀଙ୍କୁ ଏଭଳି ଭାବରେ ବ୍ଲାକମେଲ କରିଥିବା କଥା ସାମ୍‌ନାକୁ ଆସିଥିଲା। ଏହା ସହ ବ୍ଲାକମେଲ କରି ଗୋଟିଏ ଆକାଉଣ୍ଟ ମାଧ୍ୟମରେ ରେମଣ୍ଡ ୧୫ଲକ୍ଷ ଟଙ୍କା କାରବାର କରିଥିବା ମଧ୍ୟ ଜଣାପଡ଼ିଥିଲା। ଆହୁରି ମଧ୍ୟ ଜଣାପଡ଼ିଥିଲା ଅଭିଯୁକ୍ତ ଏଭଳି ୮ଟି ଆକାଉଣ୍ଟ ରହିଛି। ଏମିତିରେ ଏହି ଆକାଉଣ୍ଟ ଗୁଡ଼ିକରୁ କିଭଳି ଆର୍ଥିକ କାରବାର ହୋଇଛି ଓ କାହା ସହ ଏହି ଆର୍ଥିକ କାରବାର ହୋଇଛି ? ସେସବୁର ତଦନ୍ତ କରିବା ପାଇଁ ଦୁର୍ଗା ବଜାର ଇନ୍ସପେକ୍ଟରଙ୍କ ନେତୃତ୍ଵରେ ଏକ ସ୍ପେଶାଲ ଫାଇନାନ୍ସିଆଲ୍ ଫ୍ରଡ ଇନଭେଷ୍ଟିଗେସନ ଟିମ୍ କରାଯାଇଥିବା ଡିସିପି ସୂଚନା ଦେଇଛନ୍ତି। ଆଠଟି ଆକାଉଣ୍ଟ ସହ ଲିଙ୍କ୍ ଥିବା ସହ ଶତାଧିକ ଅନ୍ୟ ଆକାଉଣ୍ଟ୍ ସମ୍ପର୍କରେ ଅନୁସନ୍ଧାନ ଚାଲିଥିବା କହିଛନ୍ତି ଡିସିପି। ଏହା ବ୍ୟତୀତ ଅନ୍ୟ କେଉଁ ଯୁବତୀମାନଙ୍କୁ ରେମଣ୍ଡ ଏଭଳି ବ୍ଲାକମେଲ

ନାଇଜେରିୟ ବ୍ଲାକମେଲର ଗିରଫ ଘଟଣା, ଅଭିଯୁକ୍ତକୁ ରିମାଣ୍ଡରେ ନେଲା ପୋଲିସ

କଟକ: ନାଇଜେରିୟ ଯୁବକଙ୍କ ବ୍ଲାକମେଲର ଶିକାର ହୋଇ କଟକର ଜଣେ ଯୁବତୀ ପ୍ରାଣ ହାରିବା ଘଟଣାରେ ଅଭିଯୁକ୍ତକୁ ୫ ଦିନିଆ ରିମାଣ୍ଡରେ ନେଇଛି ପୋଲିସ। ପ୍ରକୃତରେ ଗିରଫ ସମୟରେ ଅଭିଯୁକ୍ତ ନାଇଜେରିୟ ଯୁବକ ଜେ.ଜେ ରେମଣ୍ଡଠାରୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିଥିଲା। ତେଣୁ ଘଟଣାରେ ଅଧିକ ତଦନ୍ତର ଆବଶ୍ୟକ ରହିଥିବାରୁ ପୋଲିସ ଅଭିଯୁକ୍ତକୁ ରିମାଣ୍ଡରେ ନେବା ପାଇଁ ଆବେଦନ କରିଥିଲା। 

ସୂଚନାଥାଉକି, ଗିରଫ ସମୟରେ ରେମଣ୍ଡ ଠାରୁ ଲାପଟପ୍, ମୋବାଇଲ ଫୋନ୍ ଓ ସିମ୍ କାର୍ଡ ମିଳିଥିଲା। ଯେଉଁଥିରୁ ଆହୁରି ଅନେକ ଯୁବତୀଙ୍କୁ ଏଭଳି ଭାବରେ ବ୍ଲାକମେଲ କରିଥିବା କଥା ସାମ୍‌ନାକୁ ଆସିଥିଲା। ଏହା ସହ ବ୍ଲାକମେଲ କରି ଗୋଟିଏ ଆକାଉଣ୍ଟ ମାଧ୍ୟମରେ ରେମଣ୍ଡ ୧୫ଲକ୍ଷ ଟଙ୍କା କାରବାର କରିଥିବା ମଧ୍ୟ ଜଣାପଡ଼ିଥିଲା। ଆହୁରି ମଧ୍ୟ ଜଣାପଡ଼ିଥିଲା ଅଭିଯୁକ୍ତ ଏଭଳି ୮ଟି ଆକାଉଣ୍ଟ ରହିଛି। 

ଏମିତିରେ ଏହି ଆକାଉଣ୍ଟ ଗୁଡ଼ିକରୁ କିଭଳି ଆର୍ଥିକ କାରବାର ହୋଇଛି ଓ କାହା ସହ ଏହି ଆର୍ଥିକ କାରବାର ହୋଇଛି ? ସେସବୁର ତଦନ୍ତ କରିବା ପାଇଁ ଦୁର୍ଗା ବଜାର ଇନ୍ସପେକ୍ଟରଙ୍କ ନେତୃତ୍ଵରେ ଏକ ସ୍ପେଶାଲ ଫାଇନାନ୍ସିଆଲ୍ ଫ୍ରଡ ଇନଭେଷ୍ଟିଗେସନ ଟିମ୍ କରାଯାଇଥିବା ଡିସିପି ସୂଚନା ଦେଇଛନ୍ତି। ଆଠଟି ଆକାଉଣ୍ଟ ସହ ଲିଙ୍କ୍ ଥିବା ସହ ଶତାଧିକ ଅନ୍ୟ ଆକାଉଣ୍ଟ୍ ସମ୍ପର୍କରେ ଅନୁସନ୍ଧାନ ଚାଲିଥିବା କହିଛନ୍ତି ଡିସିପି। ଏହା ବ୍ୟତୀତ ଅନ୍ୟ କେଉଁ ଯୁବତୀମାନଙ୍କୁ ରେମଣ୍ଡ ଏଭଳି ବ୍ଲାକମେଲ କରିଛି ସେ ସମ୍ପର୍କରେ ରିମାଣ୍ଡ ସମୟରେ ପୋଲିସ ଜାଣିବାକୁ ଚେଷ୍ଟା କରୁଥିବା କହିଛନ୍ତି ଡିସିପି।


ସୂଚନାଯୋଗ୍ୟ, ଫେସବୁକରେ ଫେକ ଆକାଉଣ୍ଟ ଖୋଲି ପୀଡ଼ିତା ମହିଳାଙ୍କ ଆକାଉଣ୍ଟକୁ ଫ୍ରେଣ୍ଡ ରିକ୍ୟୁଏଷ୍ଟ ପଠାଇ ଚାଟିଂ କରୁଥିଲା ଏହି ନାଇଜେରିୟ ଯୁବକ। ସଂପର୍କ ବଢ଼ିବା ପରେ ହ୍ବାଟ୍ସଆପ ନମ୍ବରରେ ମଧ୍ୟ ଚାଟିଂ କରୁଥିଲା। ଆଉ କଥା ଛଳରେ ଫସାଇ ଭିଡିଓ କଲରେ ନ୍ୟୁଡ ଫଟୋ କ୍ୟାପଚର କରି ଅନ୍ୟ ନମ୍ବରରେ ମହିଳାଙ୍କୁ ବ୍ଲାକ ମେଲ କରି ଟଙ୍କା ମାଗୁଥିଲା। ଯାହାର ଶିକାର ହୋଇଥିଲେ କଟକର ଜଣେ ଯୁବତୀ। ଆଉ ବ୍ଲାକମେଲ କାରଣରୁ ନିଜ ମାନ ସମ୍ମାନ ହାନି ଭୟରେ ଶେଷରେ ଆତ୍ମହତ୍ୟା କରିଥିଲେ।