ବର୍ଷାକୁ ନେଇ ଆସିଲା ବଡ଼ ଅପ୍ଡେଟ୍: ଏହି ଦିନଠାରୁ କମିବ ବର୍ଷା, ୮ ଜିଲାକୁ ୟେଲୋ ୱାର୍ଣ୍ଣିଂ
ଭୁବନେଶ୍ୱର,୨୬।୧୨: ରାଜ୍ୟରେ ଆଜିଠୁ ବର୍ଷା କମିବାକୁ ଥିବା ବେଳେ କାଲିଠୁ ସମ୍ପର୍ଣ୍ଣ ବର୍ଷା କମିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆଜି ବିଶେଷ କରି ଦକ୍ଷିଣ ଓଡ଼ିଶାରେ ହାଲୁକା ବର୍ଷା ସମ୍ଭାବନା ରହିଛି। ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଧିରେ ଧିରେ ଦୁର୍ବଳ ହେବାରେ ଲାଗିଛି। ଫଳରେ ଆଜି ଅପରାହ୍ନ ବେଳକୁ ଏହା ଆହୁରି ଦୁର୍ବଳ ହେବ। ଏହାର ପ୍ରଭାବରେ ବର୍ଷାର ପ୍ରକୋପ କମିବ। ଆଜିଠୁ ପାଗ ବଦଳିବାର ସମ୍ଭାବନା ରହିଥିବାବେଳେ କୁହୁଡି ବଢିବ। ଏହାସହ ୮ […] The post ବର୍ଷାକୁ ନେଇ ଆସିଲା ବଡ଼ ଅପ୍ଡେଟ୍: ଏହି ଦିନଠାରୁ କମିବ ବର୍ଷା, ୮ ଜିଲାକୁ ୟେଲୋ ୱାର୍ଣ୍ଣିଂ appeared first on Dharitri Odia News.
ଭୁବନେଶ୍ୱର,୨୬।୧୨: ରାଜ୍ୟରେ ଆଜିଠୁ ବର୍ଷା କମିବାକୁ ଥିବା ବେଳେ କାଲିଠୁ ସମ୍ପର୍ଣ୍ଣ ବର୍ଷା କମିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆଜି ବିଶେଷ କରି ଦକ୍ଷିଣ ଓଡ଼ିଶାରେ ହାଲୁକା ବର୍ଷା ସମ୍ଭାବନା ରହିଛି। ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଧିରେ ଧିରେ ଦୁର୍ବଳ ହେବାରେ ଲାଗିଛି। ଫଳରେ ଆଜି ଅପରାହ୍ନ ବେଳକୁ ଏହା ଆହୁରି ଦୁର୍ବଳ ହେବ। ଏହାର ପ୍ରଭାବରେ ବର୍ଷାର ପ୍ରକୋପ କମିବ। ଆଜିଠୁ ପାଗ ବଦଳିବାର ସମ୍ଭାବନା ରହିଥିବାବେଳେ କୁହୁଡି ବଢିବ। ଏହାସହ ୮ ଜିଲାକୁ ୟେଲୋ ୱାର୍ଣ୍ଣିଂ ମଧ୍ୟ ଦିଆଯାଇଛି। ଏହି ଜିଳାଗୁଡିକ ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡା, କେନ୍ଦୁଝର, ଯାଜପୁର, ସୋନପୁର, ବଲାଙ୍ଗୀର, ସମ୍ବଲପୁର, ବରଗଡ ରହିଛି।
ସୂଚନାଯୋଗ୍ୟ, ଗତ କିଛିଦିନ ହେବ ଲଗାତର ବର୍ଷା ଯୋଗୁ ଜନଜୀବନ ଅନ୍ତବ୍ୟସ୍ତ ହୋଇପଡିଛି। ଧାନ ଅମଳ ସମୟ ହୋଇଥିବାରୁ ଚାଷୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
The post ବର୍ଷାକୁ ନେଇ ଆସିଲା ବଡ଼ ଅପ୍ଡେଟ୍: ଏହି ଦିନଠାରୁ କମିବ ବର୍ଷା, ୮ ଜିଲାକୁ ୟେଲୋ ୱାର୍ଣ୍ଣିଂ appeared first on Dharitri Odia News.