ସଂସଦରେ ହଟ୍ଟଗୋଳ, ହେଲେ ବାହାରେ ଭାଜପା-କଂଗ୍ରେସ ନେତାଙ୍କ ବନ୍ଧୁତ୍ୱ
ନୂଆଦିଲ୍ଲୀ,୨୭।୬: ଲୋକ ସଭା ନିର୍ବାଚନରେ ଏନଡିଏ ଏବଂ ଇଣ୍ଡିଆ ଆଲାଇନ୍ସ ମଧ୍ୟରେ ଅନେକ ଅଭିଯୋଗ ହୋଇଥିଲା। ସଂସଦର ଅଧିବେଶନ ସମୟରେ ମଧ୍ୟ ଉଭୟ ଦଳର ଏମପିଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା, କିନ୍ତୁ ଯେତେବେଳେ କଂଗ୍ରେସ ଓ ଭାଜପାର ନେତାମାନେ ସଂସଦ ବାହାରେ ଏକାଠି ହୋଇଥିଲେ, ଏହା ଏକ ଭିନ୍ନ ଦୃଶ୍ୟ ଥିଲା । ଏମପିମାନଙ୍କ ମଧ୍ୟରେ ଏକ ଭିନ୍ନ ପ୍ରକାରର ବନ୍ଧୁତା ଦେଖାଦେଇଥିଲା। ଫଟୋ ଦେଖିବା ପରେ ଆପଣ ମଧ୍ୟ କହିବେ … ଚମତ୍କାର। ଲୋକ […] The post ସଂସଦରେ ହଟ୍ଟଗୋଳ, ହେଲେ ବାହାରେ ଭାଜପା-କଂଗ୍ରେସ ନେତାଙ୍କ ବନ୍ଧୁତ୍ୱ appeared first on Dharitri Odia News.
ନୂଆଦିଲ୍ଲୀ,୨୭।୬: ଲୋକ ସଭା ନିର୍ବାଚନରେ ଏନଡିଏ ଏବଂ ଇଣ୍ଡିଆ ଆଲାଇନ୍ସ ମଧ୍ୟରେ ଅନେକ ଅଭିଯୋଗ ହୋଇଥିଲା। ସଂସଦର ଅଧିବେଶନ ସମୟରେ ମଧ୍ୟ ଉଭୟ ଦଳର ଏମପିଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା, କିନ୍ତୁ ଯେତେବେଳେ କଂଗ୍ରେସ ଓ ଭାଜପାର ନେତାମାନେ ସଂସଦ ବାହାରେ ଏକାଠି ହୋଇଥିଲେ, ଏହା ଏକ ଭିନ୍ନ ଦୃଶ୍ୟ ଥିଲା । ଏମପିମାନଙ୍କ ମଧ୍ୟରେ ଏକ ଭିନ୍ନ ପ୍ରକାରର ବନ୍ଧୁତା ଦେଖାଦେଇଥିଲା। ଫଟୋ ଦେଖିବା ପରେ ଆପଣ ମଧ୍ୟ କହିବେ … ଚମତ୍କାର।
ଲୋକ ସଭା ବାଚସ୍ପତି ନିର୍ବାଚନର ଦ୍ୱିତୀୟ ଦିନରେ ଯେତେବେଳେ ସଂସଦର ପ୍ରକ୍ରିୟା ଆରମ୍ଭ ହେଲା ସେତେବେଳେ ରାଜନୀତି ମଧ୍ୟ ତୀବ୍ର ହେଲା। ବିରୋଧୀଦଳର ନେତାମାନେ ନୂତନ ସଂସଦ ଗୃହରେ ସ୍ଥାପିତ ସେଙ୍ଗୋଲ ପ୍ରସଙ୍ଗ ଉଠାଇଥିଲେ। ଏପରିକି ଏହାକୁ ହଟାଇବାକୁ ଦାବି କରିଥିଲେ। ସମାଜବାଦୀ ପାର୍ଟି ସାଂସଦ ଆର.କେ ଚୌଧରୀ କହିଛନ୍ତି, ସେଙ୍ଗୋଲ ରାଜତନ୍ତ୍ରର ପ୍ରତୀକ ଏବଂ ଦେଶ ଆଉ ରାଜତନ୍ତ୍ର ନୁହେଁ ବରଂ ଗଣତନ୍ତ୍ର। ଭାଜପା ଏମପିମାନେ ତୀବ୍ର ବିରୋଧ କରିଥିଲେ। ଏହା ପରେ ଡେପୁଟି ବାଚସ୍ପତିଙ୍କୁ ନେଇ ମଧ୍ୟ ଦ୍ୱନ୍ଦ୍ୱ ଦେଖାଦେଇଥିଲା।
The post ସଂସଦରେ ହଟ୍ଟଗୋଳ, ହେଲେ ବାହାରେ ଭାଜପା-କଂଗ୍ରେସ ନେତାଙ୍କ ବନ୍ଧୁତ୍ୱ appeared first on Dharitri Odia News.