ଲେହରେ ଆନାଲୋଗ୍‌ ସ୍ପେସ୍‌ ମିଶନ ଆରମ୍ଭ

ନୂଆଦିଲ୍ଲୀ,୨ା୧୧: ଭାରତର ପ୍ରଥମ ଆନାଲୋଗ୍‌ ସ୍ପେସ୍‌ ମିଶନ ଶୁକ୍ରବାର ଲଦାଖର ଲେହଠାରେ ଆରମ୍ଭ ହୋଇଛି। ମହାକାଶ କେନ୍ଦ୍ର ଅନୁରୂପ ଏହି ମିଶନ ପୃଥିବୀ ବାହାରେ ବେସ୍‌ ଷ୍ଟେଶନର ଚ୍ୟାଲେଞ୍ଜଗୁଡ଼ିକୁ ସମ୍ମୁଖୀନ ହେବା ସହ ଜୀବନଯାପନ ପାଇଁ ଅନୁକୂଳ ସ୍ଥିତି ସୃଷ୍ଟି କରିବ ବୋଲି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ମାଇକ୍ରୋବ୍ଲଗିଂ ସାଇଟ୍‌ ଏକ୍ସ’ରେ ପୋଷ୍ଟ କରିଛି। ଇସ୍ରୋ ସହ ହ୍ୟୁମାନ ସ୍ପେସ୍‌ଫ୍ଲାଇଟ୍‌ ସେଣ୍ଟର, ଆକା ସ୍ପେସ୍‌ ଷ୍ଟୁଡିଓ, ଲଦାଖ ୟୁନିଭର୍ସିଟି, ଆଇଆଇଟି ବମ୍ବେ ପକ୍ଷରୁ ମିଳିତ […] The post ଲେହରେ ଆନାଲୋଗ୍‌ ସ୍ପେସ୍‌ ମିଶନ ଆରମ୍ଭ appeared first on Dharitri Odia News.

ଲେହରେ ଆନାଲୋଗ୍‌ ସ୍ପେସ୍‌ ମିଶନ ଆରମ୍ଭ

ନୂଆଦିଲ୍ଲୀ,୨ା୧୧: ଭାରତର ପ୍ରଥମ ଆନାଲୋଗ୍‌ ସ୍ପେସ୍‌ ମିଶନ ଶୁକ୍ରବାର ଲଦାଖର ଲେହଠାରେ ଆରମ୍ଭ ହୋଇଛି। ମହାକାଶ କେନ୍ଦ୍ର ଅନୁରୂପ ଏହି ମିଶନ ପୃଥିବୀ ବାହାରେ ବେସ୍‌ ଷ୍ଟେଶନର ଚ୍ୟାଲେଞ୍ଜଗୁଡ଼ିକୁ ସମ୍ମୁଖୀନ ହେବା ସହ ଜୀବନଯାପନ ପାଇଁ ଅନୁକୂଳ ସ୍ଥିତି ସୃଷ୍ଟି କରିବ ବୋଲି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ମାଇକ୍ରୋବ୍ଲଗିଂ ସାଇଟ୍‌ ଏକ୍ସ’ରେ ପୋଷ୍ଟ କରିଛି। ଇସ୍ରୋ ସହ ହ୍ୟୁମାନ ସ୍ପେସ୍‌ଫ୍ଲାଇଟ୍‌ ସେଣ୍ଟର, ଆକା ସ୍ପେସ୍‌ ଷ୍ଟୁଡିଓ, ଲଦାଖ ୟୁନିଭର୍ସିଟି, ଆଇଆଇଟି ବମ୍ବେ ପକ୍ଷରୁ ମିଳିତ ଭାବେ ଏହି ଉଦ୍ୟମ କରାଯାଇଥିବାବେଳେ ଲଦାଖ ଅଟୋନମସ୍‌ ହିଲ୍‌ ଡେଭେଲପ୍‌ମେଣ୍ଟ କାଉନସିଲ ଏଥିରେ ସହଯୋଗ କରିଛି। ଗଗନୟାନ କାର୍ଯ୍ୟକ୍ରମ ଏବଂ ଭବିଷ୍ୟତରେ ହେବାକୁ ଥିବା ଭାରତୀୟ ଅନ୍ତରୀକ୍ଷ ଷ୍ଟେଶନ ପାଇଁ ଏହି ଆନାଲଗ୍‌ ଗବେଷଣା ସହାୟକ ହେବ। ୨୦୨୬ ସୁଦ୍ଧା ଭାରତ ମହାକାଶକୁ ଭାରତୀୟ ମହାକାଶଚାରୀଙ୍କୁ ପଠାଇବା ଲକ୍ଷ୍ୟ ରଖାଯାଇଛି।

The post ଲେହରେ ଆନାଲୋଗ୍‌ ସ୍ପେସ୍‌ ମିଶନ ଆରମ୍ଭ appeared first on Dharitri Odia News.