ଫେରିଘାଟକୁ ଯୋଗାଇ ଦିଆଗଲା ପାୱାର ବୋଟ୍, ଦୁର୍ବିପାକ ବେଳେ କରିବ ସହାୟତା
ମହାକାଳପଡ଼ା,୨୦ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବହୁ ଚର୍ଚ୍ଚିତ ବାହାକୁଦ, ମୂଷାଡ଼ିଆ, ମହାନଦୀ ଫେରିଘାଟ ଜିଲାରେ ସର୍ବୋତ୍ତମ ରାଜସ୍ବ ନିଲାମ ହେଉଥିବା ଘାଟ। ଏହି ଫେରି ଘାଟ ୭୦ଲକ୍ଷ ଟଙ୍କାରୁ ଅଧିକ ନିଲାମ ହୋଇଥାଏ। ବିଗତଦିନରେ ଏହି ଫେରି ଘାଟରେ ସାମୁଦ୍ରିକ ବଡ଼ ଜୁଆର, ମହାନଦୀରେ ବଡ଼ ବନ୍ୟା ସ୍ରୋତରେ ଫେରି ଘାଟ ଯାତ୍ରୀବାହୀ ଡଙ୍ଗା ଅଚଳ ହେବାରୁ ସମୁଦ୍ର ମୁହାଣ ମୁହଁରେ ଡଙ୍ଗା ଫସିବା ଓ ବିଳମ୍ବିତ ରାତିରେ ଯାତ୍ରୀମାନଙ୍କୁ ସୁରକ୍ଷିତ ଉଦ୍ଧାର […] The post ଫେରିଘାଟକୁ ଯୋଗାଇ ଦିଆଗଲା ପାୱାର ବୋଟ୍, ଦୁର୍ବିପାକ ବେଳେ କରିବ ସହାୟତା appeared first on Dharitri Odia News.
ମହାକାଳପଡ଼ା,୨୦ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବହୁ ଚର୍ଚ୍ଚିତ ବାହାକୁଦ, ମୂଷାଡ଼ିଆ, ମହାନଦୀ ଫେରିଘାଟ ଜିଲାରେ ସର୍ବୋତ୍ତମ ରାଜସ୍ବ ନିଲାମ ହେଉଥିବା ଘାଟ। ଏହି ଫେରି ଘାଟ ୭୦ଲକ୍ଷ ଟଙ୍କାରୁ ଅଧିକ ନିଲାମ ହୋଇଥାଏ। ବିଗତଦିନରେ ଏହି ଫେରି ଘାଟରେ ସାମୁଦ୍ରିକ ବଡ଼ ଜୁଆର, ମହାନଦୀରେ ବଡ଼ ବନ୍ୟା ସ୍ରୋତରେ ଫେରି ଘାଟ ଯାତ୍ରୀବାହୀ ଡଙ୍ଗା ଅଚଳ ହେବାରୁ ସମୁଦ୍ର ମୁହାଣ ମୁହଁରେ ଡଙ୍ଗା ଫସିବା ଓ ବିଳମ୍ବିତ ରାତିରେ ଯାତ୍ରୀମାନଙ୍କୁ ସୁରକ୍ଷିତ ଉଦ୍ଧାର କରିବାରେ ଅସୁବିଧା ହେଉଥିଲା। ଫଳରେ ଯାତ୍ରୀ, ଶ୍ରମିକମାନେ ଜୀବନ ପ୍ରତି ବିପଦ ରହିଥିଲା। ମହାନଦୀରେ ଶ୍ରମିକମାନଙ୍କ ସୁରକ୍ଷିତ ଭାବେ ଯାତାୟାତ ସୁବିଧା ପାଇଁ ଆର୍ସେଲର ମିତ୍ତଲ ନିପନ ଷ୍ଟିଲ ଇଣ୍ଡିଆ ପକ୍ଷରୁ ଏକ ଭାସମାନ ଜେଟି ସହ ପାୱାର ବୋଟ ବ୍ଲକ ପ୍ରଶାସନକୁ ସପ୍ତାହେ ପୂର୍ବରୁ ଯୋଗାଇ ଦିଆଯାଇଛି। ଏହି ପାୱାର ବୋଟ ରାମନଗର ପଞ୍ଚାୟତ ଦ୍ୱାରା ବାହାକୁଦ ଫେରି ଘାଟରେ ପହଞ୍ଚିଛି । ଏହାକୁ ପଞ୍ଚାୟତ ପରିଚାଳନା କରିବ ବୋଲି ବ୍ଲକ ପ୍ରଶାସନ ପକ୍ଷରୁ କୁହାଯାଇଛି।
ଏଠାରେ ପ୍ରଶ୍ନ ଉଠେ ପାୱାର ବୋଟ ଚଳାଇବାକୁ ଦକ୍ଷ ତାଲିମପ୍ରାପ୍ତ ଚାଳକଙ୍କ ଆବଶ୍ୟକତା ରହିଛି। ଯେଉଁ ଚାଳକ ଦୁର୍ବିପାକ ସମୟରେ ସମୁଦ୍ରର ବଡ଼ ବଡ଼ ସ୍ରୋତ, ଲହଡ଼ିକୁ ଅତିକ୍ରମ କରି ଦୁର୍ଘଟଣାସ୍ଥଳରେ ପହଞ୍ଚି ସୁରକ୍ଷିତ ଯାତ୍ରୀମାନଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇପାରିବ। ଅପରପକ୍ଷରେ ଦୈନନ୍ଦିନ ପାରାଦୀପ ଶିଳ୍ପାଞ୍ଚଳକୁ ଯାଉଥିବା ଶତାଧିକ ଶ୍ରମିକଙ୍କ ପାଇଁ ଏହି ଯାତ୍ରୀବାହୀ ଏକ ବଡ଼ ପାୱାର ବୋଟ ଷ୍ଟିଲ କର୍ତ୍ତୃପକ୍ଷ ଯୋଗାଇ ଦେବେ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ତେବେ ଏହି ପାୱାର ବୋଟ ଶ୍ରମିକମାନଙ୍କ ଜୀବନ ସୁରକ୍ଷିତ ରଖିବା ପାଇଁ କମ୍ପାନୀ କର୍ତ୍ତୃପକ୍ଷ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏହାକୁ ସୁଚାରୁ ରୂପେ ପରିଚାଳନା ପାଇଁ ପର୍ଯ୍ୟାୟକ୍ରମେ ସ୍ଥାନୀୟ ଯୁବକମାନଙ୍କୁ ତାଲିମ ପ୍ରଦାନ କରାଯାଇ ଚାଳକ ନିଯୁକ୍ତି ପାଇବେ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଏ ସଂକ୍ରାନ୍ତରେ ବିଡିଓ ସାଗର ରଞ୍ଜନ ନନ୍ଦଙ୍କୁ ପଚାରବାରେ ପାଓ୍ବାର ବୋଟ ଶ୍ରମିକମାନଙ୍କ ପାରାଦୀପ ଶିଳ୍ପାଞ୍ଚଳକୁ ଯାତାୟାତରେ ସୁରକ୍ଷା ଦେଇପାରିବ। ଖୁବ୍ଶୀଘ୍ର ଜନସଧାରଣଙ୍କ ସେବାରେ ଉତ୍ସର୍ଗୀକୃତ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।
The post ଫେରିଘାଟକୁ ଯୋଗାଇ ଦିଆଗଲା ପାୱାର ବୋଟ୍, ଦୁର୍ବିପାକ ବେଳେ କରିବ ସହାୟତା appeared first on Dharitri Odia News.