ସ୍ବାମୀ-ସ୍ତ୍ରୀଙ୍କ ମଝିରେ ଏ କ’ଣ? ସୂର୍ଯ୍ୟକୁମାରଙ୍କ ବେଡ୍‌ରୁମ୍‌ ଫଟୋ ଭାଇରାଲ

ନୂଆଦିଲ୍ଲୀ,୩୦।୬: ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାକୁ ୭ ରନ୍‌ରେ ପରାସ୍ତ କରି ଟି-୨୦ ବିଶ୍ୱକପ ଚାମ୍ପିୟନ୍‌ ହୋଇଛି। ବାର୍ବାଡୋସ୍‌ରେ ଭାରତୀୟ ଖେଳାଳି ଏବଂ ସପୋର୍ଟ ଷ୍ଟାଫଙ୍କଠାରୁ ଆରମ୍ଭ କରି ପ୍ରଶଂସକଙ୍କ ପର୍ଯ୍ୟନ୍ତ ସେଲିବ୍ରେଶନ ମୋଡ୍‌ରେ ଅଛନ୍ତି। ଏହି ବିଜୟ ପରେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ସୂର୍ଯ୍ୟକୁମାର ଯାଦବଙ୍କ ବେଡ୍‌ରୁମ୍‌ ଫଟୋ ଭାଇରାଲ ହୋଇଛି। ଭାଇରାଲ ଫଟୋ ସୂର୍ଯ୍ୟକୁମାର ଏବଂ ତାଙ୍କ ସ୍ତ୍ରୀ ବେଡ୍‌ରେ ଶୋଇଥିବାବେଳେ ସେମାନଙ୍କ ମଝିରେ ବିଶ୍ୱକପ୍‌ ଟ୍ରଫି ରହିଛି। ଦଳ ସେମାନଙ୍କର ବିଜୟ ଉତ୍ସବ ପାଳନ […] The post ସ୍ବାମୀ-ସ୍ତ୍ରୀଙ୍କ ମଝିରେ ଏ କ’ଣ? ସୂର୍ଯ୍ୟକୁମାରଙ୍କ ବେଡ୍‌ରୁମ୍‌ ଫଟୋ ଭାଇରାଲ appeared first on Dharitri Odia News.

ସ୍ବାମୀ-ସ୍ତ୍ରୀଙ୍କ ମଝିରେ ଏ କ’ଣ? ସୂର୍ଯ୍ୟକୁମାରଙ୍କ ବେଡ୍‌ରୁମ୍‌ ଫଟୋ ଭାଇରାଲ

ନୂଆଦିଲ୍ଲୀ,୩୦।୬: ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାକୁ ୭ ରନ୍‌ରେ ପରାସ୍ତ କରି ଟି-୨୦ ବିଶ୍ୱକପ ଚାମ୍ପିୟନ୍‌ ହୋଇଛି। ବାର୍ବାଡୋସ୍‌ରେ ଭାରତୀୟ ଖେଳାଳି ଏବଂ ସପୋର୍ଟ ଷ୍ଟାଫଙ୍କଠାରୁ ଆରମ୍ଭ କରି ପ୍ରଶଂସକଙ୍କ ପର୍ଯ୍ୟନ୍ତ ସେଲିବ୍ରେଶନ ମୋଡ୍‌ରେ ଅଛନ୍ତି। ଏହି ବିଜୟ ପରେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ସୂର୍ଯ୍ୟକୁମାର ଯାଦବଙ୍କ ବେଡ୍‌ରୁମ୍‌ ଫଟୋ ଭାଇରାଲ ହୋଇଛି। ଭାଇରାଲ ଫଟୋ ସୂର୍ଯ୍ୟକୁମାର ଏବଂ ତାଙ୍କ ସ୍ତ୍ରୀ ବେଡ୍‌ରେ ଶୋଇଥିବାବେଳେ ସେମାନଙ୍କ ମଝିରେ ବିଶ୍ୱକପ୍‌ ଟ୍ରଫି ରହିଛି।
ଦଳ ସେମାନଙ୍କର ବିଜୟ ଉତ୍ସବ ପାଳନ କରୁଥିବାବେଳେ ସେମାନଙ୍କ ପରିବାର ମଧ୍ୟ ଏଥିରେ ଯୋଗ ଦେଇଥିଲେ। ସୁର୍ଯ୍ୟକୁମାର ଯାଦବଙ୍କ ସ୍ତ୍ରୀ ଦେବିଶା ଶେଟ୍ଟୀ ସମ୍ମାନଜନକ ଟି-୨୦ ବିଶ୍ୱକପ ଟ୍ରଫି ରଖିବାର ଗୌରବ ଅର୍ଜନ କରିଥିଲେ ଏବଂ ତାଙ୍କ ସ୍ବାମୀ ସୂର୍ଯ୍ୟକୁମାର ଯାଦବଙ୍କୁ ଟ୍ୟାଗ କରି ସୋସିଆଲ ମିଡିଆରେ ଫଟୋ ଶେୟାର କରିଥିଲେ।
ଭାରତର ବିଶ୍ୱକପ ବିଜୟରେ ସୂର୍ଯ୍ୟକୁମାର ଯାଦବ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଡେଭିଡ ମିଲରଙ୍କୁ ଆଉଟ୍‌ କରିବା ପାଇଁ ସୂର୍ଯ୍ୟକୁମାର ଏକ ଚମତ୍କାର କ୍ୟାଚ ନେଇଥିଲେ।

The post ସ୍ବାମୀ-ସ୍ତ୍ରୀଙ୍କ ମଝିରେ ଏ କ’ଣ? ସୂର୍ଯ୍ୟକୁମାରଙ୍କ ବେଡ୍‌ରୁମ୍‌ ଫଟୋ ଭାଇରାଲ appeared first on Dharitri Odia News.