ବେଙ୍ଗାଲୁରୁରେ ଜଘନ୍ୟ ହତ୍ୟାକାଣ୍ଡ, ଫ୍ରିଜରୁ ମିଳିଲା ମହିଳାଙ୍କ ଶରୀରର ୩୨ଖଣ୍ଡ

ବେଙ୍ଗାଲୁରୁ: ୨୯ବର୍ଷୀୟ ମହିଳାଙ୍କୁ ନିର୍ମମ ଭାବେ ହତ୍ୟା। ଫ୍ରିଜରୁ ମିଳିଲା ମୃତଦେହର ୩୨ଖଣ୍ଡ। ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି ବେଙ୍ଗାଲୁରୁ ସହରରେ। ଏହି ଘଟଣା ୧୫ ଦିନ ପୂର୍ବରୁ ହୋଇଥିବା ସନ୍ଦେହ କରୁଛି ପୋଲିସ। ରିପୋର୍ଟ ଅନୁସାରେ ପୋଲିସକୁ ଘଟଣାସ୍ଥଳରୁ ମୃତକଙ୍କ ଶରୀର ଖଣ୍ଡ ଖଣ୍ଡ ହୋଇ ଘର ଭିତରେ ଥିବା ରେଫ୍ରିଜେଟରରେ ରଖାଯାଇଥିବା ମିଳିଥିଲା। ଏହି ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଥିବାବେଳେ ଅଭିଯୁକ୍ତ ବିଷୟରେ ଏବେ ପର୍ଯ୍ୟନ୍ତ କୌଣସି ସୂଚନା ମିଳିପାରିନାହିଁ । ଉକ୍ତ ପୋଲିସ ସୂଚନା ଅନୁସାରେ ଘଟଣାସ୍ଥଳରେ ଫରେନସିକ ଟିମ, ଡ୍ରଗ ସ୍କ୍ବାର୍ଡ଼ ଏବଂ ଏଫଏସଏଲ ଟିମ୍ ପହଞ୍ଚି ସାରିଛନ୍ତି ଏବଂ ମାମଲାର ବିସ୍ତୃତ ଯାଞ୍ଚ କରାଯାଉଛି ।ସ୍ଥାନୀୟ ଲୋକଙ୍କ ଅନୁସାରେ ଗତ କିଛି ଦିନରୁ ଘର ଭିତରୁ ଦୁର୍ଗନ୍ଧ ଆସୁଥିଲା । ଫଳରେ ଘରର ତାଲା ଭାଙ୍ଗି ଘର ଭିତରକୁ ଯିବା ଦ୍ବାରା ହତ୍ୟା ବିଷୟରେ ଜଣାପଡ଼ିଥିଲା।ପୋଲିସ ଘଟଣାସ୍ଥଳରେ ରହି ମାମଲାର ଯାଞ୍ଚ କରୁଛି। ମୃତ ମହିଳା ଅନ୍ୟ ରାଜ୍ୟର ଥିଲେ, କିନ୍ତୁ ସେ ନିଜ ପରିବାର ସହ ବେଙ୍ଗାଲୁରୁରେ ରହୁଥିଲେ। ମହିଳା ୩ମାସ ପୂର୍ବରୁ ହିଁ ଏହି ସ୍ଥାନରେ ଭଡ଼ାରେ ରହିବାକୁ ଆସିଥିଲେ। ମୃତକଙ୍କ ଘର ଲୋକ ଆସିବା ପରେ ହତ୍ୟା ବିଷୟରେ ଜଣାପଡ଼ିଥିଲା। 

ବେଙ୍ଗାଲୁରୁରେ ଜଘନ୍ୟ ହତ୍ୟାକାଣ୍ଡ, ଫ୍ରିଜରୁ ମିଳିଲା ମହିଳାଙ୍କ ଶରୀରର ୩୨ଖଣ୍ଡ

ବେଙ୍ଗାଲୁରୁ: ୨୯ବର୍ଷୀୟ ମହିଳାଙ୍କୁ ନିର୍ମମ ଭାବେ ହତ୍ୟା। ଫ୍ରିଜରୁ ମିଳିଲା ମୃତଦେହର ୩୨ଖଣ୍ଡ। ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି ବେଙ୍ଗାଲୁରୁ ସହରରେ। ଏହି ଘଟଣା ୧୫ ଦିନ ପୂର୍ବରୁ ହୋଇଥିବା ସନ୍ଦେହ କରୁଛି ପୋଲିସ। ରିପୋର୍ଟ ଅନୁସାରେ ପୋଲିସକୁ ଘଟଣାସ୍ଥଳରୁ ମୃତକଙ୍କ ଶରୀର ଖଣ୍ଡ ଖଣ୍ଡ ହୋଇ ଘର ଭିତରେ ଥିବା ରେଫ୍ରିଜେଟରରେ ରଖାଯାଇଥିବା ମିଳିଥିଲା। ଏହି ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଥିବାବେଳେ ଅଭିଯୁକ୍ତ ବିଷୟରେ ଏବେ ପର୍ଯ୍ୟନ୍ତ କୌଣସି ସୂଚନା ମିଳିପାରିନାହିଁ । ଉକ୍ତ ପୋଲିସ ସୂଚନା ଅନୁସାରେ ଘଟଣାସ୍ଥଳରେ ଫରେନସିକ ଟିମ, ଡ୍ରଗ ସ୍କ୍ବାର୍ଡ଼ ଏବଂ ଏଫଏସଏଲ ଟିମ୍ ପହଞ୍ଚି ସାରିଛନ୍ତି ଏବଂ ମାମଲାର ବିସ୍ତୃତ ଯାଞ୍ଚ କରାଯାଉଛି ।

ସ୍ଥାନୀୟ ଲୋକଙ୍କ ଅନୁସାରେ ଗତ କିଛି ଦିନରୁ ଘର ଭିତରୁ ଦୁର୍ଗନ୍ଧ ଆସୁଥିଲା । ଫଳରେ ଘରର ତାଲା ଭାଙ୍ଗି ଘର ଭିତରକୁ ଯିବା ଦ୍ବାରା ହତ୍ୟା ବିଷୟରେ ଜଣାପଡ଼ିଥିଲା।

ପୋଲିସ ଘଟଣାସ୍ଥଳରେ ରହି ମାମଲାର ଯାଞ୍ଚ କରୁଛି। ମୃତ ମହିଳା ଅନ୍ୟ ରାଜ୍ୟର ଥିଲେ, କିନ୍ତୁ ସେ ନିଜ ପରିବାର ସହ ବେଙ୍ଗାଲୁରୁରେ ରହୁଥିଲେ। ମହିଳା ୩ମାସ ପୂର୍ବରୁ ହିଁ ଏହି ସ୍ଥାନରେ ଭଡ଼ାରେ ରହିବାକୁ ଆସିଥିଲେ। ମୃତକଙ୍କ ଘର ଲୋକ ଆସିବା ପରେ ହତ୍ୟା ବିଷୟରେ ଜଣାପଡ଼ିଥିଲା।