ବସିବା, ଖାଇବା ଠାରୁ ଅଧିକ ଶବ୍ଦ ଜାଣେ ପୋଷା କୁକୁର; ଗବେଷଣାରୁ ସ୍ପଷ୍ଟ, ମସ୍ତିସ୍କରେ ସୃଷ୍ଟି ହେଉଛି ଶବ୍ଦ ତରଙ୍ଗ

ନୂଆଦିଲ୍ଲୀ; ପୋଷା କୁକୁର କେତେ ଶିକ୍ଷିତ ? ଏମାନଙ୍କ ଠାରେ କ’ଣ ଭାଷା ଜ୍ଞାନ ଅଛି ? କେବଳ ନାଁ ନୁହେଁ, କିଛି ଶବ୍ଦ ବି ବୁଝନ୍ତି । କୁକୁରଙ୍କ ମସ୍ତିସ୍କରେ ରହିଛି ଶବ୍ଦ ଭଣ୍ଡାର । ବିଶେଷ୍ୟ, ବିଶେଷଣର ଜ୍ଞାନ ରହିଛି । ବସିବା, ଖାଇବା, ଧରିବା ଠାରୁ ଆରମ୍ଭ କରି କେତେ କ’ଣ ଭାଷା ବୁଝନ୍ତି । ଅଗାଢ଼ ଘ୍ରାଣଶକ୍ତିରେ ସହଜରେ ଚିହ୍ନି ପରାନ୍ତି । ଏକଥା ଆମେ କହୁ ନାହୁଁ ବରଂ ଏକ ରିସର୍ଚ୍ଚ ଜଣାପଡ଼ିଛି । ପୋଷା କୁକୁରଙ୍କ ଠାରେ ନାଉନ୍ ଓ ଅବଜେକ୍ଟର ଜ୍ଞାନ ରହିଛି । କିଛି ଛୋଟ ଛୋଟ ଶବ୍ଦକୁ କୁକୁର ମାନେ ସହଜରେ ବୁଝିନିଅନ୍ତି । ଏହାକୁ ସାବ୍ୟସ୍ତ କରିବା ବହୁ କଠିନ କାମ, ହେଲେ ବୈଜ୍ଞାନିକମାନଙ୍କ ଅଧ୍ୟୟନରୁ ଏହା ପ୍ରମାଣିତ ହୋଇଛି । ପୋଷା କୁକୁରଙ୍କ ମସ୍ତିସ୍କର ଗତିବିଧିକୁ ରେକର୍ଡିଂ ଏବଂ ତର୍ଜମା ପରେ ଏହାର ନିଷ୍କର୍ସ ବାହାରିଛି । ହଙ୍ଗେରୀ ବୁଡାପେଷ୍ଟର ଇୟୋଟବୋସ୍ ଲାରେଣ୍ଡ ୟୁନିଭର୍ସିଟିରେ ମାରିୟାନା ବୋରୋସଙ୍କ ଅଧ୍ୟକ୍ଷତାରେ ଏହି ଅଧ୍ୟୟନ ହୋଇଛି । ଏହି ଗବେଷଣାରେ ବୈଜ୍ଞାନିକମାନେ ଭିନ୍ନ ଭିନ୍ନ ପ୍ରଜାତିର ୧୯ଟି କୁକୁରଙ୍କ ସାମିଲ୍ କରିଥିଲେ । ବାର୍ଡର କୁଲି, ଟାୟ ଫୁଡଲ୍‌ସ ଏବଂ ଲାବାରଡୋର ଭଳି ପ୍ରଜାତି ଉପରେ ପ୍ରୟୋଗ କରାଯାଇଥିଲା। ଏଥିରେ ଗେବଷକମାନେ ଜାଣିବାକୁ ପାଇଥିଲେ, ପୋଷା କୁକୁରମାନଙ୍କ ନିକଟରେ ବିଶେଷ୍ୟ, ବିଶେଷଣର ଜ୍ଞାନ ରହିଛି । ନାଁ ଜାଣିବା ସହିତ ବସିବା, ଧରିବା ଆଦି ବହୁ ଶବ୍ଦ ବୁଝିପାରନ୍ତି ।ରିସର୍

ବସିବା, ଖାଇବା ଠାରୁ ଅଧିକ ଶବ୍ଦ ଜାଣେ ପୋଷା କୁକୁର; ଗବେଷଣାରୁ ସ୍ପଷ୍ଟ, ମସ୍ତିସ୍କରେ ସୃଷ୍ଟି ହେଉଛି ଶବ୍ଦ ତରଙ୍ଗ

ନୂଆଦିଲ୍ଲୀ; ପୋଷା କୁକୁର କେତେ ଶିକ୍ଷିତ ? ଏମାନଙ୍କ ଠାରେ କ’ଣ ଭାଷା ଜ୍ଞାନ ଅଛି ? କେବଳ ନାଁ ନୁହେଁ, କିଛି ଶବ୍ଦ ବି ବୁଝନ୍ତି । କୁକୁରଙ୍କ ମସ୍ତିସ୍କରେ ରହିଛି ଶବ୍ଦ ଭଣ୍ଡାର । ବିଶେଷ୍ୟ, ବିଶେଷଣର ଜ୍ଞାନ ରହିଛି । ବସିବା, ଖାଇବା, ଧରିବା ଠାରୁ ଆରମ୍ଭ କରି କେତେ କ’ଣ ଭାଷା ବୁଝନ୍ତି । ଅଗାଢ଼ ଘ୍ରାଣଶକ୍ତିରେ ସହଜରେ ଚିହ୍ନି ପରାନ୍ତି । ଏକଥା ଆମେ କହୁ ନାହୁଁ ବରଂ ଏକ ରିସର୍ଚ୍ଚ ଜଣାପଡ଼ିଛି । ପୋଷା କୁକୁରଙ୍କ ଠାରେ ନାଉନ୍ ଓ ଅବଜେକ୍ଟର ଜ୍ଞାନ ରହିଛି । କିଛି ଛୋଟ ଛୋଟ ଶବ୍ଦକୁ କୁକୁର ମାନେ ସହଜରେ ବୁଝିନିଅନ୍ତି । ଏହାକୁ ସାବ୍ୟସ୍ତ କରିବା ବହୁ କଠିନ କାମ, ହେଲେ ବୈଜ୍ଞାନିକମାନଙ୍କ ଅଧ୍ୟୟନରୁ ଏହା ପ୍ରମାଣିତ ହୋଇଛି । ପୋଷା କୁକୁରଙ୍କ ମସ୍ତିସ୍କର ଗତିବିଧିକୁ ରେକର୍ଡିଂ ଏବଂ ତର୍ଜମା ପରେ ଏହାର ନିଷ୍କର୍ସ ବାହାରିଛି । 


ହଙ୍ଗେରୀ ବୁଡାପେଷ୍ଟର ଇୟୋଟବୋସ୍ ଲାରେଣ୍ଡ ୟୁନିଭର୍ସିଟିରେ ମାରିୟାନା ବୋରୋସଙ୍କ ଅଧ୍ୟକ୍ଷତାରେ ଏହି ଅଧ୍ୟୟନ ହୋଇଛି । ଏହି ଗବେଷଣାରେ ବୈଜ୍ଞାନିକମାନେ ଭିନ୍ନ ଭିନ୍ନ ପ୍ରଜାତିର ୧୯ଟି କୁକୁରଙ୍କ ସାମିଲ୍ କରିଥିଲେ । ବାର୍ଡର କୁଲି, ଟାୟ ଫୁଡଲ୍‌ସ ଏବଂ ଲାବାରଡୋର ଭଳି ପ୍ରଜାତି ଉପରେ ପ୍ରୟୋଗ କରାଯାଇଥିଲା। ଏଥିରେ ଗେବଷକମାନେ ଜାଣିବାକୁ ପାଇଥିଲେ, ପୋଷା କୁକୁରମାନଙ୍କ ନିକଟରେ ବିଶେଷ୍ୟ, ବିଶେଷଣର ଜ୍ଞାନ ରହିଛି । ନାଁ ଜାଣିବା ସହିତ ବସିବା, ଧରିବା ଆଦି ବହୁ ଶବ୍ଦ ବୁଝିପାରନ୍ତି ।

ରିସର୍ଚ୍ଚରେ ପୋଷା କୁକୁରଙ୍କ ପାଞ୍ଚ ଲକ୍ଷଣ ଉପରେ ଗବେଷଣା କରାଯାଇଥିଲା । କୌଣସି ବସ୍ତୁର ନାଁ କହିବା ପରେ ସମାନ ବସ୍ତୁକୁ କୁକୁରଙ୍କ ସାମ୍ନାରେ ରଖିଥିଲେ । ଏହା ପରେ ବୈଜ୍ଞାନିକ ମାନେ ଇଲେକ୍ଟ୍ରୋନସେଫାଲୋଗ୍ରାଫି ବା ଇଇଜି କରି କୁକୁରଙ୍କ ମସ୍ତିସ୍କ ସୃଷ୍ଟି ହେଉଥିବା ଶବ୍ଦ ତରଙ୍ଗ ଉପରେ ଧ୍ୟାନ ରଖିଥିଲେ  ଏବଂ ମସ୍ତିସ୍କ କିପରି ପ୍ରତିକ୍ରିୟା ଦେଉଛି ତାହା ଜାଣିବାକୁ ପାଇଥିଲେ । ଏହି ଗବେଷଣାର ଅର୍ଥ ଥିଲା କ’ଣ କୁକୁରମାନେ କୌଣସି ଶବ୍ଦର ଅର୍ଥ ବୁଝନ୍ତି । କୌଣସି ବସ୍ତୁ ଓ ନାଁ ମଧ୍ୟରେ ପାର୍ଥକ୍ୟ ରହିଲେ ଭିନ୍ନ ପ୍ରତିକ୍ରିୟା ହେଉଛି କି ନାହିଁ ? ଶବ୍ଦ ମଧ୍ୟରେ ସାମଞ୍ଜସ୍ୟ ପରେ ଲେକ୍ଟ୍ରୋନସେଫାଲୋଗ୍ରାଫି ଭିନ୍ନ ଭିନ୍ନ ସଂକେତ ଦେଇଥିଲା । ଫଳରେ ପୋଷା କୁକୁରମାନେ କିଛି ମାତ୍ରାରେ ଶିକ୍ଷିତ ବୋଲି ବୈଜ୍ଞାନିକମାନେ ନିଷ୍କର୍ସ ପାଇଥିଲେ। କୁକୁର ଯେଉଁ ପ୍ରତିକ୍ରିୟା ଦିଅନ୍ତି, ତା’ ଠାରୁ କେତେ ଅଧିକ ବୁଝିପାରନ୍ତି । କିଛି ପ୍ରଜାତିଙ୍କ ପାଖରେ ମଣିଷଙ୍କ ପରି ଶବ୍ଦ ଭଣ୍ଡାର ବି ରହିଛି ।