୨୫ କୋଟିର ମେସିନ୍‌ରେ ମାତ୍ର ୬୦ଦିନ ଭିତରେ ଯବାନ ହେବେ ବୟସ୍କ,ଏଭଳି କହି ଲୁଟିନେଲେ ୩୫ କୋଟି !

ନୂଆଦିଲ୍ଲୀ ୦୬।୧୦: ବୟସ୍କଙ୍କୁ ଠକିଲେ ଦମ୍ପତ୍ତି । ବୃଦ୍ଧଙ୍କୁ ଯବାନ କରିଦେବା କହି କୋଟିକୋଟିର ଲଗାଇଲେ ଚୂନା । ଦମ୍ପତ୍ତି ଦାବି କରିଥିଲେ କି ତାଙ୍କ ପାଖରେ ଇସ୍ରାଏଲ୍‌ ଟେକନିକ୍‌ ମେସିନ୍‌ ରହିଛି । ଯାହା ୬୦ ବର୍ଷିୟ ବୟସ୍କଙ୍କୁ ୨୫ ବର୍ଷିୟ କରିଦେବ । ୟୁପି କାନପୁରରୁ ସାମ୍ନାକୁ ଆସିଛି ଏହି ଅଜବ ମାମଲା । ଅନେକ ଲୋକ ଏହି ଜାଲରେ ପଡ଼ିଥିଲେ । ଆଉ ଲକ୍ଷ ଲକ୍ଷ ଟଙ୍କା ବିନିଯୋଗ କରିଥିଲେ । କିନ୍ତୁ ନା ମିଳିଲା କୌଣସି ମେସିନ୍, ନା ହେଲା ଟଙ୍କା ଫେରସ୍ତ । କୋଟିକୋଟି ଟଙ୍କା ନେଇ ଏବେ ଫେରାର ଦମ୍ପତ୍ତି । ଏବେ ଦମ୍ପତ୍ତିଙ୍କୁ ଖୋଜୁଛି ପୋଲିସ ।କାନପୁରର ଅନେକ ଲୋକ ଏହି ଠକାମିର ହୋଇଛନ୍ତି ଶିକାର । ଏହି ଦମ୍ପତ୍ତି ଅଭିଷେକ ମିଶ୍ରା ନାମକ ଜଣେ ବ୍ୟକ୍ତିଙ୍କୁ ଲଗାଇଛନ୍ତି ଚୂନା । ଦମ୍ପତ୍ତି ଲୋକଙ୍କୁ କହୁଥିଲେ କି ତାଙ୍କ ପାଖରେ ଏକ ଅନନ୍ୟ ଥେରାପି ରହିଛି । ଯାହା ଇସ୍ରାଏସଲ୍‌ ଟେକନିକ୍‌ରେ ନିର୍ମିତ । ଏହି ମେସିନ ଦ୍ବାରା ବୟସ୍କ ଦେଖାଯିବେ ଯବାନ । ମେସିନର ଦାମ୍‌ ପ୍ରାୟ ୨୫ କୋଟି ଟଙ୍କା । ଏହା ମାଧ୍ୟମରେ ଦିଆଯିବ ୬୦ ଦିନର ଥେରାପି । ଆଉ ଏହାପରେ କୌଣସି ବି ବୟସ୍କ ୨୦ରୁ ୩୦ବର୍ଷିୟ ପରି ଦେଖାଯିବେ । ଲୋକମାନେ ଏହି ଥେରାପି ପାଇଁ ପୁରା ଉତ୍ସାହିତ ହୋଇ ଯାଇଥିଲେ ଆଉ ଅନେକ ଲୋକ ଦମ୍ପତିଙ୍କୁ ଦେଇଥିଲେ ଲକ୍ଷ ଲକ୍ଷ ଟଙ୍କା । ଅଭିଷେକ କହିଛନ୍ତି ଯେ ଦମ୍ପତ୍ତି କହିଥିଲେ କି ଏହି ମେସିନ୍ ପାଇଁ ଲୋକମାନେ ଲାଇନରେ ଛିଡା ହେ

୨୫ କୋଟିର ମେସିନ୍‌ରେ ମାତ୍ର ୬୦ଦିନ ଭିତରେ ଯବାନ ହେବେ ବୟସ୍କ,ଏଭଳି କହି ଲୁଟିନେଲେ ୩୫ କୋଟି !

ନୂଆଦିଲ୍ଲୀ ୦୬।୧୦: ବୟସ୍କଙ୍କୁ ଠକିଲେ ଦମ୍ପତ୍ତି । ବୃଦ୍ଧଙ୍କୁ ଯବାନ କରିଦେବା କହି କୋଟିକୋଟିର ଲଗାଇଲେ ଚୂନା । ଦମ୍ପତ୍ତି ଦାବି କରିଥିଲେ କି ତାଙ୍କ ପାଖରେ ଇସ୍ରାଏଲ୍‌ ଟେକନିକ୍‌ ମେସିନ୍‌ ରହିଛି । ଯାହା ୬୦ ବର୍ଷିୟ ବୟସ୍କଙ୍କୁ ୨୫ ବର୍ଷିୟ କରିଦେବ । ୟୁପି କାନପୁରରୁ ସାମ୍ନାକୁ ଆସିଛି ଏହି ଅଜବ ମାମଲା । ଅନେକ ଲୋକ ଏହି ଜାଲରେ ପଡ଼ିଥିଲେ । ଆଉ ଲକ୍ଷ ଲକ୍ଷ ଟଙ୍କା ବିନିଯୋଗ କରିଥିଲେ । କିନ୍ତୁ ନା ମିଳିଲା କୌଣସି ମେସିନ୍, ନା ହେଲା ଟଙ୍କା ଫେରସ୍ତ । କୋଟିକୋଟି ଟଙ୍କା ନେଇ ଏବେ ଫେରାର ଦମ୍ପତ୍ତି । ଏବେ ଦମ୍ପତ୍ତିଙ୍କୁ ଖୋଜୁଛି ପୋଲିସ ।

କାନପୁରର ଅନେକ ଲୋକ ଏହି ଠକାମିର ହୋଇଛନ୍ତି ଶିକାର । ଏହି ଦମ୍ପତ୍ତି ଅଭିଷେକ ମିଶ୍ରା ନାମକ ଜଣେ ବ୍ୟକ୍ତିଙ୍କୁ ଲଗାଇଛନ୍ତି ଚୂନା । ଦମ୍ପତ୍ତି ଲୋକଙ୍କୁ କହୁଥିଲେ କି ତାଙ୍କ ପାଖରେ ଏକ ଅନନ୍ୟ ଥେରାପି ରହିଛି । ଯାହା ଇସ୍ରାଏସଲ୍‌ ଟେକନିକ୍‌ରେ ନିର୍ମିତ । ଏହି ମେସିନ ଦ୍ବାରା ବୟସ୍କ ଦେଖାଯିବେ ଯବାନ । ମେସିନର ଦାମ୍‌ ପ୍ରାୟ ୨୫ କୋଟି ଟଙ୍କା । ଏହା ମାଧ୍ୟମରେ ଦିଆଯିବ ୬୦ ଦିନର ଥେରାପି । ଆଉ ଏହାପରେ କୌଣସି ବି ବୟସ୍କ ୨୦ରୁ ୩୦ବର୍ଷିୟ ପରି ଦେଖାଯିବେ । ଲୋକମାନେ ଏହି ଥେରାପି ପାଇଁ ପୁରା ଉତ୍ସାହିତ ହୋଇ ଯାଇଥିଲେ ଆଉ ଅନେକ ଲୋକ ଦମ୍ପତିଙ୍କୁ ଦେଇଥିଲେ ଲକ୍ଷ ଲକ୍ଷ ଟଙ୍କା । 

ଅଭିଷେକ କହିଛନ୍ତି ଯେ ଦମ୍ପତ୍ତି କହିଥିଲେ କି ଏହି ମେସିନ୍ ପାଇଁ ଲୋକମାନେ ଲାଇନରେ ଛିଡା ହେବେ । ଏମତିକି ୪ ବର୍ଷ ଯାଏଁ ତାଙ୍କର ପାଳି ଆସିନପାରେ । କାଳେ ସୁଯୋଗ ହାତଛଡା ହୋଇଯିବ ଭାବି ଅଭିଷେକ ଶୀଘ୍ର ଟଙ୍କା ଜମା କରିଦେଇଥିଲେ । ଦମ୍ପତ୍ତି କହିଥିଲେ କି ଏହି ଥେରାପି ଆରମ୍ଭରେ ଶସ୍ତା ହେବ। ଏହାପରେ ଖୁବଶୀଘ୍ର ଏହାର ମୂଲ୍ୟ ବଢିଯିବ। ଲୋକଙ୍କୁ କୁହାଯାଇଥିଲା ବର୍ତ୍ତମାନ ଥେରାପି ଦାମ୍‌ ମାତ୍ର ୯୦ ହଜାର କିନ୍ତୁ ଖୁବ୍ଶୀଘ୍ର ଅଢେଇ ଲକ୍ଷରେ ପହଞ୍ଚିବ। ଏପରି ଶୁଣି ଅନେକ ଲୋକ ଆଡଭାନ୍ସ ବୁକିଂ କରିଥିଲେ । ଅଭିଷେକ ଥେରାପି ପାଇଁ ଦେଇଥିଲେ ୬ ଲକ୍ଷ ଟଙ୍କା । ସେହିପରି ଆଉ ଜଣେ ମହିଳା ଥେରାପି ପାଇଁ ଦେଇଥିଲେ ୧୮ ଲକ୍ଷ ଟଙ୍କା । 

ଲୋକମାନେ ଯେତେବେଳେ ଏହି ଥେରାପି ନେବାକୁ ପହଞ୍ଚିଥିଲେ ସେତେବେଳେ ଦମ୍ପତ୍ତି ଏକ ମେସିନ୍‌ ଦେଖେଇଥିଲେ । ଯାହା କୁହାଯାଇଥିବା ମେସିନ୍‌ ଠାରୁ ସମ୍ପର୍ଣ୍ଣ ଭିନ୍ନ ଥିଲା । ଲୋକମାନେ ଏହି ମେସିନ ବିଷୟରେ ପଚାରିବାରୁ ଦମ୍ପତ୍ତି ଓଲଟାପାଲଟା ଉତ୍ତର ଦେଇଥିଲେ । ମେସିନ୍ର ଦାମ୍‌ ବିଷୟରେ ସେମାନେ ୨୫ କୋଟି କହିଥିଲେ । 

ଏହା ଏକ ଟ୍ୟାଙ୍କର ପରି ଦେଖାଯାଉଥିଲା । ଆଉ ସେଥିରେ କିଛି ଚୌକି ଲାଗିଥିଲା । ଏହାପରେ ଲୋକେ ଜାଣିପାରିଥିଲେ ସେମାନେ ଠକାମିର ଶିକାର ହୋଇଛନ୍ତି । କିନ୍ତୁ ଏତେ ବେଳକୁ ଫେରାର ହୋଇସାରିଥିଲେ ଦମ୍ପତ୍ତି । ତେବେ ଏହି ଠକାମିର ଶିକାର ପାଖାପାଖି ୧୨୦୦ରୁ ଅଧିକ ଲୋକ ହୋଇଛନ୍ତି । ପାଖାପାଖି ୩୫ କୋଟି ଟଙ୍କାର ନେଇଯାଇଛନ୍ତି ଦମ୍ପତ୍ତି ।  ବର୍ତ୍ତମାନ ଦମ୍ପତ୍ତିଙ୍କୁ ଖୋଜୁଛି ପୋଲିସ ।