ମାର୍ଚ୍ଚ ୨୦ ବିଶ୍ୱ ପଖାଳ ଦିବସ, ହୋଟେଲ ଓ ରେସ୍ତୋରେଁରେ ଜମିଛି ପସରା
ଭୁବନେଶ୍ୱର ୨୦/୦୩: ମାର୍ଚ୍ଚ ୨୦, ବିଶ୍ୱ ପଖାଳ ଦିବସ । ପ୍ରତିଟି ଓଡ଼ିଆଙ୍କ ପ୍ରାଣକେନ୍ଦ୍ର । ପଖାଳ ଭାତ ସାଙ୍ଗକୁ ଟିକେ ଦହି । ସେଥିରେ କଞ୍ଚା ଲଙ୍କା, ଅଦା ଛେଚି ପକାଇଲେ କଥା ସରିଲା । ଓଡ଼ିଶାର ପାରମ୍ପରିକ ଖାଦ୍ୟ ହେଉଛି ପଖାଳ । କସେଁ ପଖାଳରେ ଯେଉଁ ଆନନ୍ଦ ମିଳେ, ବୋଧେ ଆଉ କେଉଁଠୁ ମିଳେନି । ଛୋଟଠୁ ବଡ଼, ଗରିବଠୁ ଧନୀ ସମସ୍ତଙ୍କ ପ୍ରିୟ ପଖାଳ । ପଖାଳ ମୁଠେ ପେଟରେ ପଡ଼ିଗଲେ ମନ ଓ ଦେହକୁ ଯେଉଁ ଶାନ୍ତି ମିଳେ, ତାହା ଅନ୍ୟ କେଉଁଥିରେ ମିଳେ ନାହିଁ । ଓଡିଶାରେ ଭଗବାନଙ୍କ ପାଖରେ ବି ପଖାଳ ଲାଗି ହୁଏ, ଭକ୍ତ ବି ପଖାଳ ଖାଏ । ଖରାଦିନ ଆସିଗଲେ ଓଡ଼ିଆ ମନଖୋଜେ ପଖାଳ । ଓଡ଼ିଶା ଓ ଓଡ଼ିଆଙ୍କ ଖାଦ୍ୟରୁଚି ତାଲିକାରେ ପଖାଳର ସ୍ଥାନ ସ୍ୱତନ୍ତ୍ର । ଓଡ଼ିଆଙ୍କ ଏହି ପ୍ରିୟ ଖାଦ୍ୟକୁ ବିଶ୍ୱର କୋଣ ଅନୁକୋଣରେ ଲୋକପ୍ରିୟ କରାଇବାକୁ ମାର୍ଚ୍ଚ ୨୦ ତାରିଖକୁ “ବିଶ୍ୱ ପଖାଳ ଦିବସ’ ଭାବେ ପାଳନ କରାଯାଉଛି । ପଖାଳର ପ୍ରଚାର ପ୍ରସାର ପାଇଁ ୨୦୧୫ରୁ ମାର୍ଚ୍ଚ ୨୦ ତାରିଖକୁ ବିଶ୍ୱ ପଖାଳ ଦିବସ ଭାବେ ପାଳନ କରାଯାଇଆସୁଛି । ତେବେ ପଖାଳ ଖାଇବା ଦ୍ୱାରା ଅନେକ ଉପକାର ମିଳିଥାଏ । ଶରୀରରେ ରୋଗପ୍ରତିରୋଧକ ଶକ୍ତି ବଢାଇଥାଏ ପଖାଳ । ଏହାଛଡା ପଖାଳ ଖାଇଲେ ଆହୁରୀ ଅନେକ ଉପକାର ମିଳିଥାଏ । କାର୍ଯ୍ୟ କରିବାକୁ ଶକ୍ତି ମଧ୍ୟ ବଢାଇଥାଏ । ଆଜି ଏହି ଦିନରେ ହୋଟେଲ୍ ରେସ୍ତୋରେଁରେ ଜମିଛି ପଖାଳ ପସରା ।
ଭୁବନେଶ୍ୱର ୨୦/୦୩: ମାର୍ଚ୍ଚ ୨୦, ବିଶ୍ୱ ପଖାଳ ଦିବସ । ପ୍ରତିଟି ଓଡ଼ିଆଙ୍କ ପ୍ରାଣକେନ୍ଦ୍ର । ପଖାଳ ଭାତ ସାଙ୍ଗକୁ ଟିକେ ଦହି । ସେଥିରେ କଞ୍ଚା ଲଙ୍କା, ଅଦା ଛେଚି ପକାଇଲେ କଥା ସରିଲା । ଓଡ଼ିଶାର ପାରମ୍ପରିକ ଖାଦ୍ୟ ହେଉଛି ପଖାଳ । କସେଁ ପଖାଳରେ ଯେଉଁ ଆନନ୍ଦ ମିଳେ, ବୋଧେ ଆଉ କେଉଁଠୁ ମିଳେନି । ଛୋଟଠୁ ବଡ଼, ଗରିବଠୁ ଧନୀ ସମସ୍ତଙ୍କ ପ୍ରିୟ ପଖାଳ ।
ପଖାଳ ମୁଠେ ପେଟରେ ପଡ଼ିଗଲେ ମନ ଓ ଦେହକୁ ଯେଉଁ ଶାନ୍ତି ମିଳେ, ତାହା ଅନ୍ୟ କେଉଁଥିରେ ମିଳେ ନାହିଁ । ଓଡିଶାରେ ଭଗବାନଙ୍କ ପାଖରେ ବି ପଖାଳ ଲାଗି ହୁଏ, ଭକ୍ତ ବି ପଖାଳ ଖାଏ । ଖରାଦିନ ଆସିଗଲେ ଓଡ଼ିଆ ମନଖୋଜେ ପଖାଳ । ଓଡ଼ିଶା ଓ ଓଡ଼ିଆଙ୍କ ଖାଦ୍ୟରୁଚି ତାଲିକାରେ ପଖାଳର ସ୍ଥାନ ସ୍ୱତନ୍ତ୍ର । ଓଡ଼ିଆଙ୍କ ଏହି ପ୍ରିୟ ଖାଦ୍ୟକୁ ବିଶ୍ୱର କୋଣ ଅନୁକୋଣରେ ଲୋକପ୍ରିୟ କରାଇବାକୁ ମାର୍ଚ୍ଚ ୨୦ ତାରିଖକୁ “ବିଶ୍ୱ ପଖାଳ ଦିବସ’ ଭାବେ ପାଳନ କରାଯାଉଛି ।
ପଖାଳର ପ୍ରଚାର ପ୍ରସାର ପାଇଁ ୨୦୧୫ରୁ ମାର୍ଚ୍ଚ ୨୦ ତାରିଖକୁ ବିଶ୍ୱ ପଖାଳ ଦିବସ ଭାବେ ପାଳନ କରାଯାଇଆସୁଛି । ତେବେ ପଖାଳ ଖାଇବା ଦ୍ୱାରା ଅନେକ ଉପକାର ମିଳିଥାଏ । ଶରୀରରେ ରୋଗପ୍ରତିରୋଧକ ଶକ୍ତି ବଢାଇଥାଏ ପଖାଳ । ଏହାଛଡା ପଖାଳ ଖାଇଲେ ଆହୁରୀ ଅନେକ ଉପକାର ମିଳିଥାଏ । କାର୍ଯ୍ୟ କରିବାକୁ ଶକ୍ତି ମଧ୍ୟ ବଢାଇଥାଏ । ଆଜି ଏହି ଦିନରେ ହୋଟେଲ୍ ରେସ୍ତୋରେଁରେ ଜମିଛି ପଖାଳ ପସରା ।