ବିବାହ କରିବାକୁ ମନ ବଳାଇଲେଣି ବ୍ରହ୍ମାଣ୍ଡ ସୁନ୍ଦରୀ, ୱେଡିଂ ପ୍ଲାନିଂକୁ ନେଇ କହିଲେ ଏମିତି

ମୁମ୍ଵାଇ୦୬।୦୪: ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନ୍‌। ତାଙ୍କୁ ଶେଷ ଥର ପାଇଁ ୱେବ୍ ସିରିଜ୍ ତାଲି ଏବଂ ଆର୍ଯ୍ୟ ୩ ରେ ଦେଖିବାକୁ ମିଳିଥିଲା । ସେ ଉଭୟ ସିରିଜ୍ ପାଇଁ ଅନେକ ଲାଇମଲାଇଟ୍ ହାସଲ କରିଥିଲେ। ଏହା ବ୍ୟତୀତ ସେ ତାଙ୍କ ପର୍ସନାଲ ଲାଇଫ୍‌କୁ ନେଇ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ଅଭିନେତ୍ରୀ ତାଙ୍କ ରିଲେଶନସିପ୍‌ ଏବଂ ପ୍ରେମିକକୁ ନେଇ ଆଲୋଚନାକୁ ଆସନ୍ତି। ଏହା ସହ ତାଙ୍କ ପ୍ରଶଂସକମାନେ ଏବେ ସେମାନଙ୍କ ବିବାହକୁ ଅପେକ୍ଷା କରିଛନ୍ତି। ନିକଟରେ ଅଭିନେତ୍ରୀ ତାଙ୍କ ବିବାହ ପ୍ଲାନିଂ ବିଷୟରେ କହିଛନ୍ତି।ଏକ ସାକ୍ଷାତକାରରେ ସୁସ୍ମିତା କହିଥିଲେ ଯେ ତାଙ୍କ ପ୍ରେମ ଜୀବନ ସର୍ବଦା ଏକ ଖୋଲା ପୁସ୍ତକ ପରି ରହିଆସିଛି।  ମୁଁ ଏହାକୁ ନେଇ ଅତି ସଚ୍ଚୋଟ ଏବଂ ନିର୍ଭୟରେ ବଞ୍ଚିଛି। ଯେତେବେଳେ ଅଭିନେତ୍ରୀଙ୍କୁ ପଚରାଗଲା ଯେ ସେ ବିବାହ ପରେ ତାଙ୍କ ପୂର୍ବ ପ୍ରେମିକଙ୍କ ସହ ସମ୍ପର୍କ ରଖିବେ କି ନାହିଁ, ସେ କହିଥିଲେ, ନିଶ୍ଚିତ ଭାବରେ। ଏଥିରେ କିଛି ଖରାପ କି ଦ୍ବନ୍ଦ୍ବ କର କଥା ନୁହେଁ। ବହୁତ ଲୋକ ନିଜ ଏକ୍ସଙ୍କ ସହ ସଂପର୍କରେ ରୁହନ୍ତି। ମାତ୍ର ସେମାନେ ନିଜର ସୀମା ଜାଣନ୍ତି ନାହିଁ। ବିବାହ ପ୍ରଶ୍ନରେ ଅଭିନେତ୍ରୀ କହିଛନ୍ତି ଯେ ସେ ନିଶ୍ଚିତ ଭାବରେ ବିବାହ କରିବେ। ଯଦି ମୋ ସାମ୍ନାରେ ଥିବା ବ୍ୟକ୍ତି ଠିକ୍ ଏବଂ ମୋର ସମସ୍ତ ମାନଦଣ୍ଡ ପୂରଣ କରନ୍ତି, ତେବେ ମୁଁ ନିଶ୍ଚିତ ଭାବରେ ବିବାହ କରିବି । ବ୍ୟକ୍ତିଗତ ଜୀବନ ବିଷୟରେ କଥାବାର

ବିବାହ କରିବାକୁ ମନ ବଳାଇଲେଣି ବ୍ରହ୍ମାଣ୍ଡ ସୁନ୍ଦରୀ, ୱେଡିଂ ପ୍ଲାନିଂକୁ ନେଇ କହିଲେ ଏମିତି

ମୁମ୍ଵାଇ୦୬।୦୪: ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନ୍‌। ତାଙ୍କୁ ଶେଷ ଥର ପାଇଁ ୱେବ୍ ସିରିଜ୍ ତାଲି ଏବଂ ଆର୍ଯ୍ୟ ୩ ରେ ଦେଖିବାକୁ ମିଳିଥିଲା । ସେ ଉଭୟ ସିରିଜ୍ ପାଇଁ ଅନେକ ଲାଇମଲାଇଟ୍ ହାସଲ କରିଥିଲେ। ଏହା ବ୍ୟତୀତ ସେ ତାଙ୍କ ପର୍ସନାଲ ଲାଇଫ୍‌କୁ ନେଇ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ଅଭିନେତ୍ରୀ ତାଙ୍କ ରିଲେଶନସିପ୍‌ ଏବଂ ପ୍ରେମିକକୁ ନେଇ ଆଲୋଚନାକୁ ଆସନ୍ତି। ଏହା ସହ ତାଙ୍କ ପ୍ରଶଂସକମାନେ ଏବେ ସେମାନଙ୍କ ବିବାହକୁ ଅପେକ୍ଷା କରିଛନ୍ତି। ନିକଟରେ ଅଭିନେତ୍ରୀ ତାଙ୍କ ବିବାହ ପ୍ଲାନିଂ ବିଷୟରେ କହିଛନ୍ତି।

ଏକ ସାକ୍ଷାତକାରରେ ସୁସ୍ମିତା କହିଥିଲେ ଯେ ତାଙ୍କ ପ୍ରେମ ଜୀବନ ସର୍ବଦା ଏକ ଖୋଲା ପୁସ୍ତକ ପରି ରହିଆସିଛି।  ମୁଁ ଏହାକୁ ନେଇ ଅତି ସଚ୍ଚୋଟ ଏବଂ ନିର୍ଭୟରେ ବଞ୍ଚିଛି। ଯେତେବେଳେ ଅଭିନେତ୍ରୀଙ୍କୁ ପଚରାଗଲା ଯେ ସେ ବିବାହ ପରେ ତାଙ୍କ ପୂର୍ବ ପ୍ରେମିକଙ୍କ ସହ ସମ୍ପର୍କ ରଖିବେ କି ନାହିଁ, ସେ କହିଥିଲେ, ନିଶ୍ଚିତ ଭାବରେ। ଏଥିରେ କିଛି ଖରାପ କି ଦ୍ବନ୍ଦ୍ବ କର କଥା ନୁହେଁ। ବହୁତ ଲୋକ ନିଜ ଏକ୍ସଙ୍କ ସହ ସଂପର୍କରେ ରୁହନ୍ତି। ମାତ୍ର ସେମାନେ ନିଜର ସୀମା ଜାଣନ୍ତି ନାହିଁ। 

ବିବାହ ପ୍ରଶ୍ନରେ ଅଭିନେତ୍ରୀ କହିଛନ୍ତି ଯେ ସେ ନିଶ୍ଚିତ ଭାବରେ ବିବାହ କରିବେ। ଯଦି ମୋ ସାମ୍ନାରେ ଥିବା ବ୍ୟକ୍ତି ଠିକ୍ ଏବଂ ମୋର ସମସ୍ତ ମାନଦଣ୍ଡ ପୂରଣ କରନ୍ତି, ତେବେ ମୁଁ ନିଶ୍ଚିତ ଭାବରେ ବିବାହ କରିବି । ବ୍ୟକ୍ତିଗତ ଜୀବନ ବିଷୟରେ କଥାବାର୍ତ୍ତା କରି ସୁସ୍ମିତା ରୋହମାନଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ଦୀର୍ଘ ଦିନ ଧରି ଖବରରେ ଥିଲେ। ଏହି କପଲ ୨୦୨୮ରେ ଡେଟିଂ ଆରମ୍ଭ କରିଥିଲେ ଏବଂ ଉଭୟ ୨୦୨୧ରେ ଏକ ଇନଷ୍ଟାଗ୍ରାମ ପୋଷ୍ଟରେ ବ୍ରେକଅପ୍ ଘୋଷଣା କରିଥିଲେ। କିନ୍ତୁ ଦୁହେଁ ଏବେବି ଏକାଠି ଦେଖାଯାଉଛନ୍ତି ।