୧୩ଟି ଥାନାରେ ସିସିଟିଭି ନାହିଁ; ହାଇକୋର୍ଟରେ ଉତ୍ତର ରଖିଲେ ADG ଦୟାଲ ଗଙ୍ଗୱାର୍
ଭରତପୁର ଥାନା ମାମଲାର ଶୁଣାଣି ବେଳେ ବ୍ୟକ୍ତିଗତ ଭାବେ ହାଇକୋର୍ଟରେ ହାଜର ହୋଇ ଉତ୍ତର ରଖିଲେ ADG ଦୟାଲ ଗଙ୍ଗୱାର୍।
୧୩ଟି ଥାନାରେ ନାହିଁ ସିସିଟିଭି । ଭରତପୁର ଥାନା ମାମଲାର ଶୁଣାଣି ବେଳେ ବ୍ୟକ୍ତିଗତ ଭାବେ ହାଇକୋର୍ଟରେ ହାଜର ହୋଇ ଉତ୍ତର ରଖିଲେ ADG ଦୟାଲ ଗଙ୍ଗୱାର୍। ହାଇକୋର୍ଟରେ ଭରତପୁର ଥାନା ମାମଲାର ଶୁଣାଣି ବେଳେ ସେ ଏହି ତଥ୍ୟ ଦେଇଛନ୍ତି ।
୧୫ ଦିନରେ ୧୩ଟି ଥାନାରେ ସିସିଟିଭି ଲଗାଯିବ ବୋଲି ADG କୋର୍ଟଙ୍କୁ ଜଣାଇଛନ୍ତି । ୧୫ ଦିନରେ ସବୁ ଥାନାର ସିସିଟିଭି କନେକସନ୍ SP ଅଫିସରେ ରହିବ । ଏହାଦ୍ବାରା SP ନିଜେ ସବୁ ଥାନାର ସ୍ଥିତି ଦେଖିପାରିବେ ।
ସେନା ଅଧିକାରୀଙ୍କୁ ଥାନାରେ ପୋଲିସ ବ୍ୟବହାର ନେଇ ଏସଓପି ଜାରି ହେବ ବୋଲି ସେ ସୂଚନା ଦେଇଛନ୍ତି । ନଭେମ୍ବର ୧୨ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।