ଗୁଜରାଟ,ୟୁପି ପରେ ପଞ୍ଜାବ,ଦିଲ୍ଲୀ-ବଠିଣ୍ଡା ରେଳ ଟ୍ରାକରୁ ୯ଟି ଲୁହା ରଡ୍ ଜବତ

ପଞ୍ଜାବ ୨୩/୯: ପୁଣି ଟ୍ରେନ ଦୁର୍ଘଟଣାର ଷଡଯନ୍ତ୍ର । ଦିଲ୍ଲୀ-ବଠିଣ୍ଡା ରେଳ ଟ୍ରାକରୁ ମିଳିଲା ୯ଟି ଲୁହା ରଡ୍‌ । ମାମଲା ରୁଜୁ କରି ଛାନ୍‌ଭିନ୍‌ କରୁଛି ରେଲୱେ ପୋଲିସ । ଗୁଜରାଟର ଭଦୋଦରା, ଉତ୍ତରପ୍ରଦେଶର କାନପୁର ଓ ରାମପୁର ପରେ ପଞ୍ଜାବର ବଠିଣ୍ଡାରେ ରେଳ ଦୁର୍ଘଟଣାର ଷଡଯନ୍ତ୍ର ସାମ୍ନାକୁ ଆସିଛି । ତେବେ ଠିକ ସମୟରେ ରେଳ ବିଭାଗର ତତ୍ପରତା ଯୋଗୁ ବଡ ଅଘଟଣ ଟଳିଯାଇଛି । ରବିବାର ଭୋର୍‌ ୩ଟା ସମୟରେ ବଠିଣ୍ଡା- ଦିଲ୍ଲୀ ରେଳ ଟ୍ରାକରେ ଏକ ମାଲବାହୀ ଟ୍ରେନ ଯାଉଥିଲା । ଟ୍ରାକରେ ଲୁହା ରଡ ପଡିଥିବାରୁ ଟ୍ରେନ କୌଣସି ସିଗ୍‌ନାଲ ପାଇ ନଥିଲା । ତୁରନ୍ତ ରେଳ ବିଭାଗର କର୍ମଚାରୀ ପହଞ୍ଚି ଟ୍ରାକରୁ ୯ଟି ଲୁହା ରଡ ଜବତ କରାଯାଇଛି । ଏହାର କିଛି ସମୟ ପରେ ଟ୍ରାକରେ ରେଳ ଚଳାଚଳ ସ୍ବାଭାବିକ ହୋଇଛି । କିଛି ଦିନ ହେବ ବିଭିନ୍ନ ସ୍ଥାନରୁ ନିୟମିତ ଭାବରେ ରେଲୱେ ଟ୍ରାକରୁ କିଛି ନା କିଛି ସାମଗ୍ରୀ ଯେମିତିକି ଗ୍ୟାସ ସିଲିଣ୍ଡର,ସିମେଣ୍ଟ ଖଣ୍ଡ ଓ ପଥର ଜବତ ହେଉଛି । ରେଳ ଦୁର୍ଘଟଣା କରିବାକୁ କିଏ ଏମିତି କାଣ୍ଡ କରୁଥିବା ସନ୍ଦେହ କରାଯାଉଛି । ହେଲେ ଷଡଯନ୍ତ୍ର ପଛର ମାଷ୍ଟରମାଇଣ୍ଡ ପଛରେ ପହଞ୍ଚିପାରୁନି ପୋଲିସ । 

ଗୁଜରାଟ,ୟୁପି ପରେ ପଞ୍ଜାବ,ଦିଲ୍ଲୀ-ବଠିଣ୍ଡା ରେଳ ଟ୍ରାକରୁ ୯ଟି ଲୁହା ରଡ୍ ଜବତ

ପଞ୍ଜାବ ୨୩/୯: ପୁଣି ଟ୍ରେନ ଦୁର୍ଘଟଣାର ଷଡଯନ୍ତ୍ର । ଦିଲ୍ଲୀ-ବଠିଣ୍ଡା ରେଳ ଟ୍ରାକରୁ ମିଳିଲା ୯ଟି ଲୁହା ରଡ୍‌ । ମାମଲା ରୁଜୁ କରି ଛାନ୍‌ଭିନ୍‌ କରୁଛି ରେଲୱେ ପୋଲିସ । ଗୁଜରାଟର ଭଦୋଦରା, ଉତ୍ତରପ୍ରଦେଶର କାନପୁର ଓ ରାମପୁର ପରେ ପଞ୍ଜାବର ବଠିଣ୍ଡାରେ ରେଳ ଦୁର୍ଘଟଣାର ଷଡଯନ୍ତ୍ର ସାମ୍ନାକୁ ଆସିଛି । ତେବେ ଠିକ ସମୟରେ ରେଳ ବିଭାଗର ତତ୍ପରତା ଯୋଗୁ ବଡ ଅଘଟଣ ଟଳିଯାଇଛି । ରବିବାର ଭୋର୍‌ ୩ଟା ସମୟରେ ବଠିଣ୍ଡା- ଦିଲ୍ଲୀ ରେଳ ଟ୍ରାକରେ ଏକ ମାଲବାହୀ ଟ୍ରେନ ଯାଉଥିଲା । ଟ୍ରାକରେ ଲୁହା ରଡ ପଡିଥିବାରୁ ଟ୍ରେନ କୌଣସି ସିଗ୍‌ନାଲ ପାଇ ନଥିଲା । ତୁରନ୍ତ ରେଳ ବିଭାଗର କର୍ମଚାରୀ ପହଞ୍ଚି ଟ୍ରାକରୁ ୯ଟି ଲୁହା ରଡ ଜବତ କରାଯାଇଛି । 

ଏହାର କିଛି ସମୟ ପରେ ଟ୍ରାକରେ ରେଳ ଚଳାଚଳ ସ୍ବାଭାବିକ ହୋଇଛି । କିଛି ଦିନ ହେବ ବିଭିନ୍ନ ସ୍ଥାନରୁ ନିୟମିତ ଭାବରେ ରେଲୱେ ଟ୍ରାକରୁ କିଛି ନା କିଛି ସାମଗ୍ରୀ ଯେମିତିକି ଗ୍ୟାସ ସିଲିଣ୍ଡର,ସିମେଣ୍ଟ ଖଣ୍ଡ ଓ ପଥର ଜବତ ହେଉଛି । ରେଳ ଦୁର୍ଘଟଣା କରିବାକୁ କିଏ ଏମିତି କାଣ୍ଡ କରୁଥିବା ସନ୍ଦେହ କରାଯାଉଛି । ହେଲେ ଷଡଯନ୍ତ୍ର ପଛର ମାଷ୍ଟରମାଇଣ୍ଡ ପଛରେ ପହଞ୍ଚିପାରୁନି ପୋଲିସ ।