ମାଉଣ୍ଟ ଏଟନା ଆଗ୍ନେୟଗିରିରେ ଉଦଗିରଣ, ହଜାର ହଜାର ଫୁଟ ଉଚ୍ଚକୁ ଉଠୁଛି ଧୂଆଁ ମିସା ଲାଭା ପାଉଁଶ

ସିସିଲି ୨।୬:  ଇଟାଲୀର ସିସିଲି ଦ୍ୱୀପରେ ଥିବା ଜୀବନ୍ତ ଆଗ୍ନେୟଗିରି ମାଉଣ୍ଟ ଏଟନାରେ ସୋମବାର ଭୀଷଣ ବିସ୍ଫୋରଣ ହୋଇଛି। ଏହା ୟୁରୋପର ସବୁଠୁ ଉଚ୍ଚ ଆଗ୍ନେୟଗିରି। ଏହି ବିସ୍ଫୋରଣ ପରେ ଲାଭା, ପାଉଁଶ ଓ ଗ୍ୟାସ ଧୂମ କୁଣ୍ଡଳି ହଜାର ହଜାର ଫୁଟ ଉଚ୍ଚକୁ ଛିଟକିବାରେ ଲାଗିଛି। ବିସ୍ଫୋରଣ ବେଳେ ଆଗ୍ନେୟଗିରିରେ ପର୍ଯ୍ୟଟକ ମଧ୍ୟ ଥିଲେ। ତେବେ ବିସ୍ଫୋରଣ ଶବ୍ଦ ଶୁଣି ଯିଏ ଯୁଆଡେ ପାରିଲେ ପଳାଇଛନ୍ତି। ଏହି ଭୟାନକ ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। Parents sent me this from Sicily - Mount Etna erupting pic.twitter.com/tnjJcAwTjO— Ava-Santina (@AvaSantina) June 2, 2025ମାଉଣ୍ଟ ଏଟନାର ସାଉଥ-ଇଷ୍ଟ କ୍ରେଟରରେ ଏହି ବିସ୍ଫୋରଣ ହୋଇଛି। ଇଟାଲୀର ଜାତୀୟ ଆଗ୍ନେୟଗିରି ସଂସ୍ଥା ଆଇଏନଜିଭି ଅନୁସାରେ ଏହି ବିସ୍ଫୋରଣରେ ପାଇରୋକ୍ଲାଷ୍ଟିକ୍ ଫ୍ଲୋ (ଉଷ୍ମ ଗ୍ୟାସ ଓ ପାଉଁଶ ନିର୍ଗମନ) ମଧ୍ୟ ରେକର୍ଡ କରାଯାଇଛି। ଏହି ପ୍ରାକୃତିକ ବିପର୍ଯ୍ୟରେ ଏ ପର୍ଯ୍ୟନ୍ତ ସେଭଳି କୌଣସି ଧନଜୀବନ ହାନୀର ସୂଚନା ମିଳି ନାହିଁ। ତେବେ ବିଶେଷଜ୍ଞଙ୍କ ଅନୁସାରେ ଏହି ବିସ୍ଫୋରଣ ବେଶ୍ ଉଚ୍ଚ ତୀବ୍ରତାର ଥିଲା। ଆଇଏନଜିଭି ଓ ସ୍ଥାନୀୟ ପ୍ରଶାସନ ପରିସ୍ଥିତି ଉପରେ ନଜର ରଖିଛନ୍ତି। volcano vapor rings/volcanic vortex rings at mount etna pic.twitter.com/qGeu3TYUKT— ໊ (@faewings) April 21, 2

ମାଉଣ୍ଟ ଏଟନା ଆଗ୍ନେୟଗିରିରେ ଉଦଗିରଣ, ହଜାର ହଜାର ଫୁଟ ଉଚ୍ଚକୁ ଉଠୁଛି ଧୂଆଁ ମିସା ଲାଭା ପାଉଁଶ

ସିସିଲି ୨।୬:  ଇଟାଲୀର ସିସିଲି ଦ୍ୱୀପରେ ଥିବା ଜୀବନ୍ତ ଆଗ୍ନେୟଗିରି ମାଉଣ୍ଟ ଏଟନାରେ ସୋମବାର ଭୀଷଣ ବିସ୍ଫୋରଣ ହୋଇଛି। ଏହା ୟୁରୋପର ସବୁଠୁ ଉଚ୍ଚ ଆଗ୍ନେୟଗିରି। ଏହି ବିସ୍ଫୋରଣ ପରେ ଲାଭା, ପାଉଁଶ ଓ ଗ୍ୟାସ ଧୂମ କୁଣ୍ଡଳି ହଜାର ହଜାର ଫୁଟ ଉଚ୍ଚକୁ ଛିଟକିବାରେ ଲାଗିଛି। ବିସ୍ଫୋରଣ ବେଳେ ଆଗ୍ନେୟଗିରିରେ ପର୍ଯ୍ୟଟକ ମଧ୍ୟ ଥିଲେ। ତେବେ ବିସ୍ଫୋରଣ ଶବ୍ଦ ଶୁଣି ଯିଏ ଯୁଆଡେ ପାରିଲେ ପଳାଇଛନ୍ତି। ଏହି ଭୟାନକ ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। 


ମାଉଣ୍ଟ ଏଟନାର ସାଉଥ-ଇଷ୍ଟ କ୍ରେଟରରେ ଏହି ବିସ୍ଫୋରଣ ହୋଇଛି। ଇଟାଲୀର ଜାତୀୟ ଆଗ୍ନେୟଗିରି ସଂସ୍ଥା ଆଇଏନଜିଭି ଅନୁସାରେ ଏହି ବିସ୍ଫୋରଣରେ ପାଇରୋକ୍ଲାଷ୍ଟିକ୍ ଫ୍ଲୋ (ଉଷ୍ମ ଗ୍ୟାସ ଓ ପାଉଁଶ ନିର୍ଗମନ) ମଧ୍ୟ ରେକର୍ଡ କରାଯାଇଛି। ଏହି ପ୍ରାକୃତିକ ବିପର୍ଯ୍ୟରେ ଏ ପର୍ଯ୍ୟନ୍ତ ସେଭଳି କୌଣସି ଧନଜୀବନ ହାନୀର ସୂଚନା ମିଳି ନାହିଁ। ତେବେ ବିଶେଷଜ୍ଞଙ୍କ ଅନୁସାରେ ଏହି ବିସ୍ଫୋରଣ ବେଶ୍ ଉଚ୍ଚ ତୀବ୍ରତାର ଥିଲା। ଆଇଏନଜିଭି ଓ ସ୍ଥାନୀୟ ପ୍ରଶାସନ ପରିସ୍ଥିତି ଉପରେ ନଜର ରଖିଛନ୍ତି। 



ଅଧିକାରୀଙ୍କ ଅନୁସାରେ ବର୍ତ୍ତମାନ ଲାଗି ଆଖପାଖ ଅଞ୍ଚଳ ପାଇଁ ବିପଦର କୌଣସି କାରଣ ନାହିଁ। ତେବେ ଲୋକଙ୍କୁ ସତର୍କତା ଅବଲମ୍ବନ କରିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଆଗ୍ନେୟଗିରିରେ ଟ୍ରେମର ଓ ଇମ୍ଫ୍ରାସୋନିକ ସିଗ୍ନାଲ ଏବେବି ଉଚ୍ଚସ୍ତରର ରହିଛି। ମାଉଣ୍ଟ ଏଟନାର ଇତିହାସ ବେଶ୍ ପ୍ରାଚୀନ ଓ ଭାୟନକ। ଏହାର ଗତିବିଦ୍ଧି ରେକର୍ଡ ପାଖାପାଖି ୨,୭୦୦ ବର୍ଷ ପୂରୁଣା। ଗତ ଥର ଡିସେମ୍ବର ୨୦୨୩ରେ ଏହା ଶେଷ ଥର ପାଇଁ ଉଦଗିରଣ ହୋଇଥିଲା।