ଭୟ ବଢାଇଲା ବାର୍ଡ ଫ୍ଲୁ, ୩ ମାସ ପାଇଁ କୁକୁଡା ଚାଷ ବନ୍ଦ

କଣାସ  ୧୩/୦୯: ପିପିଲି, ଡେଲାଙ୍ଗ ଓ ସତ୍ୟବାଦୀରେ କୁକୁଡା ଚାଷ ବନ୍ଦ । ବ୍ୟାନ କଲା ପ୍ରାଣୀ ସମ୍ପଦ ବିଭାଗ । ବାର୍ଡ ଫ୍ଲୁକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛି ବିଭାଗ । ୩ ମାସ ପର୍ଯ୍ୟନ୍ତ ହୋଇପାରିବ ନାହିଁ କୁକୁଡ଼ା ଚାଷ । ପିପିଲି ବ୍ଲକର ୮୬୧ଟି କୁକୁଡ଼ା ଫାର୍ମରୁ ୫୫ଟି ଫାର୍ମ, ଡେଲାଙ୍ଗ ବ୍ଲକର ୩୪୪ଟି ଫାର୍ମ ରୁ ୬୪ଟି ଫାର୍ମ ଓ ସତ୍ୟବାଦୀରେ ୨୨ ଟି କୁକୁଡ଼ା ଫାର୍ମ କୁ ବିଶୋଧନ କରି ସିଲ କରିଲା ପ୍ରାଣୀ ସମ୍ପଦ ବିଭାଗ । ଏହି ସବୁ ଫାର୍ମରେ କୌଣସି କୁକୁଡ଼ା ଚିଆଁ ଛାଡି ପାରିବେନି କୁକୁଡ଼ା ଚାଷୀ । ତେବେ କ୍ଷତି ପୂରଣରୁ ବଞ୍ଚିତ ଥିବା ପିପିଲି ସତ୍ୟବାଦୀ ଡେଲାଙ୍ଗ ନିମାପଡାର ହଜାର ହଜାର କୁକୁଡ଼ା ଚାଷୀ ଜିଲାପାଳଙ୍କୁ ଲିଖିତ ସୂଚନା ଦେଇଛନ୍ତି । ଯଦି ଏହି ସାତ ଦିନରେ କ୍ଷତି ପୂରଣ କଥା ନ ବୁଝାଯାଏ ସମୂହ ରାଜରାସ୍ତା ଅବରୋଧ କରିବା ସହିତ ଅକ୍ଷଚକ ବନ୍ଦ କରିବେ ବୋଲି ଦେଲେ ଚେତାବନୀ ।

ଭୟ ବଢାଇଲା ବାର୍ଡ ଫ୍ଲୁ, ୩ ମାସ ପାଇଁ କୁକୁଡା ଚାଷ ବନ୍ଦ

କଣାସ  ୧୩/୦୯: ପିପିଲି, ଡେଲାଙ୍ଗ ଓ ସତ୍ୟବାଦୀରେ କୁକୁଡା ଚାଷ ବନ୍ଦ । ବ୍ୟାନ କଲା ପ୍ରାଣୀ ସମ୍ପଦ ବିଭାଗ । ବାର୍ଡ ଫ୍ଲୁକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛି ବିଭାଗ । ୩ ମାସ ପର୍ଯ୍ୟନ୍ତ ହୋଇପାରିବ ନାହିଁ କୁକୁଡ଼ା ଚାଷ । ପିପିଲି ବ୍ଲକର ୮୬୧ଟି କୁକୁଡ଼ା ଫାର୍ମରୁ ୫୫ଟି ଫାର୍ମ, ଡେଲାଙ୍ଗ ବ୍ଲକର ୩୪୪ଟି ଫାର୍ମ ରୁ ୬୪ଟି ଫାର୍ମ ଓ ସତ୍ୟବାଦୀରେ ୨୨ ଟି କୁକୁଡ଼ା ଫାର୍ମ କୁ ବିଶୋଧନ କରି ସିଲ କରିଲା ପ୍ରାଣୀ ସମ୍ପଦ ବିଭାଗ । 

ଏହି ସବୁ ଫାର୍ମରେ କୌଣସି କୁକୁଡ଼ା ଚିଆଁ ଛାଡି ପାରିବେନି କୁକୁଡ଼ା ଚାଷୀ । ତେବେ କ୍ଷତି ପୂରଣରୁ ବଞ୍ଚିତ ଥିବା ପିପିଲି ସତ୍ୟବାଦୀ ଡେଲାଙ୍ଗ ନିମାପଡାର ହଜାର ହଜାର କୁକୁଡ଼ା ଚାଷୀ ଜିଲାପାଳଙ୍କୁ ଲିଖିତ ସୂଚନା ଦେଇଛନ୍ତି । ଯଦି ଏହି ସାତ ଦିନରେ କ୍ଷତି ପୂରଣ କଥା ନ ବୁଝାଯାଏ ସମୂହ ରାଜରାସ୍ତା ଅବରୋଧ କରିବା ସହିତ ଅକ୍ଷଚକ ବନ୍ଦ କରିବେ ବୋଲି ଦେଲେ ଚେତାବନୀ ।