ନୂଆ ବିଧାୟକଙ୍କୁ ଦିଆଯିବ ପ୍ରଶିକ୍ଷଣ, ଆପତ୍ତି ଉଠାଇଲା ବିଜେଡି; ଜବାବ ରଖିଲା ବିଜେପି
ଭୁବନେଶ୍ଵର: ନୂଆ ବିଧାୟକଙ୍କ ପାଇଁ ବିଧାନସଭା ପକ୍ଷରୁ ଆୟୋଜନ କରାଯାଇଥିବା ପ୍ରଶିକ୍ଷଣ ଶିବିରକୁ ନେଇ ଆପତ୍ତି ଉଠାଇଲା ବିଜେଡି । ଏହା ପ୍ରଶିକ୍ଷଣ ଶିବିର ନୁହେଁ ଦଳୀୟ କାର୍ଯ୍ୟକ୍ରମ ବୋଲି ଅଭିଯୋଗ କରିଛି ଦଳ । ବିଧାନସଭାରେ ସଦସ୍ୟ ନଥିବା ନେତା ଏହି ପ୍ରଶିକ୍ଷଣ ଶିବିରକୁ ଉଦଘାଟନ କରିବେ । ଯାହା ଗୃହର ପରମ୍ପରା ଭଙ୍ଗ କରୁଛି ବୋଲି ଅଭିଯୋଗ କରିଛି ବିଜେଡି । ସେପଟେ ଏହାର ଜବାବ ରଖିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ । ବିଧାନସଭାର ନୀତିନିୟମ ଅନୁସାରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।ନୂଆ ବିଧାୟକଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ନେଇ ଆପତ୍ତି ଉଠାଇଲା ବିଜେଡି । ଦଳ କହିଲା ଏହା ହେଉଛି ବିଜେପିର ଦଳୀୟ କାର୍ଯ୍ୟକ୍ରମ । ଏହା ଦ୍ବାରା ବିଧାନସଭାର ପରମ୍ପରା ଭାଙ୍ଗିବାକୁ ଯାଉଛି । ଅଗଷ୍ଟ ୧୭ ଏବଂ ୧୮ ତାରିଖରେ ବିଧାନସଭା ପକ୍ଷରୁ ନୂଆ ବିଧାୟକମାନଙ୍କ ପାଇଁ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଯାହାକୁ ନେଇ ଏଭଳି ଅଭିଯୋଗ କରିଛି ବିଜେଡି । ବିଜେଡିର ଅଭିଯୋଗ ଗୃହର ସଦସ୍ୟ ନଥାଇ ବି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଗଷ୍ଟ ୧୭ ତାରିଖ ଦିନ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଉଦଘାଟନ କରିବାକୁ ଥିବାବେଳେ ୧୮ ତାରିଖରେ ଏହାର ଉଦଯାପନ କରିବେ କେନ୍ଦ୍ରମନ୍ତ୍ରୀ ଜେ.ପି ନଡ୍ଡା । Also read: ରାଜ୍ୟସଭା ଯିବେ ଅଭିଷେକ ମନୁ ସିଙ୍ଘଭୀ, ତେଲଙ୍ଗାନାରୁ ପ୍ର
ଭୁବନେଶ୍ଵର: ନୂଆ ବିଧାୟକଙ୍କ ପାଇଁ ବିଧାନସଭା ପକ୍ଷରୁ ଆୟୋଜନ କରାଯାଇଥିବା ପ୍ରଶିକ୍ଷଣ ଶିବିରକୁ ନେଇ ଆପତ୍ତି ଉଠାଇଲା ବିଜେଡି । ଏହା ପ୍ରଶିକ୍ଷଣ ଶିବିର ନୁହେଁ ଦଳୀୟ କାର୍ଯ୍ୟକ୍ରମ ବୋଲି ଅଭିଯୋଗ କରିଛି ଦଳ । ବିଧାନସଭାରେ ସଦସ୍ୟ ନଥିବା ନେତା ଏହି ପ୍ରଶିକ୍ଷଣ ଶିବିରକୁ ଉଦଘାଟନ କରିବେ । ଯାହା ଗୃହର ପରମ୍ପରା ଭଙ୍ଗ କରୁଛି ବୋଲି ଅଭିଯୋଗ କରିଛି ବିଜେଡି । ସେପଟେ ଏହାର ଜବାବ ରଖିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ । ବିଧାନସଭାର ନୀତିନିୟମ ଅନୁସାରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।
ନୂଆ ବିଧାୟକଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ନେଇ ଆପତ୍ତି ଉଠାଇଲା ବିଜେଡି । ଦଳ କହିଲା ଏହା ହେଉଛି ବିଜେପିର ଦଳୀୟ କାର୍ଯ୍ୟକ୍ରମ । ଏହା ଦ୍ବାରା ବିଧାନସଭାର ପରମ୍ପରା ଭାଙ୍ଗିବାକୁ ଯାଉଛି । ଅଗଷ୍ଟ ୧୭ ଏବଂ ୧୮ ତାରିଖରେ ବିଧାନସଭା ପକ୍ଷରୁ ନୂଆ ବିଧାୟକମାନଙ୍କ ପାଇଁ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଯାହାକୁ ନେଇ ଏଭଳି ଅଭିଯୋଗ କରିଛି ବିଜେଡି । ବିଜେଡିର ଅଭିଯୋଗ ଗୃହର ସଦସ୍ୟ ନଥାଇ ବି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଗଷ୍ଟ ୧୭ ତାରିଖ ଦିନ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଉଦଘାଟନ କରିବାକୁ ଥିବାବେଳେ ୧୮ ତାରିଖରେ ଏହାର ଉଦଯାପନ କରିବେ କେନ୍ଦ୍ରମନ୍ତ୍ରୀ ଜେ.ପି ନଡ୍ଡା ।
Also read: ରାଜ୍ୟସଭା ଯିବେ ଅଭିଷେକ ମନୁ ସିଙ୍ଘଭୀ, ତେଲଙ୍ଗାନାରୁ ପ୍ରାର୍ଥୀ କଲା କଂଗ୍ରେସ
ପରମ୍ପରା ଅନୁସାରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ଓ ବାଚସ୍ପତି ଶୁଭାରମ୍ଭ କରନ୍ତି | କିନ୍ତୁ ଗୃହର ସଦସ୍ୟ ନଥିବା ନେତାଙ୍କ ଦ୍ବାରା ଉଦଘାଟନ କରି ଓଡ଼ିଶାର ପଦ ମର୍ଯ୍ୟାଦା କ୍ଷୁର୍ଣ୍ଣ କରାନଯାଉ । ଏହା ବିଜେପିର ଦଳୀୟ କାର୍ଯ୍ୟକ୍ରମ ଭଳି ଲାଗୁଛି । ମୁଖ୍ୟମନ୍ତ୍ରୀ ଓ ବାଚସ୍ପତି ଥାଉ ଥାଉ ଗୃହ ବାହାର ନେତା ଆସିବେ ଏହା ଶୋଭନୀୟ ନୁହେଁ ବୋଲି କହିଛି ବିଜେଡି | ଏଭଳି କଲେ ବିଜେଡି ବିଧାୟକ ଓ ବିଧାୟିକା ଏହି କାର୍ଯ୍ୟକ୍ରମରେ ଯୋଗଦେବ ନାହିଁ ବୋଲି ବିଜେଡି ରୋକଠୋକ୍ ଶୁଣାଇ ଦେଇଛି ଦଳ।
ବିଜେଡି ଅଭିଯୋଗର ଜବାବ ରଖି ସଂସଦୀୟ ବ୍ୟାପାର ମନ୍ତ୍ରୀ କହିଛନ୍ତି ବିଧାନସଭାର ନୀତିନିୟମ ଭିତରେ ନୂଆ ବିଧାୟକ ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ସବୁ ବିଧାନସଭା ଆରମ୍ଭରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ। ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ହେବ। ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ। ଅତିଥି ହିସାବରେ ଆମେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କୁ ଡାକିଛୁ। ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡେଇ, ନରସିଂହ ମିଶ୍ର ମଧ୍ୟ ଉପସ୍ଥିତ ରହି ବିଧାୟକମାନଙ୍କୁ ପ୍ରଶିକ୍ଷଣ ଦେବେ । ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂ ମଧ୍ୟ ଉପସ୍ଥିତ ରହିବେ। ଏହା ଦଳୀୟ କାର୍ଯ୍ରକ୍ରମ କେମିତି ହେଲା ବୋଲି ବିଜେଡିକୁ ପାଲଟା ପ୍ରଶ୍ନ କରିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ।
ଚଳିତ ଥର ବିଧାନସଭାକୁ ୮୪ ଜଣ ନୂଆ ବିଧାୟକ ନିର୍ବାଚିତ ହୋଇଆସିଛନ୍ତି। ବିଜେପିରୁ ୫୪, ବିଜେଡିରୁ ୧୮ , କଂଗ୍ରେସରୁ ୯ ଏବଂ ସ୍ବାଧୀନ ବିଧାୟକ ୩ ଜଣ ନୂଆ ବିଧାୟକ ଅଛନ୍ତି। ବିଧାନସଭାର ନୀତି ନିୟମ, ପ୍ରଶ୍ନ କାଳରେ କେମିତି ପ୍ରଶ୍ନ ପଚାରିବେ, ଶୂନ୍ୟ କାଳରେ କଣ ପ୍ରସଙ୍ଗ ଉଠାଇବେ ଏ ସମ୍ପର୍କରେ ବିଧାୟକମାନଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ବିଧାନସଭା ପକ୍ଷରୁ ଅଗଷ୍ଟ ୧୭ ଓ ୧୮ ତାରିଖରେ ପ୍ରଶିକ୍ଷଣ ଶିବିରର ଆୟୋଜନ କରାଯାଇଛି।