ଟ୍ରୁଡୋଙ୍କ ଆଖିରେ ଲୁହ! ନିଜ ସାଂସଦ ଦେଲେ ଏମିତି ଅଲ୍ଟିମେଟମ, ଅକ୍ଟୋବର ୨୮ ସୁଦ୍ଧା…

ଓଟାଓ୍ବା,୨୪।୧୦: କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଉପରେ ଦୁଃଖର ପାହାଡ ଭାଙ୍ଗିବାକୁ ଯାଉଛି। ତାଙ୍କ ଚେୟାର ବିପଦରେ ଅଛି। ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜାରଙ୍କ ହତ୍ୟା ମାମଲାରେ ଭାରତକୁ ଦୋଷାରୋପ କରିଥିବା କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ବହୁତ ବଡ଼ ଅସୁବିଧାରେ ଫସିଯାଇଛନ୍ତି। ସେ ହୁଏତ ନିଜର ଚେୟାର ହରାଇ ପାରନ୍ତି । ତାଙ୍କ ସାଂସଦମାନେ ତାଙ୍କ ଇସ୍ତଫା ଦାବି କରୁଛନ୍ତି। ଅକ୍ଟୋବର ୨୮ ସୁଦ୍ଧା ପଦ ଛାଡିବାକୁ ଲବରାଲ ସାଂସଦମାନେ ତାଙ୍କୁ ଏକ ଅଲ୍ଟିମେଟମ […] The post ଟ୍ରୁଡୋଙ୍କ ଆଖିରେ ଲୁହ! ନିଜ ସାଂସଦ ଦେଲେ ଏମିତି ଅଲ୍ଟିମେଟମ, ଅକ୍ଟୋବର ୨୮ ସୁଦ୍ଧା… appeared first on Dharitri Odia News.

ଟ୍ରୁଡୋଙ୍କ ଆଖିରେ ଲୁହ! ନିଜ ସାଂସଦ ଦେଲେ ଏମିତି ଅଲ୍ଟିମେଟମ, ଅକ୍ଟୋବର ୨୮ ସୁଦ୍ଧା…

ଓଟାଓ୍ବା,୨୪।୧୦: କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଉପରେ ଦୁଃଖର ପାହାଡ ଭାଙ୍ଗିବାକୁ ଯାଉଛି। ତାଙ୍କ ଚେୟାର ବିପଦରେ ଅଛି। ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜାରଙ୍କ ହତ୍ୟା ମାମଲାରେ ଭାରତକୁ ଦୋଷାରୋପ କରିଥିବା କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ବହୁତ ବଡ଼ ଅସୁବିଧାରେ ଫସିଯାଇଛନ୍ତି। ସେ ହୁଏତ ନିଜର ଚେୟାର ହରାଇ ପାରନ୍ତି । ତାଙ୍କ ସାଂସଦମାନେ ତାଙ୍କ ଇସ୍ତଫା ଦାବି କରୁଛନ୍ତି। ଅକ୍ଟୋବର ୨୮ ସୁଦ୍ଧା ପଦ ଛାଡିବାକୁ ଲବରାଲ ସାଂସଦମାନେ ତାଙ୍କୁ ଏକ ଅଲ୍ଟିମେଟମ ଦେଇଛନ୍ତି। ଯଦି ସେ ତାହା ନକରନ୍ତି, ତେବେ ଭୟଙ୍କର ପରିଣାମ ଭୋଗିବେ ବୋଲି ଚେତାବନୀ ଦିଆଯାଇଛି । ଜଷ୍ଟିନ ଟ୍ରୁଡୋ ରାଜନୈତିକ ଅନ୍ଧକାରର ସମ୍ମୁଖୀନ ହେଉଛନ୍ତି। ସେ ବର୍ତ୍ତମାନ ନିଜ ଚେୟାର ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।

କାନାଡିଆନ ବ୍ରୋଡକାଷ୍ଟିଂ କର୍ପୋରେଶନ ଅନୁଯାୟୀ, ଅକ୍ଟୋବର ୨୩ ବୁଧବାର ଲିବରାଲ ସାଂସଦମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ସେହି ସଭାରେ ଜଷ୍ଟିନ ଟ୍ରୁଡୋଙ୍କ ଚେୟାର ଛଡ଼ାଇବା ପାଇଁ ସ୍କ୍ରିପ୍ଟ ଲେଖାଯାଇଥିଲା। ଲିବରାଲ ସାଂସଦମାନେ ବୁଧବାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କୁ ଏକ ସମୟସୀମା ଦେଇଛନ୍ତି। ସାଂସଦମାନେ କହିଛନ୍ତି ଯେ ଆଗାମୀ କିଛି ଦିନ ମଧ୍ୟରେ ଆପଣ ଜଣେ ନେତା ରହିବାକୁ ଚାହୁଁଛନ୍ତି ନା ପରିଣାମ ଭୋଗିବାକୁ ପ୍ରସ୍ତୁତ ଅଛନ୍ତି , ତାହା ସ୍ଥିର କରନ୍ତୁ। ଏଥିପାଇଁ ସାଂସଦମାନେ ୨୮ ଅକ୍ଟୋବର ପର୍ଯ୍ୟନ୍ତ ଇସ୍ତଫା ଦେବାର ସମୟ ଦେଇଛନ୍ତି। ଲିବରାଲ ପାର୍ଟିର ସାଂସଦମାନେ ଜଷ୍ଟିନ ଟ୍ରୁଡୋଙ୍କୁ ଚତୁର୍ଥ ଥର ପାଇଁ ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା ନ କରିବାକୁ କହିଛନ୍ତି। ଦଳର ପ୍ରାୟ ୨୪ ସାଂସଦ ଟ୍ରୁଡୋଙ୍କୁ ହଟାଇବାକୁ ଦାବି କରି ଏକ ଚିଠିରେ ଦସ୍ତଖତ କରିଛନ୍ତି।

The post ଟ୍ରୁଡୋଙ୍କ ଆଖିରେ ଲୁହ! ନିଜ ସାଂସଦ ଦେଲେ ଏମିତି ଅଲ୍ଟିମେଟମ, ଅକ୍ଟୋବର ୨୮ ସୁଦ୍ଧା… appeared first on Dharitri Odia News.