ଅବପାତରେ ପରିଣତ ହେଲା ବାତ୍ଯା , ପାରାଦୀପରୁ ୭୦୦ କିଲୋମିଟର ଦୂରରେ ‘ଦାନା’
ଭୁବନେଶ୍ୱର : ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା। ସମୁଦ୍ରରେ କମିଲା ବାତ୍ୟାର ବେଗ। ଘଣ୍ଟାପ୍ରତି ୪ କିଲୋମିଟର ବେଗରେ ଗତି... The post ଅବପାତରେ ପରିଣତ ହେଲା ବାତ୍ଯା , ପାରାଦୀପରୁ ୭୦୦ କିଲୋମିଟର ଦୂରରେ ‘ଦାନା’ appeared first on .
ଭୁବନେଶ୍ୱର : ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା। ସମୁଦ୍ରରେ କମିଲା ବାତ୍ୟାର ବେଗ। ଘଣ୍ଟାପ୍ରତି ୪ କିଲୋମିଟର ବେଗରେ ଗତି କରୁଛି ବାତ୍ୟା। ସମୁଦ୍ରରେ ଗତି ଯେତେ ବିଳମ୍ବ ହେବ ବାତ୍ୟା ଦେତେ ଶକ୍ତିଶାଳୀ ହେବ। ଆଇଏମଡିର ଟ୍ରାକ୍ ଅନୁସାରେ ବାତ୍ୟା ପାରାଦୀପରୁ ଧାମରା ମଧ୍ୟରେ କରିପାରେ ଲ୍ୟାଣ୍ଡଫଲ। ସୃଷ୍ଟି ହୋଇଥିବା ଓ୍ବେଲମାର୍କ ଲୋପ୍ରେସର ଅବପାତରେ ପରିଣତ ହୋଇଛି। ଏହା ପୂର୍ବ ବଙ୍ଗୋପ ସାଗରରେ କେନ୍ଦ୍ରୀଭୂତ ରହିଛି। ୨୩ ସୁଦ୍ଧା ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ରହିବ ବାତ୍ଯା।
୨୪ ସକାଳ ସୁଦ୍ଧା ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେହ। ପବନର ଗତି ରହିବ ୧୦୦ରୁ ୧୨୦ କିଲୋମିଟର। ଆଜିଠାରୁ ୨୫ ଯାଏ ସମୁଦ୍ରକୁ ଯିବାକୁ ମନା କରିଛି ପାଣିପାଗ ବିଭାଗ। ସବୁ ବନ୍ଦର ଲାଗି ୧ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି। ୨୩ ତାରିଖରୁ ପାଗ ବଦଳିବ। ୨୩ ତାରିଖ ପାଇଁ ୭ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର ।
୨୪ରେ ଭୀଷଣ ବର୍ଷା ନେଇ ୬ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି । ସେଗୁଡ଼ିକ ହେଲା କଟକ, ଯାଜପୁର, ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର । ଏହି ଜିଲ୍ଲା ଗୁଡ଼ିକରେ ୩ଶହ ମିଲିମିଟର ବର୍ଷା ହେବା ନେଇ ଆକଳନ କରାଯାଇଛି । ଏହିପରି ୭ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ସେଗୁଡ଼ିକ ହେଲା କେନ୍ଦ୍ରାପଡ଼ା. ଅନୁଗୁଳ, ଢେଙ୍କାନାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ ଓ ଗଞ୍ଜାମ । ଏହି ଜିଲ୍ଲା ଗୁଡ଼ିକରେ ୨ଶହ ମିଲିମିଟର ବର୍ଷା ହେବ ।
୮ଟି ଜିଲ୍ଲାକୁ ପ୍ରବଳ ବର୍ଷା ହେବା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି । ୨୫ ତାରିଖରେ ପ୍ରବଳ ବର୍ଷା ହେବା ନେଇ ୪ ଜିଲ୍ଲାକୁ ରେଡ୍ ଆଲର୍ଡ ଜାରି କରାଯାଇଛି । ସେଗୁଡ଼ିକ ହେଲା କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ଵର ଓ ଭଦ୍ରକ । ଏହି ବାତ୍ୟାରେ ଭଦ୍ରକ ଓ କେନ୍ଦ୍ରାପଡ଼ା ଅଧିକ ପ୍ରଭାବିତ ହେବା ବୋଲି ପାଣିପାଗ କେନ୍ଦ୍ର ସତର୍କ କରାଇଛି । ୨୬ ତାରିଖ ଯାଏଁ ବର୍ଷା ହେବାକୁ ଥିବା ବେଳେ ସମୁଦ୍ର ଭୀଷଣରୁ ଅତି ଭୀଷଣର ରୂପ ନେବ ।
The post ଅବପାତରେ ପରିଣତ ହେଲା ବାତ୍ଯା , ପାରାଦୀପରୁ ୭୦୦ କିଲୋମିଟର ଦୂରରେ ‘ଦାନା’ appeared first on .