ଆଲଗୋରିଦମ ଆଧାରିତ କ୍ରେଡିଟ ମଡେଲ ଉପରେ ଅତ୍ୟଧିକ ର୍ନିଭରଶୀଳ ପାଇଁ NBFC କୁ ଚେତାବନୀ ଦେଲା RBI

ମୁମ୍ବାଇ,୧୬।୫: ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ଅଣ ବ୍ୟାଙ୍କ ଫାଇନାନ୍ସ କମ୍ପାନୀଗୁଡିକ (ଏନବିଏଫସି) କୁ ଆଲଗୋରିଦମ ଆଧାରିତ କ୍ରେଡିଟ ମଡେଲ ଉପରେ ଅଧିକ ର୍ନିଭରଶୀଳତା ଏବଂ ର୍ନିଦ୍ଦିଷ୍ଟ ବିଭାଗରେ ଅଧିକ ଋଣରୁ ଦୂରେଇ ରହିବା ପାଇଁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛି। ଡେପୁଟି ଗଭର୍ଣ୍ଣର ସ୍ବାମୀନାଥନ ଜାନକିରମଣ ବୁଧବାର ଭାରତୀୟ ରିଜର୍ଭ ବ୍ୟାଙ୍କ ୱେବସାଇଟରେ ପ୍ରକାଶିତ ଏକ ଅଭିଭାଷଣରେ ନିୟମ ଆଧାରିତ ମୂଲ୍ୟାଙ୍କନ ମଡେଲଗୁଡିକର ସମ୍ଭାବ୍ୟ ଭୁଲଗୁଡିକ ଉପରେ ଆଲୋକପାତ କରିଛନ୍ତି। ସେ ଦର୍ଶାଇଛନ୍ତି […] The post ଆଲଗୋରିଦମ ଆଧାରିତ କ୍ରେଡିଟ ମଡେଲ ଉପରେ ଅତ୍ୟଧିକ ର୍ନିଭରଶୀଳ ପାଇଁ NBFC କୁ ଚେତାବନୀ ଦେଲା RBI appeared first on Dharitri Odia News.

ଆଲଗୋରିଦମ ଆଧାରିତ କ୍ରେଡିଟ ମଡେଲ ଉପରେ ଅତ୍ୟଧିକ ର୍ନିଭରଶୀଳ ପାଇଁ NBFC କୁ ଚେତାବନୀ ଦେଲା RBI

ମୁମ୍ବାଇ,୧୬।୫: ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ଅଣ ବ୍ୟାଙ୍କ ଫାଇନାନ୍ସ କମ୍ପାନୀଗୁଡିକ (ଏନବିଏଫସି) କୁ ଆଲଗୋରିଦମ ଆଧାରିତ କ୍ରେଡିଟ ମଡେଲ ଉପରେ ଅଧିକ ର୍ନିଭରଶୀଳତା ଏବଂ ର୍ନିଦ୍ଦିଷ୍ଟ ବିଭାଗରେ ଅଧିକ ଋଣରୁ ଦୂରେଇ ରହିବା ପାଇଁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛି।

ଡେପୁଟି ଗଭର୍ଣ୍ଣର ସ୍ବାମୀନାଥନ ଜାନକିରମଣ ବୁଧବାର ଭାରତୀୟ ରିଜର୍ଭ ବ୍ୟାଙ୍କ ୱେବସାଇଟରେ ପ୍ରକାଶିତ ଏକ ଅଭିଭାଷଣରେ ନିୟମ ଆଧାରିତ ମୂଲ୍ୟାଙ୍କନ ମଡେଲଗୁଡିକର ସମ୍ଭାବ୍ୟ ଭୁଲଗୁଡିକ ଉପରେ ଆଲୋକପାତ କରିଛନ୍ତି।

ସେ ଦର୍ଶାଇଛନ୍ତି ଯେ ଅଭିବୃଦ୍ଧି ଘଟାଇବା ପାଇଁ ଅନେକ ଏନବିଏଫସି ଏହି ମଡେଲଗୁଡିକ ଗ୍ରହଣ କରୁଥିବାବେଳେ ସେମାନେ ଏହି ମଡେଲଗୁଡିକ ଦ୍ୱାରା ଅନ୍ଧ ହୋଇ ଋଣ ଦିଅନ୍ତୁ ନାହିଁ।

ସ୍ବାମୀନାଥନ ଦର୍ଶାଇଛନ୍ତି ଯେ ଐତିହାସିକ ତଥ୍ୟ ଉପରେ ଅଧିକ ର୍ନିଭର କରିବା, ଯାହା ଏହି ମଡେଲଗୁଡିକ ବ୍ୟବହାର କରନ୍ତି, ବଜାର ସ୍ଥିତିକୁ ପରିବର୍ତ୍ତନ କରିବାରେ ତ୍ରୁଟି ଘଟାଇପାରେ ।

ଅଣ ବ୍ୟାଙ୍କ ଋଣଦାତାମାନଙ୍କଠାରୁ ବରିଷ୍ଠ ଅଧିକାରୀଙ୍କ ଏକ ଗୋଷ୍ଠୀକୁ ସମ୍ବୋଧିତ କରି ସେ ଅସୁରକ୍ଷିତ ଋଣ ପରି ବିଭାଗ ପାଇଁ ଉଚ୍ଚ ବିପଦପୂର୍ଣ୍ଣ ସୀମା ର୍ନିଦ୍ଧାରଣ କରିବାକୁ ପରାମର୍ଶ ଦେଇଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହିପରି ପ୍ରକ୍ରିୟା ଉପରେ ଅତ୍ୟଧିକ ର୍ନିଭରଶୀଳତା କିଛି ସମୟ ପରେ ଦୁଃଖ ଆଣିପାରେ।

 

The post ଆଲଗୋରିଦମ ଆଧାରିତ କ୍ରେଡିଟ ମଡେଲ ଉପରେ ଅତ୍ୟଧିକ ର୍ନିଭରଶୀଳ ପାଇଁ NBFC କୁ ଚେତାବନୀ ଦେଲା RBI appeared first on Dharitri Odia News.