କମିଲା ଗ୍ୟାସ ଦାମ୍
ନୂଆଦିଲ୍ଲୀ,୧।୬: ଲୋକ ସଭା ନିର୍ବାଚନର ଶେଷ ପର୍ଯ୍ୟାୟ ପୂର୍ବରୁ ଏଲପିଜି ଗ୍ରାହକଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ସରକାରୀ ତୈଳ ଏବଂ ଗ୍ୟାସ ମାର୍କେଟିଂ କମ୍ପାନୀଗୁଡିକ ଦ୍ୱାରା ଲଗାତାର ତୃତୀୟ ଥର ପାଇଁ ଏଲପିଜି ସିଲିଣ୍ଡରର ମୂଲ୍ୟ ହ୍ରାସ କରାଯାଇଛି। ଏହି ପରି ଭାବରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା ପରେ ଏଲପିଜି ସିଲିଣ୍ଡରର ମୂଲ୍ୟ ତିନି ଗୁଣ ହ୍ରାସ ପାଇଛି। ସରକାରୀ ତୈଳ କମ୍ପାନୀଗୁଡିକ ଦେଇଥିବା ବିଜ୍ଞପ୍ତି ଅନୁଯାୟୀ ଆଜିଠାରୁ ଦେଶର ବିଭିନ୍ନ ସହରରେ ଏଲପିଜି […] The post କମିଲା ଗ୍ୟାସ ଦାମ୍ appeared first on Dharitri Odia News.
ନୂଆଦିଲ୍ଲୀ,୧।୬: ଲୋକ ସଭା ନିର୍ବାଚନର ଶେଷ ପର୍ଯ୍ୟାୟ ପୂର୍ବରୁ ଏଲପିଜି ଗ୍ରାହକଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ସରକାରୀ ତୈଳ ଏବଂ ଗ୍ୟାସ ମାର୍କେଟିଂ କମ୍ପାନୀଗୁଡିକ ଦ୍ୱାରା ଲଗାତାର ତୃତୀୟ ଥର ପାଇଁ ଏଲପିଜି ସିଲିଣ୍ଡରର ମୂଲ୍ୟ ହ୍ରାସ କରାଯାଇଛି। ଏହି ପରି ଭାବରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା ପରେ ଏଲପିଜି ସିଲିଣ୍ଡରର ମୂଲ୍ୟ ତିନି ଗୁଣ ହ୍ରାସ ପାଇଛି।
ସରକାରୀ ତୈଳ କମ୍ପାନୀଗୁଡିକ ଦେଇଥିବା ବିଜ୍ଞପ୍ତି ଅନୁଯାୟୀ ଆଜିଠାରୁ ଦେଶର ବିଭିନ୍ନ ସହରରେ ଏଲପିଜି ସିଲିଣ୍ଡରର ମୂଲ୍ୟ ପ୍ରାୟ ୭୦ଟଙ୍କା ହ୍ରାସ କରାଯାଇଛି। ଅବଶ୍ୟ, ଏହି ରିହାତିର ଲାଭ କେବଳ ୧୯ କିଲୋଗ୍ରାମ ବ୍ୟବସାୟିକ ଏଲପିଜି ସିଲିଣ୍ଡରରେ ଉପଲବ୍ଧ ହେବ। ଏଥର ମଧ୍ୟ ଘରୋଇ ବ୍ୟବହାର ପାଇଁ ଏଲପିଜି ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ।
The post କମିଲା ଗ୍ୟାସ ଦାମ୍ appeared first on Dharitri Odia News.