ରେଢାଖୋଲରେ ନିର୍ବାଚନ ପ୍ରଚାର କଲେ ଧର୍ମେନ୍ଦ୍ର,ସାଥିରେ ଦେବେନ୍ଦ୍ର
(ସମ୍ବଲପୁର )ରେଢାଖୋଲ:ସନ୍ଥକବି ଭୀମ ଭୋଇଙ୍କ ବାଣୀ ଯେ କେବଳ ଓଡ଼ିଆ ଭାଷା ସାହିତ୍ୟକୁ ରୁଦ୍ଧିମନ୍ତ କରିଛି ତା ନୁହଁ, ବରଂ ଏହା ଆମ ସମସ୍ତଙ୍କ ପାଇଁ ଚିରକାଳ ପ୍ରେରଣାର ଉତ୍ସ ହୋଇ ରହିଛି । ସମ୍ବଲପୁର ରେଢାଖୋଲସ୍ଥିତ ସନ୍ଥକବି ଭୀମ ଭୋଇଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ଅବସରରେ ଏହା କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ କହିଛନ୍ତି, “ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ, ଦେଖୁ ଦେଖୁ […] The post ରେଢାଖୋଲରେ ନିର୍ବାଚନ ପ୍ରଚାର କଲେ ଧର୍ମେନ୍ଦ୍ର,ସାଥିରେ ଦେବେନ୍ଦ୍ର appeared first on Odisha.News.

(ସମ୍ବଲପୁର )ରେଢାଖୋଲ:ସନ୍ଥକବି ଭୀମ ଭୋଇଙ୍କ ବାଣୀ ଯେ କେବଳ ଓଡ଼ିଆ ଭାଷା ସାହିତ୍ୟକୁ ରୁଦ୍ଧିମନ୍ତ କରିଛି ତା ନୁହଁ, ବରଂ ଏହା ଆମ ସମସ୍ତଙ୍କ ପାଇଁ ଚିରକାଳ ପ୍ରେରଣାର ଉତ୍ସ ହୋଇ ରହିଛି । ସମ୍ବଲପୁର ରେଢାଖୋଲସ୍ଥିତ ସନ୍ଥକବି ଭୀମ ଭୋଇଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ଅବସରରେ ଏହା କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ କହିଛନ୍ତି, “ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ, ଦେଖୁ ଦେଖୁ କେବା ସହୁ; ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ” ସନ୍ଥକବି ଭୀମଭୋଇଙ୍କ ଏହି ଉକ୍ତି ସାରା ବିଶ୍ୱକୁ ଦିଗଦର୍ଶନ ଦେଉଛି । ଭୀମଭୋଇଙ୍କ ରଚନା ଓଡ଼ିଶାର ଆଧ୍ୟାତ୍ମିକ, ସାଂସ୍କୃତିକ, ସାହିତ୍ୟିକ ଓ ସାମାଜିକ ଜୀବନଧାରାକୁ ଗଭୀର ଭାବେ ପ୍ରଭାବିତ କରିଛି । ସାମାଜିକ ଜୀବନରେ ନବଚେତନା ଆଣିଛି । ସମାଜରୁ ଜାତିପ୍ରଥା, ଛୁଆଁଅଛୁଆଁ ଭେଦ ଭାବ ଦୂର କରିବା, ସାମାଜିକ ସମତା ସ୍ଥାପନ ନିମନ୍ତେ ସେ ଲେଖନୀ ଚାଳନା କରିଥିଲେ । ସନ୍ଥକବିଙ୍କ ବିଚାରରେ ଅନୁପ୍ରାଣିତ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି “ସବ୍କା ସାଥ୍, ସବ୍କା ବିକାଶ”କୁ ଶାସନ ପ୍ରଣାଳୀରେ ଉପଯୋଗ କରିଛନ୍ତି ।
ଏହା ବାଦ୍ ଶ୍ରୀ ପ୍ରଧାନ ରେଢାଖୋଲର ଇଷ୍ଟ ଦେବତା ପଞ୍ଚଖଣ୍ଡାଙ୍କ ଦର୍ଶନ କରିବା ସହ ଶ୍ରୀରାମ ମନ୍ଦିରରେ ପ୍ରଭୁଙ୍କ ପୂଜାର୍ଚ୍ଚନା କରିଛନ୍ତି । ଉଭୟ ମନ୍ଦିରରେ କିଛି ସମୟ ବିତାଇ ପୂଜକ ଓ ଅନ୍ୟ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି ।
ଏଠାରେ ସୂଚନା ଥାଉକି, ଦେବଗଡ଼ ଓ ରେଢାଖୋଲର ବିଭିନ୍ନ ସ୍ଥାନରେ କେନ୍ଦ୍ରମନ୍ତ୍ରୀଙ୍କୁ କାର୍ଯ୍ୟକର୍ତ୍ତାମାନେ ସ୍ୱାଗତ କରିଥିଲେ । ରେଢାଖୋଲରେ ତୃଣମୂଳ ସ୍ତରର କାର୍ଯ୍ୟକର୍ତ୍ତାଙ୍କ ସହ ବୈଠକ କରିଥିଲେ ଶ୍ରୀ ପ୍ରଧାନ । ପୁଣିଥରେ ନରେନ୍ଦ୍ର ମୋଦିଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ କରିବା ପାଇଁ କାର୍ଯ୍ୟକର୍ତ୍ତାଙ୍କୁ ଆହ୍ୱାନ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ।ଏହି ସମୟରେ ରେଢାଖୋଲ ବିଧାୟକ ପ୍ରାର୍ଥୀ ଦେବେନ୍ଦ୍ର ମହାପାତ୍ର ମଧ୍ୟ ନିଜର ବିଜୟ ପାଇଁ ଲୋକଙ୍କ ଆଶିର୍ବାଦ ଲୋଡିଛନ୍ତି।
The post ରେଢାଖୋଲରେ ନିର୍ବାଚନ ପ୍ରଚାର କଲେ ଧର୍ମେନ୍ଦ୍ର,ସାଥିରେ ଦେବେନ୍ଦ୍ର appeared first on Odisha.News.