ବିଧାୟକଙ୍କ ସ୍କୁଲ ପରିଦର୍ଶନ ବେଳେ ଧରାପଡ଼ିଲା ଚଞ୍ଚକତା
ସମ୍ବଲପୁର: ସମ୍ବଲପୁର ଜିଲା ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲ ସୋମବାର ଅଚାନକ ଗଡମୁଣ୍ଡାସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଥିଲେ। ପରିଦର୍ଶନ ସମୟରେ ବିଦ୍ୟାଳୟରେ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ଉପସ୍ଥାନରେ ଚଞ୍ଚକତା କରାଯାଉଥିବା ଧରାପଡ଼ିଛି। ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ କାର୍ଯ୍ୟରେ ଅବହେଳା କରୁଥିବା ଦେଖି ବିଧାୟକ ହରିପାଲ ଉପସ୍ଥାନ ରେଜିଷ୍ଟର ଯାଞ୍ଚ କରିଥିଲେ । ଉକ୍ତ ରେଜିଷ୍ଟରରେ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ବିଦ୍ୟାଳୟକୁ ଆସିବାର ସମୟ ଲେଖାଥିବା ବେଳେ ବିଦ୍ୟାଳୟରୁ ଯିବା ସମୟ ଲେଖା ହୋଇ ନ […]

ସମ୍ବଲପୁର: ସମ୍ବଲପୁର ଜିଲା ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲ ସୋମବାର ଅଚାନକ ଗଡମୁଣ୍ଡାସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଥିଲେ। ପରିଦର୍ଶନ ସମୟରେ ବିଦ୍ୟାଳୟରେ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ଉପସ୍ଥାନରେ ଚଞ୍ଚକତା କରାଯାଉଥିବା ଧରାପଡ଼ିଛି। ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ କାର୍ଯ୍ୟରେ ଅବହେଳା କରୁଥିବା ଦେଖି ବିଧାୟକ ହରିପାଲ ଉପସ୍ଥାନ ରେଜିଷ୍ଟର ଯାଞ୍ଚ କରିଥିଲେ । ଉକ୍ତ ରେଜିଷ୍ଟରରେ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ବିଦ୍ୟାଳୟକୁ ଆସିବାର ସମୟ ଲେଖାଥିବା ବେଳେ ବିଦ୍ୟାଳୟରୁ ଯିବା ସମୟ ଲେଖା ହୋଇ ନ ଥିବା ଜଣାପଡିଥିଲା। ଏଥିସହ ବିଦ୍ୟାଳୟରେ ଉପସ୍ଥିତ ଥିବା ଶିକ୍ଷକମାନଙ୍କୁ ଅନ୍ୟ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ କାର୍ଯ୍ୟରେ ଅନୁପସ୍ଥିତ ଥିବାର କାରଣ ବିଧାୟକ ପଚାରିବାରୁ ସେମାନେ ନକଲି ଛୁଟି ଦରଖାସ୍ତ ଦେଇଥିବା ବିଧାୟକ କହିଛନ୍ତି । ଏଣୁ ବିଧାୟକ ତୁରନ୍ତ ବିଦ୍ୟାଳୟରୁ ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇ ସେଠାରେ ଶିକ୍ଷା ଅଧିକାରୀଙ୍କୁ ଭେଟି ଏହି ଗୁରୁତ୍ୱପୁର୍ଣ୍ଣ ବିଷୟରେ ଆଲୋଚନା କରିଥିଲେ। ବିଦ୍ୟାଳୟର ଉପସ୍ଥାପନ ରେଜିଷ୍ଟର ଏବଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ନକଲି ଦରଖାସ୍ତଗୁଡିକ ପ୍ରଦାନ କରିଥିଲେ । ଏଥିସହ କାର୍ଯ୍ୟରେ ଅବହେଳା କରୁଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁରୋଧ କରିଥିଲେ। ଏ ନେଇ ଜିଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ କହିଛନ୍ତି ଯେ, ବିଧାୟକଙ୍କଠାରୁ ଅଭିଯୋଗ ମିଳିଥିବା ବେଳେ ଉପଯୁକ୍ତ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ସୂଚନାଯୋଗ୍ୟ, ବିଗତ ଦିନରେ ସମ୍ବଲପୁରର ଧନୁପାଲିଠାରେ ମାନସିକ ରୋଗୀଙ୍କୁ ଥଇଥାନ କେନ୍ଦ୍ର ସମର୍ଥରେ ଚାଲିଥିବା କେଳେଙ୍କରୀ ବିଷୟରେ ସୂଚନା ପାଇବା ପରେ ସେ ଏହାର ପର୍ଦ୍ଦାଫାଶ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିଥିବା ବେଳେ ବୈଜାମୁଣ୍ଡାସ୍ଥିତ ସରକାରୀ ଥଇଥାନ କେନ୍ଦ୍ରକୁ ମଧ୍ୟ ପରିଦର୍ଶନ କରି ସ୍ଥିତାବସ୍ଥା ଯାଞ୍ଚ କରିଛନ୍ତି।