କମ୍ପାନୀ ସଚିବ ମାନଙ୍କର ଦ୍ଵିତୀୟ ରାଜ୍ୟସ୍ତରୀୟ ସମ୍ମିଳନୀ ଅୟୋଜିତ

ଭୁବନେଶ୍ବର : ଭାରତୀୟ କମ୍ପାନୀ ସଚିବ ପ୍ରତିଷ୍ଠାନର ଓଡ଼ିଶା ଶାଖା ଦ୍ଵାରା କମ୍ପାନୀ ସଚିବ ମାନଙ୍କର  ଦ୍ବୀତୀୟ ରାଜ୍ୟସ୍ତରୀୟ ସମ୍ମିଳନୀ  ଭୁବନେଶ୍ବର ସ୍ଥିତ ହୋଟେଲ ମେ ଫେୟାର ଠାରେ ଉତ୍ଥାନ ‘Role Of CS Beyond Corporate Boundaries” ଶୀର୍ଷକରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସରକାରଙ୍କ ଶିଳ୍ପ ଦକ୍ଷତା ବିକାଶ ଏବଂ ବୈଷ୍ୟୟିକ  ଶିକ୍ଷା ବିଭାଗର ରାଜ୍ୟ ମନ୍ତ୍ରୀ  ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ୱାଇଁ ଯୋଗ ଦେଇ ଦେଶ […]

କମ୍ପାନୀ ସଚିବ ମାନଙ୍କର ଦ୍ଵିତୀୟ ରାଜ୍ୟସ୍ତରୀୟ ସମ୍ମିଳନୀ ଅୟୋଜିତ

ଭୁବନେଶ୍ବର : ଭାରତୀୟ କମ୍ପାନୀ ସଚିବ ପ୍ରତିଷ୍ଠାନର ଓଡ଼ିଶା ଶାଖା ଦ୍ଵାରା କମ୍ପାନୀ ସଚିବ ମାନଙ୍କର  ଦ୍ବୀତୀୟ ରାଜ୍ୟସ୍ତରୀୟ ସମ୍ମିଳନୀ  ଭୁବନେଶ୍ବର ସ୍ଥିତ ହୋଟେଲ ମେ ଫେୟାର ଠାରେ ଉତ୍ଥାନ ‘Role Of CS Beyond Corporate Boundaries” ଶୀର୍ଷକରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସରକାରଙ୍କ ଶିଳ୍ପ ଦକ୍ଷତା ବିକାଶ ଏବଂ ବୈଷ୍ୟୟିକ  ଶିକ୍ଷା ବିଭାଗର ରାଜ୍ୟ ମନ୍ତ୍ରୀ  ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ୱାଇଁ ଯୋଗ ଦେଇ ଦେଶ ବିକାଶରେ କମ୍ପାନୀ ସଚିବ ମାନକର ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ । ଏଥିସହିତ ବରେଣ୍ୟ ମୁଖ୍ୟମନ୍ତ୍ରୀଙ୍କର ସମୃଦ୍ଧ ଓଡ଼ିଶା ତଥା ବିକଶିତ ଭାରତ ଅଭିଯାନରେ ସାମିଲ ହୋଇ ଦେଶ ଏବଂ ରାଜ୍ୟକୁ ବିକାଶ ପଥରେ ଅଗ୍ରସର କରିବାରେ ଅଗ୍ରଣୀ ଭୂମିକାରେ ଅବତୀର୍ଣ୍ଣ ହେବା ନିମନ୍ତେ ଆହ୍ଵାନ ଦେଇ ଥିଲେ । ତତ୍ ସହିତ ଏମ୍ଏସ୍ଏମଇ କ୍ଷେତ୍ରରେ ଅଭିବୃଦ୍ଧି ପାଇଁ ପ୍ରତ୍ୟକ୍ଷ ଭୂମିକା ଗ୍ରହଣ କରିବାକୁ ଅନୁରୋଧ କରିଥିଲେ।

ସେହିପରି ସମ୍ମାନିତ ଅତିଥି ଭାବେ ଓଡ଼ିଶା ତାପଜ ବିଦ୍ୟୁତ୍ ନିଗମର ଅର୍ଥ ନିର୍ଦ୍ଦେଶକ ଶ୍ରୀ ଗଗନ ବିହାରୀ ସ୍ୱାଇଁ ଯୋଗ ଦେଇ କମ୍ପାନୀ ସଚିବ ମାନଙ୍କର କର୍ପୋରେଟ ଗଭରର୍ଣାସ୍ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ସାଧୁବାଦ ଜଣେଇଥିଲେ ଏବଂ ଦେଶର ଅର୍ଥ ବ୍ୟବସ୍ଥା ଉପରେ ଆଲୋକପାତ କରିବା ସହ ଏଥିରେ ପ୍ରଫେସନାଲ୍ ମାନଙ୍କ ଭୂମିକା ଉପରେ ଆଲୋଚନା କରିଥିଲେ। ସେହିପରି ଅନ୍ୟ ମାନଙ୍କ ମଧ୍ୟରେ ସଂସ୍ଥାନର ପୂର୍ବ କ୍ଷେତ୍ରର ଅଧ୍ୟକ୍ଷ ଅନୁଜ୍ ଶାରଶ୍ଵତ,  ପୂର୍ବତନ ଅଧ୍ୟକ୍ଷ ସୌମ୍ୟ ସୁଜିତ୍ ମିଶ୍ର, କମ୍ପାନୀ ସଚିବ ସଂସ୍ଥାନର ଭୁବନେଶ୍ୱର ଶାଖାର ଅଧ୍ୟକ୍ଷ ସସ୍ମିତା ପଣ୍ଡା, ଉପାଧ୍ୟକ୍ଷ ଶ୍ରିମନ୍ତ ବାବୁ, ସମ୍ପାଦକ ନୀଳକଂଣ୍ଠ ସାମଲ ପ୍ରମୁଖ ଅଭିଭାଷଣ ପ୍ରଦାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସଂସ୍ଥାନର ପୂର୍ବତନ ପ୍ରାନ୍ତୀୟ ଅଧ୍ୟକ୍ଷ ପ୍ରିୟଦର୍ଶୀ ନାୟକ, ପୂର୍ବତନ ଅଧ୍ୟକ୍ଷ୍ୟ  ଜ୍ୟୋତିର୍ମୟ ମିଶ୍ର, ରୁଦ୍ରମାଧବ ସାହୁ, ବିମଳ ପ୍ରସାଦ ପଟ୍ଟନାୟକ,କୋଷାଧ୍ୟକ୍ଷ ଜ୍ୟୋତିର୍ମୟ ପାଣିଗ୍ରାହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

ଉକ୍ତ କର୍ମଶାଳାରେ ହାରାହାରି ୨୦୦ ଜଣ କମ୍ପାନୀ ସଚିବ ଯୋଗ ଦେଇଥିଲେ। ଏଥିରେ କମ୍ପାନୀ ଆଇନ ୨୦୧୩ ର ବିଭିନ୍ନ ଦିଗ ଉପରେ ଆଲୋଚନା କରା ଯାଇଥିଲା । ଉକ୍ତ କର୍ମଶାଳାରେ ବରିଷ୍ଠ କମ୍ପାନୀ ସଚିବ ଦେବାଶିଷ ପାଣିଗ୍ରାହୀ, ସର୍ବୋଚ୍ଚ ନ୍ୟାୟାଳୟର ଅଧିବକ୍ତା ସତ୍ବିନ୍ଦର୍ ସିଂ, Executive Director and Global CFO ପ୍ରିୟଙ୍କା ଗଠାନି, କମ୍ପାନୀ ସଚିବ ସନ୍ତୋଷ କୁମାର ପ୍ରମୁଖ ଯୋଗଦେଇ ଉପସ୍ଥିତ କମ୍ପାନୀ ସଚିବ ମାନଙ୍କୁ ଉଦବୋଧନ ଦେଇଥିଲେ । ସେହିପରି ସେସନ ମୋଡଥେଟର ଭାବେ ସାଏସ୍ ସରୋଜ କୁମାର ରାୟ, ବିଶ୍ୱଜିତ୍ ମହାପାତ୍ର ଏବଂ ସୁଜାତା ସରକାର କର୍ମଶାଳା ର ବିଭିନ୍ନ ବିଷୟ ଆଲୋଚନାରେ ଭାଗ ନେଇଥିଲେ। ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ଶାଖା ତରଫରୁ ଏକ ସ୍ମରଣିକା ଉନ୍ମୋଚନ କରାଯାଇଥିଲା ।