୪ ଜିଲ୍ଲାକୁ 'ଦାନା' ବିପଦ । ୫୦ କିମି ପରିଧିରେ କରିବ କ୍ଷୟକ୍ଷତି!
କନକ ବ୍ୟୁରୋ: ବାତ୍ୟା ଦାନା ଯେତେଯେତେ ଉପକୂଳମୁହାଁ ହେଉଛି, ସେତେ ସେତେ ବିପଦ ବଢୁଛି । ଆଜି ରାତିରୁ ହିଁ ବାତ୍ୟା ଭୀଷଣ ବାତ୍ୟାର ରୂପ ନେବ । ଆଉ ୨୪ ତାରିଖ ରାତିରୁ ୨୫ ତାରିଖ ସକାଳ ମଧ୍ୟରେ ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି ରହିବ । ଏହାର ପ୍ରଭାବରେ ଉପକୂଳ ଜିଲ୍ଲାଗୁଡିକ ପ୍ରଭାବିତ ହେବ । ବିଶେଷକରି ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲା ଉପରେ ପ୍ରଭାବ ପଡିବ । ବିଶେଷକରି ଲ୍ୟାଣ୍ଡଫଲ ସ୍ଥଳର ୫୦ କିଲୋମିଟର ପରିଧି ଏହାଦ୍ବାରା ଅଧିକ ପ୍ରଭାବିତ ହେବ । ପାଣିପାଗ ବିଭାଗର ଆକଳନ ଅନୁସାରେ ଭିତରକନିକାରୁ ଧାମରା ମଧ୍ୟରେ ବାତ୍ୟା ଦାନାର ଲ୍ୟାଣ୍ଡଫଲ ହେଲେ କିଛି ଗୁରୁତ୍ବପୂର୍ଣ୍ଣ ସ୍ଥାନ ପ୍ରତି ବିପଦ ବଢୁଛି । ଏମାନଙ୍କ ମଧ୍ୟରେ ପ୍ରମୁଖ ରହିଛି.. ଧାମରା ବନ୍ଦରକୁ ବିପଦ ଅବଦୁଲ କଲାମ ଦ୍ବୀପକୁ ବିପଦ ଗହୀରମଥା ଅଭୟାରଣ୍ୟକୁ ବିପଦ ପ୍ରଭାବିତ ହୋଇପାରେ ଭିତରକନିକା ଅଭୟାରଣ୍ୟ ଆରଡ଼ି ଆଖଣ୍ଡଳମଣି ମନ୍ଦିରକୁ ବିପଦ ତେଣୁ ଯେଉଁ ସ୍ଥାନଗୁଡିକ ଉପରେ ଅଧିକ ବିପଦ ରହିଛି ସେଠାରେ ପ୍ରଶାସନ ସଜାଗ ହୋଇ ରହିଛି । ଅଗ୍ନିଶମ ବିଭାଗ , ଓଡ୍ରାଫ ଓ ଏନଡିଆରଏଫ ଟିମ ପ୍ରସ୍ତୁତ ହୋଇ ରହିଛି । ତେବେ ଦାନା ପ୍ରଭାବରେ ୨୪ ଓ ୨୫ ତାରିଖରେ ବର୍ଷାର ବିସ୍ତୁତି ବଢିବ ଆଉ ୨୬ ତାରିଖରୁ ବର୍ଷାର ପରିମାଣ କମିବ ।
କନକ ବ୍ୟୁରୋ: ବାତ୍ୟା ଦାନା ଯେତେଯେତେ ଉପକୂଳମୁହାଁ ହେଉଛି, ସେତେ ସେତେ ବିପଦ ବଢୁଛି । ଆଜି ରାତିରୁ ହିଁ ବାତ୍ୟା ଭୀଷଣ ବାତ୍ୟାର ରୂପ ନେବ । ଆଉ ୨୪ ତାରିଖ ରାତିରୁ ୨୫ ତାରିଖ ସକାଳ ମଧ୍ୟରେ ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି ରହିବ । ଏହାର ପ୍ରଭାବରେ ଉପକୂଳ ଜିଲ୍ଲାଗୁଡିକ ପ୍ରଭାବିତ ହେବ । ବିଶେଷକରି ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲା ଉପରେ ପ୍ରଭାବ ପଡିବ । ବିଶେଷକରି ଲ୍ୟାଣ୍ଡଫଲ ସ୍ଥଳର ୫୦ କିଲୋମିଟର ପରିଧି ଏହାଦ୍ବାରା ଅଧିକ ପ୍ରଭାବିତ ହେବ ।
ପାଣିପାଗ ବିଭାଗର ଆକଳନ ଅନୁସାରେ ଭିତରକନିକାରୁ ଧାମରା ମଧ୍ୟରେ ବାତ୍ୟା ଦାନାର ଲ୍ୟାଣ୍ଡଫଲ ହେଲେ କିଛି ଗୁରୁତ୍ବପୂର୍ଣ୍ଣ ସ୍ଥାନ ପ୍ରତି ବିପଦ ବଢୁଛି । ଏମାନଙ୍କ ମଧ୍ୟରେ ପ୍ରମୁଖ ରହିଛି..
- ଧାମରା ବନ୍ଦରକୁ ବିପଦ
- ଅବଦୁଲ କଲାମ ଦ୍ବୀପକୁ ବିପଦ
- ଗହୀରମଥା ଅଭୟାରଣ୍ୟକୁ ବିପଦ
- ପ୍ରଭାବିତ ହୋଇପାରେ ଭିତରକନିକା ଅଭୟାରଣ୍ୟ
- ଆରଡ଼ି ଆଖଣ୍ଡଳମଣି ମନ୍ଦିରକୁ ବିପଦ
ତେଣୁ ଯେଉଁ ସ୍ଥାନଗୁଡିକ ଉପରେ ଅଧିକ ବିପଦ ରହିଛି ସେଠାରେ ପ୍ରଶାସନ ସଜାଗ ହୋଇ ରହିଛି । ଅଗ୍ନିଶମ ବିଭାଗ , ଓଡ୍ରାଫ ଓ ଏନଡିଆରଏଫ ଟିମ ପ୍ରସ୍ତୁତ ହୋଇ ରହିଛି । ତେବେ ଦାନା ପ୍ରଭାବରେ ୨୪ ଓ ୨୫ ତାରିଖରେ ବର୍ଷାର ବିସ୍ତୁତି ବଢିବ ଆଉ ୨୬ ତାରିଖରୁ ବର୍ଷାର ପରିମାଣ କମିବ ।