ଫ୍ରିଜକୁ କାନ୍ଥ ସହ ଲଗାଇ ରଖୁଛନ୍ତି କି? ହୋଇପାରନ୍ତି ଖର୍ଚ୍ଚାନ୍ତ
ଖରାଦିନେ ଥଣ୍ଡା ପାଣି ପିଇବା ଏବଂ ଖାଦ୍ୟକୁ ନଷ୍ଟ ହେବାରୁ ରକ୍ଷା କରିବା ପାଇଁ ରେଫ୍ରିଜରେଟର ବ୍ୟବହାର କରିଥା’ନ୍ତି। ବର୍ତ୍ତମାନ ଘରେ ଘରେ ଫ୍ରିଜ ସାଧାରଣ ହୋଇଗଲାଣି। ଲୋକେ ଏହାକୁ ବ୍ୟବହାର କରିବାରେ ଅଭ୍ୟସ୍ତ ହୋଇଗଲେଣି। କିନ୍ତୁ ବେଳେବେଳେ ଉପଭୋକ୍ତାମାନେ ଫ୍ରିଜକୁ ଏପରି ବେପରୁଆ ଭାବରେ ବ୍ୟବହାର କରନ୍ତି, ଯାଦ୍ୱାରା ତାଙ୍କୁ କ୍ଷତି ସହିବାକୁ ପଡିଥାଏ। ହୋଇପାରେ ଏପରି ଛୋଟିଆ ଭୂଲରେ ଆପଣଙ୍କୁ ହଜାର ହଜାର ଟଙ୍କା କ୍ଷତି ସହିବାକୁ ପଡିପାରେ। ଯଦି ଆପଣ ବଡ କ୍ଷତି […] The post ଫ୍ରିଜକୁ କାନ୍ଥ ସହ ଲଗାଇ ରଖୁଛନ୍ତି କି? ହୋଇପାରନ୍ତି ଖର୍ଚ୍ଚାନ୍ତ appeared first on Dharitri Odia News.
ଖରାଦିନେ ଥଣ୍ଡା ପାଣି ପିଇବା ଏବଂ ଖାଦ୍ୟକୁ ନଷ୍ଟ ହେବାରୁ ରକ୍ଷା କରିବା ପାଇଁ ରେଫ୍ରିଜରେଟର ବ୍ୟବହାର କରିଥା’ନ୍ତି। ବର୍ତ୍ତମାନ ଘରେ ଘରେ ଫ୍ରିଜ ସାଧାରଣ ହୋଇଗଲାଣି। ଲୋକେ ଏହାକୁ ବ୍ୟବହାର କରିବାରେ ଅଭ୍ୟସ୍ତ ହୋଇଗଲେଣି। କିନ୍ତୁ ବେଳେବେଳେ ଉପଭୋକ୍ତାମାନେ ଫ୍ରିଜକୁ ଏପରି ବେପରୁଆ ଭାବରେ ବ୍ୟବହାର କରନ୍ତି, ଯାଦ୍ୱାରା ତାଙ୍କୁ କ୍ଷତି ସହିବାକୁ ପଡିଥାଏ। ହୋଇପାରେ ଏପରି ଛୋଟିଆ ଭୂଲରେ ଆପଣଙ୍କୁ ହଜାର ହଜାର ଟଙ୍କା କ୍ଷତି ସହିବାକୁ ପଡିପାରେ। ଯଦି ଆପଣ ବଡ କ୍ଷତି ହେବାକୁ ଚାହୁଁ ନାହାନ୍ତି, ତେବେ ଏହି ସୂଚନା ଆପଣଙ୍କ ପାଇଁ ଲାଭକାରୀ ହୋଇପାରେ।
ଆପଣ ନିହାତି ଭରବେ ଫ୍ରିଜକୁ କାନ୍ଥ ସହ ଲଗାଇ ରଖୁଥିବେ। କିନ୍ତୁ ଏହାଦ୍ୱାରା ବଡ କ୍ଷତି ହୋଇପାରେ। ଫ୍ରିଜ ଖରାପ ହେବା ସହ ହଜାର ହଜାର ଟଙ୍କା ଖର୍ଚ୍ଚାନ୍ତ ହୋଇପାରନ୍ତି। ଟିକିଏ ସଚେତନ ହେଲେଏପରି ଖର୍ଚ୍ଚାନ୍ତ ହେବାରୁ ମୁକୁଳି ପାରିବେ। ବର୍ତ୍ତମାନ ଭାବୁଥିବେ ଫ୍ରିଜକୁ କାନ୍ଥ ସହ ଲଗାଇ ରଖିଲେ ଅସୁବିଧା କ’ଣ। ଅସୁବିଧା ଆମେ ନୁହେଁ ଆପଣ ପଡିପାରନ୍ତି। ଆସନ୍ତୁ ଜାଣିବା ପ୍ରିଜକୁ କାନ୍ଥ ସହ ଲଗାଇ ରଖିଲେ କଣ ଅସମସ୍ୟା ଅଛି।
-ଯଦି ଆପଣ ଫ୍ରିଜକୁ କାନ୍ଥକୁ ଲଗାଇ କିମ୍ବା ଅଳ୍ପ କେଇ ମିଟର ଦୂରତାରେ ରଖୁଛନ୍ତି ଏହାଦ୍ୱାରା ଆପଣଙ୍କ ଫ୍ରିଜ ଶୀଘ୍ର ଖରାପ ହୋଇଯିବ। ଫ୍ରିିଜକୁ ଲଗାଇ ରଖିବା ଦ୍ୱାରା ଏହା ପଛରେ ବାୟୁ ଚଳାଚଳ କରିପାରିବ ନାହିଁ। ରେଫ୍ରିଜରେଟରର କଏଲରୁ ବାହାରୁଥିବା ଗରମ ବାୟୁ ଅନ୍ୟ କୌଣସି ଆଡକୁ ଯିବାକୁ ରାସ୍ତା ନ ପାଇଁ ଲେଉଟି ଫ୍ରିଜରେ ବାଜିବ। ଏହି କାରଣରୁ, ଫ୍ରିଜ ଭିତରେ ଆହୁରି ତାପମାତ୍ରା ବଢିବ। ଏହାଦ୍ୱାରା ଆପଣଙ୍କ ଫ୍ରିଜ କ୍ଷମତାଠାରୁ କମ ଥଣ୍ଡା ରହିବ।
-ଫ୍ରିଜ ଭିତରେ ତାପମାତ୍ରା ବୃଦ୍ଧି ପାଇଲେ କମ୍ପ୍ରେସର ଉପରେ ଭାର ବଢିଯାଇଥାଏ। କାରଣ ଫ୍ରିଜ ଭିତରେ ଥିବା ସେନ୍ସରଗୁଡ଼ିକ କମ୍ପ୍ରେସରକୁ ଥଣ୍ଡା ହ୍ରାସ ପାଇବା ନେଇ ସିଗନାଲ୍ ପଠେଇଥା’ନ୍ତି। ଯେଉଁଥିପାଇଁ ରେଫ୍ରିଜରେଟର କମ୍ପ୍ରେସର ବେଶୀ ଲୋଡ୍ ନେଇଥାଏ।
ଯଦି ରେଫ୍ରିଜରେଟରକୁ କାନ୍ଥ ପାଖରେ କିମ୍ବା ଲଗାଇ ରଖୁଛନ୍ତି ତେବେ ଏଥିରୁ ବାହାରୁଥିବା ଗରମ ବାୟୁ କାନ୍ଥକୁ ନଷ୍ଟ କରିଦିଏ। ଅନେକ ଥର ଦେଖାଯାଇଛି ଯେ, ରେଫ୍ରିଜରେଟରରୁ ବାହାରୁଥିବା ଉତ୍ତାପ ହେତୁ ଘରର କାନ୍ଥକୁ କଳା କରିଦିଏ। ଯଦି ଆପଣ ଫ୍ରିଜକୁ କାନ୍ଥ ପାଖରେ ରଖିଛନ୍ତି, ତେବେ ଏହାକୁ କେଇ ମିଟର ବ୍ୟବଧାନରେ ରଖନ୍ତୁ।
ବୈଷୟିକ ବିଶେଷଜ୍ଞଙ୍କ ଅନୁଯାୟୀ, ରେଫ୍ରିଜରେଟର ଏବଂ କାନ୍ଥ ମଧ୍ୟରେ ଅତି କମରେ ୬ ଇଞ୍ଚର ଦୂରତା ବଜାୟ ରଖିବା ଉଚିତ୍। ଯାହାଫଳରେ ଫ୍ରିଜ, କଏଲକୁ ଥଣ୍ଡା ରଖିବା ପାଇଁ ପର୍ଯ୍ୟାପ୍ତ ବାୟୁ ପାଇପାରିବ।
The post ଫ୍ରିଜକୁ କାନ୍ଥ ସହ ଲଗାଇ ରଖୁଛନ୍ତି କି? ହୋଇପାରନ୍ତି ଖର୍ଚ୍ଚାନ୍ତ appeared first on Dharitri Odia News.