ଖଣ୍ଡଗିରି ଫ୍ଲାଏଓଭର ବ୍ରିଜ ଉପରେ ସିଏନଜି ଟ୍ୟାଙ୍କରରୁ ଗ୍ୟାସ ଲିକ

ଭୁବନେଶ୍ବର: ଖଣ୍ଡଗିରି ଓଭରବ୍ରିଜରେ ସିଏନଜି ଟ୍ୟାଙ୍କରରୁ ଗ୍ୟାସ ଲିକ ହୋଇଛି। ଭରତପୁରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଯାଉଥିବାବେଳେ ଏକ ସିଏନଜି ଟ୍ୟାଙ୍କରର ଗ୍ୟାସ ଲିକ ହୋଇଥିବା ଜଣାପଡ଼ିଛି।। ଗ୍ୟାସ ଟ୍ୟାଙ୍କର ଭାଲଭ ଖୋଲିଯିବାରୁ ଗ୍ୟାସ ଲିକ ହୋଇଥିବା ସୂଚନା ମିଳିଛି। ଟ୍ୟାଙ୍କରରୁ ଗ୍ୟାସ ଲିକ ହେବା ଜଣାପଡ଼ିବା ପରେ ଲୋକେ ଭୟଭୀତ ହୋଇପଡ଼ିଥିଲେ। ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ଖଣ୍ଡଗିରି ଫ୍ଲାଏଓଭଭରର ଉଭୟ ପାର୍ଶ୍ବରେ ଗାଡ଼ି ଚଳାଚଳ ବନ୍ଦ କରାଯାଇଥିଲା। କୌଣସି ପଟରୁ ଗାଡ଼ିଚଳାଚଳ ଯିବା ପାଇଁ ପୁଲିସ […]

ଖଣ୍ଡଗିରି ଫ୍ଲାଏଓଭର ବ୍ରିଜ ଉପରେ ସିଏନଜି ଟ୍ୟାଙ୍କରରୁ ଗ୍ୟାସ ଲିକ

ଭୁବନେଶ୍ବର: ଖଣ୍ଡଗିରି ଓଭରବ୍ରିଜରେ ସିଏନଜି ଟ୍ୟାଙ୍କରରୁ ଗ୍ୟାସ ଲିକ ହୋଇଛି। ଭରତପୁରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଯାଉଥିବାବେଳେ ଏକ ସିଏନଜି ଟ୍ୟାଙ୍କରର ଗ୍ୟାସ ଲିକ ହୋଇଥିବା ଜଣାପଡ଼ିଛି।। ଗ୍ୟାସ ଟ୍ୟାଙ୍କର ଭାଲଭ ଖୋଲିଯିବାରୁ ଗ୍ୟାସ ଲିକ ହୋଇଥିବା ସୂଚନା ମିଳିଛି। ଟ୍ୟାଙ୍କରରୁ ଗ୍ୟାସ ଲିକ ହେବା ଜଣାପଡ଼ିବା ପରେ ଲୋକେ ଭୟଭୀତ ହୋଇପଡ଼ିଥିଲେ।

ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ଖଣ୍ଡଗିରି ଫ୍ଲାଏଓଭଭରର ଉଭୟ ପାର୍ଶ୍ବରେ ଗାଡ଼ି ଚଳାଚଳ ବନ୍ଦ କରାଯାଇଥିଲା। କୌଣସି ପଟରୁ ଗାଡ଼ିଚଳାଚଳ ଯିବା ପାଇଁ ପୁଲିସ ପକ୍ଷରୁ ଅନୁମତି ଦିଆଯାଇନଥିଲା। ଖବର ପାଇ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଟ୍ୟାଙ୍କର ଉପରକୁ ପାଣି ମାଡ଼ କରି ଗ୍ୟାସ ଲିକକୁ ଆୟତ୍ତ ପାଇଁ ଉଦ୍ୟମ ଜାରି ରଖିଥିଲା। ମେଣ୍ଟେନାନ୍ସ ଟିମ ପହଞ୍ଚି ଯାଞ୍ଚ ସହ ଗ୍ୟାସ ଲିକକୁ ତୁରନ୍ତ ବନ୍ଦ କରାଯିବା ନେଇ ପଦକ୍ଷେପ ନେଇଥିଲା। ଅଗ୍ନିକାଣ୍ଡ ଜନିତ ଅଘଟଣକୁ ଏଡ଼ାଇବା ପାଇଁ ପୁଲିସ ଓ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ୟମ କରିଥିଲେ। ପୁଲିସ, ଅଗ୍ନିଶମ ବାହିନୀ ଓ ମେଣ୍ଟେନାନ୍ସ ଟିମର ମିଳିତ ସହାୟତାରେ ଗ୍ୟାସ ଲିକକୁ ଆୟତ୍ତ କରାଯାଇଥିଲା। ଏହାପରେ ଗ୍ୟାସ ଟ୍ୟାଙ୍କରକୁ ତାର ଗନ୍ତବ୍ୟପଥରେ ଯିବା ପାଇଁ ଅନୁମତି ଦିଆଯାଇଥିଲା।