୧୯ ବର୍ଷରେ ଆଖି ବୁଜିଲେ ଆମିର୍ ଖାନ୍ଙ୍କ ଅନସ୍କ୍ରିନ୍ ଝିଅ
ବମ୍ବେ: ବଲିଉଡ୍ର ସଫଳ ଫିଲ୍ମ ‘ଦଙ୍ଗଲ’ରେ ବବିତା କୁମାରୀ ଭୂମିକାରେ ଅଭିନୟ କରିଥିବା ଶିଶୁ କଳାକାର ସୁହାନୀ ଭଟ୍ଟନାଗରଙ୍କ ମୃତ୍ୟୁ ଘଟିଛି। ତାଙ୍କୁ ୧୯ ବର୍ଷ ହୋଇଥିଲା। ଫରିଦାବାଦର ଏମ୍ସ ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଜାରି ରହିଥିଲା। ଏବେ ହଠାତ ମୃତ୍ୟୁ ଖବର ସାମ୍ନାକୁ ଆସିବା ପରେ ମନୋରଞ୍ଜନଜଗତରେ ଶୋକର ଛାୟା ଖେଳିଯାଇଛି। ସୁହାନା ୧୧ ବର୍ଷ ବୟସରେ ଆମିର ଖାନ୍ଙ୍କ ଫିଲ୍ମ ‘ଦଙ୍ଗଲ’ରେ ବବିତା ଫୋଗଟ ଭୂମିକାରେ ଅଭିନୟ କରିଥିଲେ। ଏହାକୁ ଦର୍ଶକ ବେଶ ପସନ୍ଦ […] The post ୧୯ ବର୍ଷରେ ଆଖି ବୁଜିଲେ ଆମିର୍ ଖାନ୍ଙ୍କ ଅନସ୍କ୍ରିନ୍ ଝିଅ appeared first on Dharitri Odia News.
ବମ୍ବେ: ବଲିଉଡ୍ର ସଫଳ ଫିଲ୍ମ ‘ଦଙ୍ଗଲ’ରେ ବବିତା କୁମାରୀ ଭୂମିକାରେ ଅଭିନୟ କରିଥିବା ଶିଶୁ କଳାକାର ସୁହାନୀ ଭଟ୍ଟନାଗରଙ୍କ ମୃତ୍ୟୁ ଘଟିଛି। ତାଙ୍କୁ ୧୯ ବର୍ଷ ହୋଇଥିଲା। ଫରିଦାବାଦର ଏମ୍ସ ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଜାରି ରହିଥିଲା। ଏବେ ହଠାତ ମୃତ୍ୟୁ ଖବର ସାମ୍ନାକୁ ଆସିବା ପରେ ମନୋରଞ୍ଜନଜଗତରେ ଶୋକର ଛାୟା ଖେଳିଯାଇଛି।
ସୁହାନା ୧୧ ବର୍ଷ ବୟସରେ ଆମିର ଖାନ୍ଙ୍କ ଫିଲ୍ମ ‘ଦଙ୍ଗଲ’ରେ ବବିତା ଫୋଗଟ ଭୂମିକାରେ ଅଭିନୟ କରିଥିଲେ। ଏହାକୁ ଦର୍ଶକ ବେଶ ପସନ୍ଦ କରିଥିଲେ। ଫିଲ୍ମର ଲୋକପ୍ରିୟ ଗୀତ ‘ବାପୁ ସେହତ କେ ଲିଏ ତୁ ତୋ ହାନିକାରକ ହୈ’ରେ ଫିଚର୍ ହୋଇଥିଲେ। ପରେ ବବିତାଙ୍କ ଯୁବାବସ୍ଥାର ଚରିତ୍ର ଲାଗି ଅଭିନେତ୍ରୀ ସାନ୍ୟା ମଲହୋତ୍ରାଙ୍କୁ ଚୟନ କରାଯାଇଥିଲା।
ଆମିରଙ୍କ ସହ କାମ କରିବା ସତ୍ତ୍ୱେ ସେ ଲାଇମ୍ଲାଇଟ୍ରୁ ଦୂରରେ ରହୁଥିଲେ। ସେ ନଭେମ୍ବର ୨୦୨୧ରୁ ସୋସିଆଲ ମିଡିଆରୁ ମଧ୍ୟ ଦୂରେଇ ରହିଥିଲେ। ଏବେ ତାଙ୍କୁ ୧୯ ବର୍ଷ ହୋଇଥିବା ଯୋଗୁ ପୂର୍ବ ଏବଂ ପରର ଫଟୋ ବେଶ ଭାଇରାଲ ହେଉଥିଲା।
ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଅଭିନେତ୍ରୀଙ୍କ ଗୋଡ଼ ଫ୍ୟାକ୍ଚର ହୋଇଥିଲା। ଏହାର ଚିକିତ୍ସା ଲାଗି ସେ ଔଷଧ ଖାଉଥିଲେ। ହେଲେ ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁ ଗୋଡ଼ରେ ପାଣି ଜମିଯାଇଥିଲା। ଶେଷରେ ତାଙ୍କର ମୃତ୍ୟୁ ଘଟିଛି।
The post ୧୯ ବର୍ଷରେ ଆଖି ବୁଜିଲେ ଆମିର୍ ଖାନ୍ଙ୍କ ଅନସ୍କ୍ରିନ୍ ଝିଅ appeared first on Dharitri Odia News.