୨୮ରେ ଖୋଲିବ ହୀରାକୁଦ ଡ୍ୟାମ୍ ଗେଟ୍, ଛଡ଼ାଯିବ ପ୍ରଥମ ବନ୍ୟା ଜଳ
ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡ ଛତିଶଗଡ଼ ଅଞ୍ଚଳରେ ଗତ ୨୪ ଘଣ୍ଟାରେ ପ୍ରବଳ ବର୍ଷା ହୋଇଛି। ଫଳରେ ବଢ଼ିଛି ଜଳସ୍ତର। ଏହାକୁ ଦୃଷ୍ଟିରେ ରଖି ବନ୍ୟା ଜଳ ନିଷ୍କାସନ ନିଷ୍ପତ୍ତି ନିଆଯାଇଛି।
ଆସନ୍ତା ୨୮ ତାରିଖରେ ଖୋଲିବ ହୀରାକୁଦ ଡ୍ୟାମ୍। ଚଳିତବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯିବ। ୨୮ ତାରିଖ ରବିବାର ସକାଳ ୯ଟାରେ ପ୍ରଥମ ବନ୍ୟାଜଳ ନିଷ୍କାସନ ହେବ। ଏନେଇ ସୂଚନା ଦେଇଛନ୍ତି ହୀରାକୁଦ ଡ୍ୟାମର ମୁଖ୍ୟ ଯନ୍ତ୍ରୀ ସୁଶୀଲ ବେହେରା।
ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡ ଛତିଶଗଡ଼ ଅଞ୍ଚଳରେ ଗତ ୨୪ ଘଣ୍ଟାରେ ପ୍ରବଳ ବର୍ଷା ହୋଇଛି। ଫଳରେ ବଢ଼ିଛି ଜଳସ୍ତର। ଏହାକୁ ଦୃଷ୍ଟିରେ ରଖି ବନ୍ୟା ଜଳ ନିଷ୍କାସନ ନିଷ୍ପତ୍ତି ନିଆଯାଇଛି। ବର୍ତ୍ତମାନ ଜଳଭଣ୍ଡାରରେ ଜଳସ୍ତର ରହିଛି ୬୦୫.୪୫ ଫୁଟ୍। ପ୍ରତି ସେକେଣ୍ଡରେ ଡ୍ୟାମ୍ ଭିତରକୁ ପ୍ରବେଶ କରୁଛି ୨ ଲକ୍ଷ ୧୫ ହଜାର ଘନ ଫୁଟ୍ ବନ୍ୟା ଜଳ।