ଇଡି ଉପରେ ବର୍ଷିଲେ ସୁପ୍ରିମକୋର୍ଟ, କହିଲେ ନିର୍ବାଚନ ପୂର୍ବରୁ କେଜରିୱାଲଙ୍କୁ କାହିଁକି ଗିରଫ କଲ…
ନୂଆଦିଲ୍ଲୀ,୩୦।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ନିଜର ଗିରଫଦାରୀ ବିରୋଧରେ କରିଥିବା ଆବେଦନର ଶୁଣାଣି ମଙ୍ଗଳବାର ସୁପ୍ରିମକୋର୍ଟ କରିଛନ୍ତି। ଏହି ସମୟରେ କୋର୍ଟ ଅବକାରୀ ଦୁର୍ନୀତିର ତଦନ୍ତ ମାମଲାରେ କେଜରିଓ୍ବାଲଙ୍କୁ ଗିରଫ କରିଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଉପରେ ବର୍ଷିଛନ୍ତି। ନିର୍ବାଚନ ପୂର୍ବରୁ କେଜରିୱାଲଙ୍କୁ କାହିଁକି ଗିରଫ କରାଗଲା ବୋଲି କୋର୍ଟ ଇଡିକୁ ପ୍ରଶ୍ନ କରିଛନ୍ତି। ଆସନ୍ତା ଶୁକ୍ରବାର ଇଡି ଏହାର ଜବାବ ରଖିବ। ଏହାପୂର୍ବରୁ କେଜରିୱାଲ ଦିଲ୍ଲୀ ହାଇକୋର୍ଟରେ ତାଙ୍କ ଗିରଫଦାରୀ ବିରୋଧରେ ଆବେଦନ କରିଥିଲେ। ନିର୍ବାଚନକୁ […] The post ଇଡି ଉପରେ ବର୍ଷିଲେ ସୁପ୍ରିମକୋର୍ଟ, କହିଲେ ନିର୍ବାଚନ ପୂର୍ବରୁ କେଜରିୱାଲଙ୍କୁ କାହିଁକି ଗିରଫ କଲ… appeared first on Dharitri Odia News.
ନୂଆଦିଲ୍ଲୀ,୩୦।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ନିଜର ଗିରଫଦାରୀ ବିରୋଧରେ କରିଥିବା ଆବେଦନର ଶୁଣାଣି ମଙ୍ଗଳବାର ସୁପ୍ରିମକୋର୍ଟ କରିଛନ୍ତି। ଏହି ସମୟରେ କୋର୍ଟ ଅବକାରୀ ଦୁର୍ନୀତିର ତଦନ୍ତ ମାମଲାରେ କେଜରିଓ୍ବାଲଙ୍କୁ ଗିରଫ କରିଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଉପରେ ବର୍ଷିଛନ୍ତି। ନିର୍ବାଚନ ପୂର୍ବରୁ କେଜରିୱାଲଙ୍କୁ କାହିଁକି ଗିରଫ କରାଗଲା ବୋଲି କୋର୍ଟ ଇଡିକୁ ପ୍ରଶ୍ନ କରିଛନ୍ତି। ଆସନ୍ତା ଶୁକ୍ରବାର ଇଡି ଏହାର ଜବାବ ରଖିବ।
ଏହାପୂର୍ବରୁ କେଜରିୱାଲ ଦିଲ୍ଲୀ ହାଇକୋର୍ଟରେ ତାଙ୍କ ଗିରଫଦାରୀ ବିରୋଧରେ ଆବେଦନ କରିଥିଲେ। ନିର୍ବାଚନକୁ ଦୃଷ୍ଟିରେ ରଖି ତାଙ୍କୁ ଗିରଫ କରାଯାଇଥିବା ସେ ଯୁକ୍ତି ରଖିଥିଲେ। ହେଲେ ଏହି ଯୁକ୍ତିକୁ ଦିଲ୍ଲୀ ହାଇକୋର୍ଟ ଗ୍ରହଣ କରି ନ ଥିଲେ। ହେଲେ ଏବେ ସୁପ୍ରିମକୋର୍ଟ ଏହାକୁ ଗୁରୁତ୍ୱର ସହ ନେଇଛନ୍ତି ଓ ଇଡିକୁ ଜବାବ ଦାଖଲ କରିବାକୁ କହିଛନ୍ତି।
ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନା ଆଜି ଇଡିକୁ କହିଛନ୍ତି ଯେ, ଏହି ମାମଲାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ନ୍ୟାୟିକ ପ୍ରକ୍ରିୟାରେ ନ ଯାଇ ସିଧା ଅପରାଧିକ ପ୍ରୋସେଡିଂ ଆପଣାଇଛି କି? କାହିଁକି ଗିରଫଦାରୀର ସମୟକୁ ନେଇ ପ୍ରଶ୍ନ ଉଠିଛି? ଏହି ମାମଲାରେ ଏଯାଏ କୌଣସି ଦସ୍ତାବିଜ ବା ଜିନିଷ ଜବତ କରାଯାଇ ନାହିଁ। ତେବେ କେଜରିୱାଲ ଏଥିରେ କେମିତି ସାମିଲ ଅଛନ୍ତି, ତା’କୁ ଉପସ୍ଥାପନ କରନ୍ତୁ। ସାଧାରଣ ନିର୍ବାଚନ ପୂର୍ବରୁ କାହିଁକି ଗିରଫଦାରୀ କରାଗଲା ଜଣାନ୍ତୁ।
The post ଇଡି ଉପରେ ବର୍ଷିଲେ ସୁପ୍ରିମକୋର୍ଟ, କହିଲେ ନିର୍ବାଚନ ପୂର୍ବରୁ କେଜରିୱାଲଙ୍କୁ କାହିଁକି ଗିରଫ କଲ… appeared first on Dharitri Odia News.