୫୦୦୦ ଟଙ୍କା କମିଲା ରୁପା, ୧୬୦୦ଟଙ୍କା କମିଲା ସୁନା
ଭୁବନେଶ୍ୱର,୨୫।୪ (ଅଭୟ ଦାଶ): କ୍ରମାଗତ ଭାବେ ସୁନା ଓ ରୁପା ଦରରେ ହ୍ରାସ ଘଟିବାରୁ ଅଳଙ୍କାର ବଜାରରେ ସୁଧାର ଆସିଛି। ଏପରିକି ଦରବୃଦ୍ଧିକୁ ନେଇ ଆଶା ଓ ଆଶଙ୍କାରେ ଥିବା ଅଳଙ୍କାର ବ୍ୟବସାୟୀମାନେ କିଛି ପରିମାଣରେ ଆଶ୍ୱସ୍ତି ଲାଭ କରିଛନ୍ତି। ଏପରିକି ଗତ ୩ ଦିନ ମଧ୍ୟରେ ଘରୋଇ ବଜାର (ଭୁବନେଶ୍ୱର)ରେ ସୁନା ଦରରେ ପ୍ରାୟ ୧୫୦୦ରୁ ୧୬୦୦ଟଙ୍କା କମିଲା ସୁନା ରୂପା ଦର ମଧ୍ୟ ପ୍ରାୟ ୫୦୦୦ ଟଙ୍କା ହ୍ରାସ ହୋଇଛି ବୋଲି ଭୁବନେଶ୍ୱରର ଅଗ୍ରଣୀ […] The post ୫୦୦୦ ଟଙ୍କା କମିଲା ରୁପା, ୧୬୦୦ଟଙ୍କା କମିଲା ସୁନା appeared first on Dharitri Odia News.
ଭୁବନେଶ୍ୱର,୨୫।୪ (ଅଭୟ ଦାଶ): କ୍ରମାଗତ ଭାବେ ସୁନା ଓ ରୁପା ଦରରେ ହ୍ରାସ ଘଟିବାରୁ ଅଳଙ୍କାର ବଜାରରେ ସୁଧାର ଆସିଛି। ଏପରିକି ଦରବୃଦ୍ଧିକୁ ନେଇ ଆଶା ଓ ଆଶଙ୍କାରେ ଥିବା ଅଳଙ୍କାର ବ୍ୟବସାୟୀମାନେ କିଛି ପରିମାଣରେ ଆଶ୍ୱସ୍ତି ଲାଭ କରିଛନ୍ତି। ଏପରିକି ଗତ ୩ ଦିନ ମଧ୍ୟରେ ଘରୋଇ ବଜାର (ଭୁବନେଶ୍ୱର)ରେ ସୁନା ଦରରେ ପ୍ରାୟ ୧୫୦୦ରୁ ୧୬୦୦ଟଙ୍କା କମିଲା ସୁନା ରୂପା ଦର ମଧ୍ୟ ପ୍ରାୟ ୫୦୦୦ ଟଙ୍କା ହ୍ରାସ ହୋଇଛି ବୋଲି ଭୁବନେଶ୍ୱରର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନଗୁଡିକ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି।
ଉଲ୍ଲେଖଯୋଗ୍ୟ, ରବିବାର ଘରୋଇ ବଜାରରେ ୨୨ କ୍ୟାରେଟ ସୁନା ଦର ପ୍ରତି ୧୦ ଗ୍ରାମ ପିଛା ୬୮,୦୫୦ଟଙ୍କାରେ କାରବାର ହେଉଥିଲାବେଳେ ବୁଧବାର ଏହି ବର୍ଗର ଦର ୬୬,୬୦୦ଟଙ୍କାରେ ବିକ୍ରି ହୋଇଛି। ସେହିଭଳି ୨୪ କ୍ୟାରେଟ ସୁନାର ଦର ପ୍ରତି ୧୦ ଗ୍ରାମ ପିଛା ସମାନ ଦିନରେ ୭୪, ୨୩୬ ଟଙ୍କା ଥିଲାବେଳେ ବୁଧବାର ଏହାର ଦର ୭୨,୬୫୪ଟଙ୍କାରେ କାରବାର ହେଉଥିଲା। ସେହିପରି ରୁପା ଦର ରବିବାର ପ୍ରାୟ ୮୮,୦୦୦ ଟଙ୍କାରେ କାରବାର ହେଉଥିଲାବେଳେ ବୁଧବାର ଏହାର ମୂଲ୍ୟ ୮୩,୦୦୦ ଟଙ୍କାରେ ବିକ୍ରି ହେଉଛି।
ଅପରପକ୍ଷରେ ଆଗକୁ ଅକ୍ଷୟ ତୃତୀୟା ଭଳି ପ୍ରମୁଖ ପର୍ବ ଆସୁଥିବାରୁ ଅଳଙ୍କାର ବ୍ୟବସାୟୀମାନେ ନୂଆ ନୂଆ ଡିଜାଇନ ଓ ଅଫର ସାଙ୍ଗକୁ ଆକର୍ଷଣୀୟ ରିହାତି ସମ୍ପର୍କରେ ଘୋଷଣା କରୁଥିବାବେଳେ ଉଭୟ ଗ୍ରାହକ ଓ ବ୍ୟବସାୟୀ ଦରବୃଦ୍ଧିରେ ସୁଧାର ଯୋଗୁ ଖୁସି ଥିବା ଜଣାପଡିଛି।
The post ୫୦୦୦ ଟଙ୍କା କମିଲା ରୁପା, ୧୬୦୦ଟଙ୍କା କମିଲା ସୁନା appeared first on Dharitri Odia News.