ୟୁଜିସି-ଏନ୍‌ଇଟି ପରୀକ୍ଷା ପାଇଁ ଆବେଦନ ଆରମ୍ଭ: ଜାଣନ୍ତୁ କେମିତି କରିବେ ଆବେଦନ

ଭୁବନେଶ୍ୱର, ୨୧।୪(ଅସମାପିକା ସାହୁ)- ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(ଏନ୍‌ଟିଏ) ଦ୍ୱାରା ପରିଚାଳିତ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି)-ଏନ୍‌ଇଟି ପରୀକ୍ଷା ପାଇଁ ଆବେଦନ ରବିବାର ଠାରୁ ଆରମ୍ଭ ହୋଇଛି। ମେ’ ୧୦ତାରିଖ ପର୍ଯ୍ୟନ୍ତ ଆଶାୟୀମାନେ ଆବେଦନ କରିପାରିବେ। ପରୀକ୍ଷା ଫି’ ୧୨ ତାରିଖ ମଧ୍ୟରେ ଦାଖଲ କରିପାରିବେ। ଆବେଦନ ପତ୍ରରେ ୧୩ରୁ ୧୫ ତାରିଖ ମଧ୍ୟରେ ପରିବର୍ତ୍ତନ କରିପାରିବେ। ଜୁନ୍‌ ୧୬ ତାରିଖରେ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ଏନ୍‌ଟିଏ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଶାୟୀମାନେ ଅନ୍‌ଲାଇନ୍‌ରେ https://ugcnet.nta.ac.in/ ୱେବ୍‌ସାଇଟ୍‌ରେ […] The post ୟୁଜିସି-ଏନ୍‌ଇଟି ପରୀକ୍ଷା ପାଇଁ ଆବେଦନ ଆରମ୍ଭ: ଜାଣନ୍ତୁ କେମିତି କରିବେ ଆବେଦନ appeared first on Dharitri Odia News.

ୟୁଜିସି-ଏନ୍‌ଇଟି ପରୀକ୍ଷା ପାଇଁ ଆବେଦନ ଆରମ୍ଭ: ଜାଣନ୍ତୁ କେମିତି କରିବେ ଆବେଦନ

ଭୁବନେଶ୍ୱର, ୨୧।୪(ଅସମାପିକା ସାହୁ)- ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(ଏନ୍‌ଟିଏ) ଦ୍ୱାରା ପରିଚାଳିତ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି)-ଏନ୍‌ଇଟି ପରୀକ୍ଷା ପାଇଁ ଆବେଦନ ରବିବାର ଠାରୁ ଆରମ୍ଭ ହୋଇଛି। ମେ’ ୧୦ତାରିଖ ପର୍ଯ୍ୟନ୍ତ ଆଶାୟୀମାନେ ଆବେଦନ କରିପାରିବେ। ପରୀକ୍ଷା ଫି’ ୧୨ ତାରିଖ ମଧ୍ୟରେ ଦାଖଲ କରିପାରିବେ। ଆବେଦନ ପତ୍ରରେ ୧୩ରୁ ୧୫ ତାରିଖ ମଧ୍ୟରେ ପରିବର୍ତ୍ତନ କରିପାରିବେ। ଜୁନ୍‌ ୧୬ ତାରିଖରେ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ଏନ୍‌ଟିଏ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଶାୟୀମାନେ ଅନ୍‌ଲାଇନ୍‌ରେ https://ugcnet.nta.ac.in/ ୱେବ୍‌ସାଇଟ୍‌ରେ ଆବେଦନ କରିପାରିବେ। ଏନ୍‌ଇଟିରେ ଉତ୍ତୀର୍ଣ୍ଣ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ଜୁନିଅର ରିସର୍ଚ୍ଚ ଫେଲୋସିପ୍‌(ଜେଆର୍‌ଏଫ୍‌) ପାଇବାକୁ ଯୋଗ୍ୟ ବିବେଚିତ ହେବେ। ଏହାସହ ପ୍ରଥମଥର ପାଇଁ ଏନ୍‌ଇଟି ପରୀକ୍ଷା ମାଧ୍ୟମରେ ପିଏଚ୍‌ଡି ପଢ଼ିବାକୁ ମଧ୍ୟ ଛାତ୍ରୀଛାତ୍ରମାନେ ସୁଯୋଗ ପାଇବେ। ସମୁଦାୟ ୮୩ଟି ବିଷୟରେ ପିଏଚ୍‌ଡି ପଢ଼ିବାକୁ ଏହି ପରୀକ୍ଷା ମାଧ୍ୟମରେ ଛାତ୍ରୀଛାତ୍ରମାନେ ସୁଯୋଗ ପାଇବେ।

The post ୟୁଜିସି-ଏନ୍‌ଇଟି ପରୀକ୍ଷା ପାଇଁ ଆବେଦନ ଆରମ୍ଭ: ଜାଣନ୍ତୁ କେମିତି କରିବେ ଆବେଦନ appeared first on Dharitri Odia News.