ତାତିରୁ ମିଳିବ ଆଶ୍ୱସ୍ତି, ଶନିବାରଠୁ ପୁଣି ଖସିବ ପାରଦ

ଭୁବନେଶ୍ୱର ୦୪।୦୫ : ତାତିରୁ ମିଳିବ ଆଶ୍ୱସ୍ତି। ଆଜିଠୁ ତାତି ପୁଣି ଖସିବ । କାଳବୈଶାଖୀ ପ୍ରଭାବରେ ଉପକୂଳରେ ତାତି ଖସିଯିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।ବରିଷ୍ଠ ପାଣିପାଗ ବିଶେଷଜ୍ଞ ଡ. ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ଅନୁସାରେ, ୪ ତାରିଖ ଉତ୍ତର ଉପକୂଳ ଓ ଦକ୍ଷିଣ ଉପକୂଳରେ ତାତି କମିଯିବ । କିନ୍ତୁ ବାକି ସ୍ଥାନରେ ପାଗ ଅପରିର୍ତ୍ତିତ ରହିବ । କିଛି ସ୍ଥାନରେ ତାତି ବଢ଼ିପାରେ । ଝାରସୁଗୁଡ଼ା, ଅନୁଗୁଳ, ତାଳଚେର ଓ ବାରିପଦାରେ ତାତି ୪୪ ଡିଗ୍ରୀ ପାଖରେ ରହିବ । ୭ରୁ ପୂରା ଓଡ଼ିଶାରେ ତାତି କମିଯିବ । ୧୨ ତାରିଖ ଯାଏ ଅନେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । ସ୍ଥାନେ ସ୍ଥାନେ ୭୦ମିମି ଯାଏ ବର୍ଷା ହୋଇପାରେ । ସେବେ ପୂରା ଓଡ଼ିଶାରେ ତାପମାତ୍ରା ୩୫ ଡିଗ୍ରୀ ତଳେ ରହିଛି ।ତେବେ ମୌସୁମୀକୁ ନେଇ ଭଲ ଖବର ଆସିଛି । ଏ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି,  ମୌସୁମୀ ବାୟୁ ପ୍ରବାହ ଆରମ୍ଭ ହୋଇସାରିଲାଣି । ବିଷୁବ ମଣ୍ଡଳରୁ ଆରବସାଗର ଓ ବଙ୍ଗୋପସାଗରକୁ ଏହାର ପ୍ରବାହ ଆରମ୍ଭ ହୋଇସାରିଛି । ଆଣ୍ଡାମାନରେ ୧୮ ତାରିଖ ସୁଦ୍ଧା ମୌସୁମୀ ବାୟୁ ପହଞ୍ଚିଯିବ । କେରଳରେ ୨୭ ବା ୨୮ ତାରିଖ ବେଳକୁ ମୌସୁମୀ ପହଞ୍ଚିଯିବ ବୋଲି ସେ ଆକଳନ କରୁଛନ୍ତି।ପାଣିପାଗ ବିଭାଗର ଆକଳନ କହୁଛି, ୪ରେ ଭୁବନେଶ୍ୱର, କଟକ, କେନ୍ଦ୍ରାପଡ଼ା, ଚାନ୍ଦବାଲି, ଜଗତ୍‌ସିଂହପୁର, ପାରାଦୀପ, ପୁରୀ, ଖୋର୍ଦ୍ଧାରେ ତାତି ୪୦ ଡିଗ୍ରୀ ତଳେ ରହିବ । ଖୋର୍

ତାତିରୁ ମିଳିବ ଆଶ୍ୱସ୍ତି, ଶନିବାରଠୁ ପୁଣି ଖସିବ ପାରଦ

ଭୁବନେଶ୍ୱର ୦୪।୦୫ : ତାତିରୁ ମିଳିବ ଆଶ୍ୱସ୍ତି। ଆଜିଠୁ ତାତି ପୁଣି ଖସିବ । କାଳବୈଶାଖୀ ପ୍ରଭାବରେ ଉପକୂଳରେ ତାତି ଖସିଯିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

ବରିଷ୍ଠ ପାଣିପାଗ ବିଶେଷଜ୍ଞ ଡ. ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ଅନୁସାରେ, ୪ ତାରିଖ ଉତ୍ତର ଉପକୂଳ ଓ ଦକ୍ଷିଣ ଉପକୂଳରେ ତାତି କମିଯିବ । କିନ୍ତୁ ବାକି ସ୍ଥାନରେ ପାଗ ଅପରିର୍ତ୍ତିତ ରହିବ । କିଛି ସ୍ଥାନରେ ତାତି ବଢ଼ିପାରେ । ଝାରସୁଗୁଡ଼ା, ଅନୁଗୁଳ, ତାଳଚେର ଓ ବାରିପଦାରେ ତାତି ୪୪ ଡିଗ୍ରୀ ପାଖରେ ରହିବ । ୭ରୁ ପୂରା ଓଡ଼ିଶାରେ ତାତି କମିଯିବ । ୧୨ ତାରିଖ ଯାଏ ଅନେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । ସ୍ଥାନେ ସ୍ଥାନେ ୭୦ମିମି ଯାଏ ବର୍ଷା ହୋଇପାରେ । ସେବେ ପୂରା ଓଡ଼ିଶାରେ ତାପମାତ୍ରା ୩୫ ଡିଗ୍ରୀ ତଳେ ରହିଛି ।

ତେବେ ମୌସୁମୀକୁ ନେଇ ଭଲ ଖବର ଆସିଛି । ଏ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି,  ମୌସୁମୀ ବାୟୁ ପ୍ରବାହ ଆରମ୍ଭ ହୋଇସାରିଲାଣି । ବିଷୁବ ମଣ୍ଡଳରୁ ଆରବସାଗର ଓ ବଙ୍ଗୋପସାଗରକୁ ଏହାର ପ୍ରବାହ ଆରମ୍ଭ ହୋଇସାରିଛି । ଆଣ୍ଡାମାନରେ ୧୮ ତାରିଖ ସୁଦ୍ଧା ମୌସୁମୀ ବାୟୁ ପହଞ୍ଚିଯିବ । କେରଳରେ ୨୭ ବା ୨୮ ତାରିଖ ବେଳକୁ ମୌସୁମୀ ପହଞ୍ଚିଯିବ ବୋଲି ସେ ଆକଳନ କରୁଛନ୍ତି।

ପାଣିପାଗ ବିଭାଗର ଆକଳନ କହୁଛି, ୪ରେ ଭୁବନେଶ୍ୱର, କଟକ, କେନ୍ଦ୍ରାପଡ଼ା, ଚାନ୍ଦବାଲି, ଜଗତ୍‌ସିଂହପୁର, ପାରାଦୀପ, ପୁରୀ, ଖୋର୍ଦ୍ଧାରେ ତାତି ୪୦ ଡିଗ୍ରୀ ତଳେ ରହିବ । ଖୋର୍ଦ୍ଧା ଓ ଜଗତସିଂହପୁରରେ ତାତି ୩୮ ଡିଗ୍ରୀ ରହିପାରେ । ପୁରୀ ଓ ପାରାଦୀପରେ ୩୪ ଡିଗ୍ରୀକୁ ଖସି ଆସିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ୪ ତାରିଖ ପରେ ବଙ୍ଗୋପସାଗରରୁ ବହୁଥିବା ଆଣ୍ଟି ସାଇକ୍ଲୋନିକ୍‌ ସାର୍କୁଲେସନ୍‌ର ପ୍ରଭାବ କମିଯିବ । ୬ରୁ ପବନର ଦିଗ ବଦଳିବ । ଦକ୍ଷିଣରୁ ଆରବସାଗରୀୟ ପବନ ଓ ପରେ ରାଜ୍ୟକୁ ବଙ୍ଗୋପସାଗରୀୟ ପବନ ବହିବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି ।

ତେବେ ୬ ତାରିଖରୁ ରାଜ୍ୟର ସବୁ ଅଞ୍ଚଳରୁ ତାତି ଖସିବା ଆରମ୍ଭ ହେବ ବୋଲି ପାଣିପାଗ ବିଭାଗ କହିଛି । କିଛି ସ୍ଥାନରେ ତାତି ୩ରୁ ୪ ଡିଗ୍ରୀ କମିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତେବେ ୪ରେ ଆଭ୍ୟନ୍ତରୀଣ ଓଡ଼ିଶାରେ ଗ୍ରୀଷ୍ମପ୍ରବାହ ଜାରି ରହିବ । ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଦେବଗଡ଼, ବୌଦ୍ଧ, ବଲାଙ୍ଗୀର, ସୋନପୁର, ସମ୍ବଲପୁର ଓ ଝାରସୁଗୁଡ଼ାରେ ଗ୍ରୀଷ୍ମପ୍ରବାହ ବହିବ । ଗଞ୍ଜାମ, ଗଜପତି, ରାୟଗଡ଼ା ଓ କୋରାପୁଟର କିଛି ସ୍ଥାନରେ କାଳବୈଶାଖୀ ପ୍ରଭାବରେ  ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

୫ରେ ଅନୁଗୁଳ, ସମ୍ବଲପୁର, ଝାରସୁଗୁଡ଼ା, ସୋନପୁର, ବୌଦ୍ଧ ଓ ବଲାଙ୍ଗୀରରେ ଗ୍ରୀଷ୍ମପ୍ରବାହ ବହିବ । ଅନ୍ୟ ସ୍ଥାନରେ ବିଶେଷ ତତଲା ଅନୁଭୂତ ହେବନି । କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା ଓ କୋରାପୁଟରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ୬ରୁ ଗ୍ରୀଷ୍ମପ୍ରବାହ ଉଭେଇ ଯିବ । ରାଜ୍ୟର ସବୁ ସ୍ଥାନରୁ ତାତି କମିବ । ଦକ୍ଷିଣ ଉପକୂଳ ଓଡ଼ିଶା ଓ ଉତ୍ତର ଉପକୂଳ ଓଡ଼ିଶାରେ ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ । ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ଝଡ଼ ବର୍ଷା ହେବା ସହ ୪୦ରୁ ୫୦ କିମି ବେଗରେ ପବନ ବହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ ଦେଇଛି ।