ଚିକିଟି ମଦ ମୃତ୍ୟୁ ଘଟଣାରେ ବନ୍ଧାହେଲେ ଆଉ ଜଣେ, ୮ରେ ପହଞ୍ଚିଲା ଗିରଫ ସଂଖ୍ୟା

ଦିଗପହଣ୍ଡି ୨୩।୮: ଗଞ୍ଜାମ ଜିଲ୍ଲା ଚିକିଟି ମଦ ମୃତ୍ୟୁ ଘଟଣାରେ ଆଉ ଜଣଙ୍କୁ ଗିରଫ କଲା ପୋଲିସ । ମଦ ବେପାରୀ ରାଜେନ୍ଦ୍ର ସାହୁକୁ ଗିରଫ କଲା ପୋଲିସ । ମୋଟ୍ ଗିରଫ ସଂଖ୍ୟା ୮କୁ ବୃଦ୍ଧି ପାଇଛି । ଏ ନେଇ କେ.ନୂଆଗାଁ ଆଇଆଇସି କିଶୋର କୁମାର ସାମଲ ସୂଚନା ଦେଇଛନ୍ତି ।ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍‌ କେ.ନୂଆଗାଁ ଥାନା ଅନ୍ତର୍ଗତ ମାଉନ୍ଦପୁରରେ ବିଷାକ୍ତ ମଦ ପିଇ ୨୦ରୁ ଉର୍ଦ୍ଧ୍ବ ଅସୁସ୍ଥ ହୋଇଥିବା ବେଳେ ବୁଧବାର ଦୁଇ ଜଣ ଆଖି ବୁଜିଥିଲେ । ସେମାନେ ହେଲେ ଜେନାପୁର ଗ୍ରାମର ଜୁର ବେହେରା ଓ ତାଙ୍କ ପଡୋଶୀ ଲୋକନାଥ ବେହେରା । ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍‌ପିଟାଲ ଆଇସିୟୁରେ ସେମାନେ ଚକିତ୍ସାଧୀନ ଥିଲେ । ଚିକିଟି କରବାଲୁଆ ଓ ଜେନାପୁର ଅଞ୍ଚଳର ବହୁ ବ୍ୟକ୍ତି ସୋମବାର ମାଉନ୍ଦପୁର ଯାଇ ବିଷାକ୍ତ ମଦ୍ୟପାନ କରିଥିଲେ । ମଦ୍ୟପାନ ପରେ ୨୦ ଜଣ ଝାଡ଼ାବାନ୍ତିର ଶିକାର ହେବା ସହିତ ସମସ୍ତଙ୍କ ଦେହ ଥରିବା ଓ ମୁଣ୍ଡ ବୁଲେଇବା ଲକ୍ଷଣ ଦେଖାଦେଇଥିଲା । ଏବେ ବି ଘଟଣାରେ ୩ ଜଣ ଗୁରୁତର ଭାବେ ଆଇସିୟୁରେ ଚିକିତ୍ସାଧୀନ ଅଛନ୍ତି । ଘଟଣାରେ ଜଣେ ମହିଳାଙ୍କ ସମେତ ମୋଟ୍‌ ୮ ଜଣକୁ ଉଭୟ ଅବକାରୀ ଓ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । You Can Read:ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ, ପାସ୍ ହାର ୫୫.୪ ପ୍ରତିଶତ

ଚିକିଟି ମଦ ମୃତ୍ୟୁ ଘଟଣାରେ ବନ୍ଧାହେଲେ ଆଉ ଜଣେ, ୮ରେ ପହଞ୍ଚିଲା ଗିରଫ ସଂଖ୍ୟା

ଦିଗପହଣ୍ଡି ୨୩।୮: ଗଞ୍ଜାମ ଜିଲ୍ଲା ଚିକିଟି ମଦ ମୃତ୍ୟୁ ଘଟଣାରେ ଆଉ ଜଣଙ୍କୁ ଗିରଫ କଲା ପୋଲିସ । ମଦ ବେପାରୀ ରାଜେନ୍ଦ୍ର ସାହୁକୁ ଗିରଫ କଲା ପୋଲିସ । ମୋଟ୍ ଗିରଫ ସଂଖ୍ୟା ୮କୁ ବୃଦ୍ଧି ପାଇଛି । ଏ ନେଇ କେ.ନୂଆଗାଁ ଆଇଆଇସି କିଶୋର କୁମାର ସାମଲ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍‌ କେ.ନୂଆଗାଁ ଥାନା ଅନ୍ତର୍ଗତ ମାଉନ୍ଦପୁରରେ ବିଷାକ୍ତ ମଦ ପିଇ ୨୦ରୁ ଉର୍ଦ୍ଧ୍ବ ଅସୁସ୍ଥ ହୋଇଥିବା ବେଳେ ବୁଧବାର ଦୁଇ ଜଣ ଆଖି ବୁଜିଥିଲେ । ସେମାନେ ହେଲେ ଜେନାପୁର ଗ୍ରାମର ଜୁର ବେହେରା ଓ ତାଙ୍କ ପଡୋଶୀ ଲୋକନାଥ ବେହେରା । ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍‌ପିଟାଲ ଆଇସିୟୁରେ ସେମାନେ ଚକିତ୍ସାଧୀନ ଥିଲେ । 

ଚିକିଟି କରବାଲୁଆ ଓ ଜେନାପୁର ଅଞ୍ଚଳର ବହୁ ବ୍ୟକ୍ତି ସୋମବାର ମାଉନ୍ଦପୁର ଯାଇ ବିଷାକ୍ତ ମଦ୍ୟପାନ କରିଥିଲେ । ମଦ୍ୟପାନ ପରେ ୨୦ ଜଣ ଝାଡ଼ାବାନ୍ତିର ଶିକାର ହେବା ସହିତ ସମସ୍ତଙ୍କ ଦେହ ଥରିବା ଓ ମୁଣ୍ଡ ବୁଲେଇବା ଲକ୍ଷଣ ଦେଖାଦେଇଥିଲା । ଏବେ ବି ଘଟଣାରେ ୩ ଜଣ ଗୁରୁତର ଭାବେ ଆଇସିୟୁରେ ଚିକିତ୍ସାଧୀନ ଅଛନ୍ତି । ଘଟଣାରେ ଜଣେ ମହିଳାଙ୍କ ସମେତ ମୋଟ୍‌ ୮ ଜଣକୁ ଉଭୟ ଅବକାରୀ ଓ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । 

You Can Read:

ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ, ପାସ୍ ହାର ୫୫.୪ ପ୍ରତିଶତ