ଜାତୀୟସ୍ତରର ଖେଳାଳିଙ୍କ ପାଇଁ ଖୁସିଖବର, ଖେଳ କୋଟାରେ ନିଯୁକ୍ତି ନିୟମ ପରିବର୍ତ୍ତନ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୫।୩: କେନ୍ଦ୍ର ସରକାରଙ୍କ ପକ୍ଷରୁ ଖେଳାଳିଙ୍କୁ ନିଯୁକ୍ତି ଏବଂ ପଦୋନ୍ନତି ମାମଲାରେ ଥିବା ନିର୍ଦ୍ଦେଶନାମାକୁ ସଂଶୋଧନ କରାଯାଇଛି। ବର୍ତ୍ତମାନ ସମୟରେ ମହତ୍ୱପୂର୍ଣ୍ଣ ପାଲଟିଥିବା ପ୍ରତିଯୋଗିତାଗୁଡ଼ିକୁ ଏଥିରେ ସାମିଲ କରାଯାଇଛି। ଫଳରେ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରିଥିବା ଖେଳାଳି ଖେଳ କୋଟାରେ ନିଯୁକ୍ତି ଏବଂ ପଦୋନ୍ନତି ମାମଲାରେ ଲାଭାନ୍ବିତ ହେବେ। ତେବେ ୨୦୧୩ରେ ଡିଓପିଟି ବିଭାଗ ପକ୍ଷରୁ ଖେଳାଳିଙ୍କ ଭର୍ତ୍ତି ଏବଂ ପଦୋନ୍ନତି ତଥା ପ୍ରୋତ୍ସାହନ ସମ୍ବନ୍ଧରେ ନିର୍ଦ୍ଦେଶନାମା ଜାରି କରାଯାଇଥିଲା। ଡିଓପିଟି ଦ୍ୱାରା ଜାରି ନିର୍ଦ୍ଦେଶ ଅନୁଯାୟୀ, […] The post ଜାତୀୟସ୍ତରର ଖେଳାଳିଙ୍କ ପାଇଁ ଖୁସିଖବର, ଖେଳ କୋଟାରେ ନିଯୁକ୍ତି ନିୟମ ପରିବର୍ତ୍ତନ କଲେ କେନ୍ଦ୍ର ସରକାର appeared first on Dharitri Odia News.

ଜାତୀୟସ୍ତରର ଖେଳାଳିଙ୍କ ପାଇଁ ଖୁସିଖବର, ଖେଳ କୋଟାରେ ନିଯୁକ୍ତି ନିୟମ ପରିବର୍ତ୍ତନ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୫।୩: କେନ୍ଦ୍ର ସରକାରଙ୍କ ପକ୍ଷରୁ ଖେଳାଳିଙ୍କୁ ନିଯୁକ୍ତି ଏବଂ ପଦୋନ୍ନତି ମାମଲାରେ ଥିବା ନିର୍ଦ୍ଦେଶନାମାକୁ ସଂଶୋଧନ କରାଯାଇଛି। ବର୍ତ୍ତମାନ ସମୟରେ ମହତ୍ୱପୂର୍ଣ୍ଣ ପାଲଟିଥିବା ପ୍ରତିଯୋଗିତାଗୁଡ଼ିକୁ ଏଥିରେ ସାମିଲ କରାଯାଇଛି। ଫଳରେ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରିଥିବା ଖେଳାଳି ଖେଳ କୋଟାରେ ନିଯୁକ୍ତି ଏବଂ ପଦୋନ୍ନତି ମାମଲାରେ ଲାଭାନ୍ବିତ ହେବେ। ତେବେ ୨୦୧୩ରେ ଡିଓପିଟି ବିଭାଗ ପକ୍ଷରୁ ଖେଳାଳିଙ୍କ ଭର୍ତ୍ତି ଏବଂ ପଦୋନ୍ନତି ତଥା ପ୍ରୋତ୍ସାହନ ସମ୍ବନ୍ଧରେ ନିର୍ଦ୍ଦେଶନାମା ଜାରି କରାଯାଇଥିଲା।

ଡିଓପିଟି ଦ୍ୱାରା ଜାରି ନିର୍ଦ୍ଦେଶ ଅନୁଯାୟୀ, ଖେଳ ବିଭାଗର ପରାମର୍ଶ ପରେ ବର୍ତ୍ତମାନ ସମୟରେ ମହତ୍ୱ ହାସଲ କରିଥିବା ପ୍ରତିଯୋଗୀତାଗୁଡ଼ିକୁ ସାମିଲ କରାଯିବା ଲାଗି ତଥା ଏସବୁ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରୁଥିବା ଖେଳାଳିଙ୍କୁ ପୋତ୍ସାହିତ କରିବା ଲାଗି ପୂର୍ବରୁ ଦିଆଯାଇଥିବା ନିର୍ଦ୍ଦେଶନାମାକୁ ସମୀକ୍ଷା କରାଯାଇଛି। ଏସବୁରେ ଯେଉଁ ପ୍ରତିଯୋଗିତାଗୁଡ଼ିକୁ ଜାତୀୟ ବୋଲି ଧରାଯାଇଛି ସେଥିରେ ଜାତୀୟ ମହାସଂଘଗୁଡ଼ିକ ଦ୍ୱାରା ଆୟୋଜିତ ରାଷ୍ଟ୍ରୀୟ ଚାମ୍ପିୟନଶିପ୍‌, ଭାରତୀୟ ଅଲିମ୍ପିକ ସଂଘ ଦ୍ୱାରା ଆୟୋଜିତ ରାଷ୍ଟ୍ରୀୟ ଖେଳ ତଥା ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ ଖେଳ, ଖେଲୋ ଇଣ୍ଡିଆ ଯୁବା ଖେଳ, ଖେଲୋ ଇଣ୍ଡିଆ ଶୀତକାଳୀନ ଖେଳ, ଖେଲୋ ଇଣ୍ଡିଆର ପାରା ଖେଳ ଆଦି ସାମିଲ ରହିଛି।

The post ଜାତୀୟସ୍ତରର ଖେଳାଳିଙ୍କ ପାଇଁ ଖୁସିଖବର, ଖେଳ କୋଟାରେ ନିଯୁକ୍ତି ନିୟମ ପରିବର୍ତ୍ତନ କଲେ କେନ୍ଦ୍ର ସରକାର appeared first on Dharitri Odia News.