ICC ଚାମ୍ପିଅନ୍ସ ଟ୍ରଫିରୁ ବାଦ୍ ବଡ଼ିବ ଟିମ୍ ଇଣ୍ଡିଆ? ବଡ଼ ଦାବି କଲା ପାକିସ୍ତାନୀ ଗଣମାଧ୍ୟମ…
ନୂଆଦିଲ୍ଲୀ,୧୨।୭: ୨୦୨୫ ଚାମ୍ପଅନ୍ସ ଟ୍ରଫିର ଆୟୋଜନ ଦାୟିତ୍ୱ ପାକିସ୍ତାନକୁ ମିଳିଛି। ଏହି ଆଇସିସି ଟୁର୍ନାମେଣ୍ଟ ପାଇଁ ପାକିସ୍ତାନ କ୍ରିକେଟ ବୋର୍ଡ ଜୋରଦାର ପ୍ରସ୍ତୁତି ଚଳାଇଛି। ଆସନ୍ତା ବର୍ଷ ଫେବୃଆରୀ ୧୯ରୁ ମାର୍ଚ୍ଚ ୯ ଯାଏ ଏହି ଟୁର୍ନାମେଣ୍ଟ ଖେଳାଯିବ। କିନ୍ତୁ ଏଥିଲାଗି ଭାରତୀୟ କ୍ରିକେଟ ଟିମ୍ ପାକିସ୍ତାନ ଗସ୍ତ କରିବ କି ନାହିଁ ତାହା ଏଯାବତ ସ୍ପଷ୍ଟ ହୋଇନାହିଁ। ଏସବୁ ମଧ୍ୟରେ ପାକିସ୍ତାନୀ ଗଣମାଧ୍ୟମ ପକ୍ଷରୁ ବଡ଼ ଦାବି କରାଯାଇଛି। ୨୦୨୫ରେ ଚାମ୍ପିଅନ୍ସ ଟ୍ରଫି ଲାଗି ଟିମ୍ […] The post ICC ଚାମ୍ପିଅନ୍ସ ଟ୍ରଫିରୁ ବାଦ୍ ବଡ଼ିବ ଟିମ୍ ଇଣ୍ଡିଆ? ବଡ଼ ଦାବି କଲା ପାକିସ୍ତାନୀ ଗଣମାଧ୍ୟମ… appeared first on Dharitri Odia News.
ନୂଆଦିଲ୍ଲୀ,୧୨।୭: ୨୦୨୫ ଚାମ୍ପଅନ୍ସ ଟ୍ରଫିର ଆୟୋଜନ ଦାୟିତ୍ୱ ପାକିସ୍ତାନକୁ ମିଳିଛି। ଏହି ଆଇସିସି ଟୁର୍ନାମେଣ୍ଟ ପାଇଁ ପାକିସ୍ତାନ କ୍ରିକେଟ ବୋର୍ଡ ଜୋରଦାର ପ୍ରସ୍ତୁତି ଚଳାଇଛି। ଆସନ୍ତା ବର୍ଷ ଫେବୃଆରୀ ୧୯ରୁ ମାର୍ଚ୍ଚ ୯ ଯାଏ ଏହି ଟୁର୍ନାମେଣ୍ଟ ଖେଳାଯିବ। କିନ୍ତୁ ଏଥିଲାଗି ଭାରତୀୟ କ୍ରିକେଟ ଟିମ୍ ପାକିସ୍ତାନ ଗସ୍ତ କରିବ କି ନାହିଁ ତାହା ଏଯାବତ ସ୍ପଷ୍ଟ ହୋଇନାହିଁ। ଏସବୁ ମଧ୍ୟରେ ପାକିସ୍ତାନୀ ଗଣମାଧ୍ୟମ ପକ୍ଷରୁ ବଡ଼ ଦାବି କରାଯାଇଛି।
୨୦୨୫ରେ ଚାମ୍ପିଅନ୍ସ ଟ୍ରଫି ଲାଗି ଟିମ୍ ଇଣ୍ଡିଆର ପାକିସ୍ତାନ ଯିବା ସମ୍ଭାବନା କମ୍। ଏମିତିରେ ବିସିସିଆଇ ଆଇସିସିକୁ ଟୁର୍ନାମେଣ୍ଟକୁ ହାଇବ୍ରିଡ ମଡେଲରେ ଆୟୋଜିତ କରିବାକୁ ଅନୁରୋଧ କରିବାକୁ ଯୋଜନା କରୁଛି। ଏହି ସମୟରେ ଆଇସିସି ପାକିସ୍ତାନରେ ଟୁର୍ନାମେଣ୍ଟର ଆୟୋଜନ କରିବା ଉଚିତ। ଯଦି ଭାରତ ଏଥିରୁ ଓହରିଯାଏ ତେବେ ଶ୍ରୀଲଙ୍କା ଦଳର ସ୍ଥାନ ନେବ। ଏପରିକି ଶ୍ରୀଲଙ୍କା କ୍ରିକେଟ ଆଇସିସିର ସବୁଜ ସଙ୍କେତକୁ ଅପେକ୍ଷା କରିଛି ବୋଲି ପାକିସ୍ତାନୀ ଗଣମାଧ୍ୟମ ଦାବି କରିଛି।
ଶ୍ରୀଲଙ୍କା କାହିଁକି ସ୍ଥାନ ପାଇବ?
କହିବାକୁ ଗଲେ ଚାମ୍ପିଅନ୍ସ ଟ୍ରଫିରେ ୮ ଦଳ ଅଂଶଗ୍ରହଣ କରନ୍ତି। ୨୦୨୩ ଦିନିକିଆ ବିଶ୍ୱକପ୍ ସମୟର ସୁପର-୮ ଦଳମାନେ ଏହି ଟୁର୍ନାମେଣ୍ଟରେ ଭାଗ ନେବେ। ଶ୍ରୀଲଙ୍କା ଉକ୍ତ ଦଳର ଅଂଶ ନ ଥିଲା। ଯଦି ଟିମ ଇଣ୍ଡିଆ ଟ୍ରଫିରୁ ନାମ ପ୍ରତ୍ୟାହାର କରେ, ତେବେ ଏକ ନୂତନ ଦଳ ଟୁର୍ନାମେଣ୍ଟରେ ପ୍ରବେଶ କରିବ। ଆଇସିସି ର଼୍ୟାଙ୍କିଂ ଅନୁଯାୟୀ ଶ୍ରୀଲଙ୍କା ଏଥିଲାଗି ଦାବିଦାର।
କହିରଖୁଛୁ, ୨୦୦୮ରୁ ଭାରତୀୟ ଟିମ୍ ପାକିସ୍ତାନ ଗସ୍ତ କରିନାହିଁ। ପୂର୍ବରୁ ପାକିସ୍ତାନ ମଧ୍ୟ ଏସିଆ କପ୍ ୨୦୨୩ ଆୟୋଜନ କରିଥିଲା। ହେଲେ ଭାରତ ଲାଗି ଟୁର୍ନାମେଣ୍ଟଟି ଏକ ହାଇବ୍ରିଡ ମଡେଲରେ ଆୟୋଜିତ ହୋଇଥିଲା। ଟିମ୍ ଇଣ୍ଡିଆ ଶ୍ରୀଲଙ୍କାରେ ସମସ୍ତ ମ୍ୟାଚ୍ ଖେଳିଥିଲା। ଏଣୁ ୨୦୨୫ରେ ମଧ୍ୟ ଦୁବାଇ କିମ୍ବା ଶ୍ରୀଲଙ୍କାରେ ମ୍ୟାଚ୍ ଆୟୋଜନ କରିବାକୁ ବିସିସିଆଇ ଆଇସିସିକୁ କହିପାରେ। ଯଦି ଆଇସିସି ଏହାକୁ ଅନୁମୋଦନ କରେ, ତେବେ ହାଇବ୍ରିଡ ମଡେଲରେ ଚାମ୍ପିଅନ୍ସ ଟ୍ରଫି ମଧ୍ୟ ଖେଳାଯାଇପାରେ।
The post ICC ଚାମ୍ପିଅନ୍ସ ଟ୍ରଫିରୁ ବାଦ୍ ବଡ଼ିବ ଟିମ୍ ଇଣ୍ଡିଆ? ବଡ଼ ଦାବି କଲା ପାକିସ୍ତାନୀ ଗଣମାଧ୍ୟମ… appeared first on Dharitri Odia News.