BSNL ଆଣିଛି ଏକ ଶସ୍ତା ପ୍ଲାନ୍, ୨୫୦ରୁ କମ୍ ଟଙ୍କାରେ ସବୁକିଛି ମିଳିବ ଫ୍ରି’
BSNL ଏହାର ୟୁଜର୍ସମାନଙ୍କ ପାଇଁ ଅନେକ ଶସ୍ତା ପ୍ଳାନ୍ ଅଫର କରିଛି । ସରକାରୀ ଟେଲିକମ୍ କମ୍ପାନୀ ଏହାର ପ୍ଲାନ୍ ସହିତ ପ୍ରାଇଭେଟ କମ୍ପାନୀ Airtel, Jio, Vi ର ହୋସ ଉଡାଇ ଦେଇଛି । ଭାରତ ସଞ୍ଚାର ନିଗମ ଲିମିଟେଡ୍ ଏହାର ୟୁଜର୍ସଙ୍କୁ ୨୫୦ ଟଙ୍କାରୁ କମ୍ ମୂଲ୍ୟରେ ଅନେକ ଶସ୍ତା ପ୍ଲାନ୍ ଅଫର କରୁଛି । ଯେଉଁଥିରେ ୟୁଜର୍ସମାନେ ଅନଲିମିଟେଡ୍ କଲିଂ ସହିତ ଡାଟା ଏବଂ ଫ୍ରି’ SMS ମଧ୍ୟ ପାଇପାରିବେ । କମ୍ପାନୀ […] The post BSNL ଆଣିଛି ଏକ ଶସ୍ତା ପ୍ଲାନ୍, ୨୫୦ରୁ କମ୍ ଟଙ୍କାରେ ସବୁକିଛି ମିଳିବ ଫ୍ରି’ appeared first on KNews Odisha.

BSNL ଏହାର ୟୁଜର୍ସମାନଙ୍କ ପାଇଁ ଅନେକ ଶସ୍ତା ପ୍ଳାନ୍ ଅଫର କରିଛି । ସରକାରୀ ଟେଲିକମ୍ କମ୍ପାନୀ ଏହାର ପ୍ଲାନ୍ ସହିତ ପ୍ରାଇଭେଟ କମ୍ପାନୀ Airtel, Jio, Vi ର ହୋସ ଉଡାଇ ଦେଇଛି । ଭାରତ ସଞ୍ଚାର ନିଗମ ଲିମିଟେଡ୍ ଏହାର ୟୁଜର୍ସଙ୍କୁ ୨୫୦ ଟଙ୍କାରୁ କମ୍ ମୂଲ୍ୟରେ ଅନେକ ଶସ୍ତା ପ୍ଲାନ୍ ଅଫର କରୁଛି । ଯେଉଁଥିରେ ୟୁଜର୍ସମାନେ ଅନଲିମିଟେଡ୍ କଲିଂ ସହିତ ଡାଟା ଏବଂ ଫ୍ରି’ SMS ମଧ୍ୟ ପାଇପାରିବେ । କମ୍ପାନୀ ଏହାର ଶସ୍ତା ପ୍ଲାନ୍ ପାଇଁ ୟୁଜର୍ସମାନଙ୍କୁ ନିର୍ଦ୍ଦିଷ୍ଟ ଭ୍ୟାଲିଡିଟି ମଧ୍ୟ ଅଫର କିରୁଛି ।
BSNL ର ୨୪୯ ଟଙ୍କା ପ୍ଲାନ୍ :
BSNL ର ୨୪୯ ଟଙ୍କା ଭଳି ଗୋଟିଏ ପ୍ଲାନ୍ ରହିଛି । ଯେଉଁଥିରେ ୟୁଜର୍ସମାନଙ୍କୁ ୪୫ ଦିନର ଭ୍ୟାଲିଡିଟି ଅଫର କରାଯାଉଛି । ଭାରତ ସଞ୍ଚାର ନିଗମଙ୍କ ଏହି ରିଚାର୍ଜ ପ୍ଲାନରେ ୟୁଜର୍ସମାନେ ପ୍ରତିଦିନ 2GB ହାଇ ସ୍ପିଡ୍ ଡାଟା ଲାଭ ପାଆନ୍ତି । ଡାଟା ସରିଜିବା ପରେ ମଧ୍ୟ ୟୁଜର୍ସମାନେ ଏହି ପ୍ଲାନରେ ୪୦kbps ସ୍ପିଡ୍ ଅନଲିମିଟେଡ୍ ଇଣ୍ଟରନେଟ ଡାଟା ମଧ୍ୟ ପାଇବେ । ଦେଶରେ ଯେକୌଣସି ସ୍ଥାନରେ କଲ୍ କରିବାକୁ ୟୁଜର୍ସମାନେ ଅନଲିମିଟେଡ୍ ଫ୍ରି’ କଲିଂ ଏବଂ ରୋମିଂର ଲାଭ ପାଇବେ । କେବଳ ଏତିକି ନୁହେଁ, ୟୁଜର୍ସମାନଙ୍କୁ ପ୍ରତିଦିନ ୧୦୦ ଫ୍ରି’ SMS ର ସୁବିଧା ମଧ୍ୟ ଦିଆଯାଉଛି ।
BSNL ର ଏହି ରିଚାର୍ଜ ପ୍ଲାନ୍ ହେଉଛି ଏକ FRC ଯଥା ଫାଷ୍ଟ ରିଚାର୍ଜ ପ୍ଲାନ୍ । ଯାହା ବିଶେଷ ଭାବରେ ନୂଆ ୟୁଜର୍ସମାନଙ୍କ ପାଇଁ । ଯଦି ଆପଣ ମଧ୍ୟ ଆପଣଙ୍କର ନମ୍ବରକୁ BSNL କୁ ପୋର୍ଟ କରିବାକୁ ଚାହୁଁଛନ୍ତି, ତେବେ ଆପଣ ଏହି ପ୍ଲାନକୁ ବାଛିପାରିବେ । ଏହା ବ୍ୟତିତ, BSNL ଦ୍ୱାରା ୟୁଜର୍ସମାନଙ୍କ ପାଇଁ ୨୫୦ ରୁ କମ୍ ମୂଲ୍ୟରେ ରିଚାର୍ଜ ପ୍ଲାନ୍ ମଧ୍ୟ ଅଫର କରାଯାଉଛି । BSNL ର ଏହି ରିଚାର୍ଜ ପ୍ଲାନ୍ ୨୨୯ ଟଙ୍କା ପାଇଁ ଆସିଛି ।
୨୨୯ ଟଙ୍କା ପ୍ଲାନ୍ :
୨୨୯ ଟଙ୍କାର ଏହି ରିଚାର୍ଜ ପ୍ଲାନ୍ TRAI ଗାଇଡଲାଇନ୍ ଅନୁଯାୟୀ, ୧ ମାସର ଭ୍ୟାଲିଡିଟି ସହିତ ଆସିଥାଏ । ଏହି ପ୍ଲାନରେ, ୟୁଜର୍ସମାନେ ଅନଲିମିଟେଡ୍ ଫ୍ରି’ କଲିଂ ସହିତ ଫ୍ରି’ ରୋମିଂ ଏବଂ ଦୈନିକ ୧୦୦ ଫ୍ରି’ SMS ର ଲାଭ ପାଆନ୍ତି । ସରକାରୀ ଟେଲିକମ୍ କମ୍ପାନୀର ଏହି ରିଚାର୍ଜ ପ୍ଲାନ୍ ଦୈନିକ 2GB ଡାଟା ଲାଭ ସହିତ ଆସିଥାଏ । ଏହା ସହ ଏହି ପ୍ଲାନରେ ୟୁଜର୍ସମାନେ ୬୦GB ଡାଟାର ଲାଭ ପାଇବେ । ଦୈନିକି ଡାଟା ସରିଯିବା ପରେ ମଧ୍ୟ ୟୁଜର୍ସମାନେ ଏହି ପ୍ଲାନରେ ୪୦kbps ସ୍ପିଡରେ ଅନଲିମିଟେଡ୍ ଡାଟା ପାଇବେ ।
The post BSNL ଆଣିଛି ଏକ ଶସ୍ତା ପ୍ଲାନ୍, ୨୫୦ରୁ କମ୍ ଟଙ୍କାରେ ସବୁକିଛି ମିଳିବ ଫ୍ରି’ appeared first on KNews Odisha.