ୟୁଏଫଓ ନେଇ ହାର୍ଭାର୍ଡ ବୈଜ୍ଞାନିକଙ୍କ ବଡ ଖୁଲାସା, ଅଦୃଶ୍ୟ ମାର୍ଗରେ ଆସୁଛନ୍ତି ଏଲିଏନ

ନୂଆଦିଲ୍ଲୀ ୧୧/୦୪: ବ୍ରହ୍ମାଣ୍ଡରେ ଅନ୍ୟ ଗ୍ରହରେ ବି ଜୀବ ଅଛନ୍ତି । ୟୁଏଫ୍‌ଓ (ଅନ୍‌ଆଇଡେଣ୍ଟିଫାଏଡ୍‌ ଫ୍ଲାଇଙ୍ଗ  ଅବ୍‌ଜେକ୍ଟ) ଭାବେ ପରିଚିତ ରହସ୍ୟମୟୀ ଉଡ଼ନ୍ତା ବସ୍ତୁ  ଜରିଆରେ ସେମାନେ ଭ୍ରମଣ କରୁଛନ୍ତି । ଆମ ଗ୍ରହକୁ  ମଧ୍ୟ ଯିବାଆସିବା କରୁଛନ୍ତି । ପୃଥିବୀ ଆକାଶରେ ୟୁଏଫ୍‌ଓ  ଚିହ୍ନଟ ହୋଇଥିବା କଥା ଅନେକ ଥର ଚର୍ଚ୍ଚାର ବିଷୟ ହୋଇଛି । ଏହା କେତେଦୂର ସତ ତାହାକୁ ନେଇ ବି  ହୋଇଛି ବିଶ୍ଳେଷଣ । ତେବେ ଅଲଗା ଗ୍ରହରେ ବି ଜୀବ  ଅଛନ୍ତି, ତାହାକୁ ସମ୍ପୂର୍ଣ୍ଣ ଅଗ୍ରାହ୍ୟ କରାଯାଇ ପାରିବ ନାହିଁ ।  ଏକ ସଦ୍ୟ ଗବେଷଣାରେ ଏଲିଏନ୍‌ର ଅସ୍ତିତ୍ୱକୁ ନେଇ  ପୁଣି ଏକ ବଡ଼ ଖୁଲାସା କରାଯାଇଛି । ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ପ୍ରଫେସର ଅଭି ଲୋବ୍‌  ୟୁଏଫ୍‌ଓ ଭ୍ରମଣ ଉପରେ ଏକ ରୋଚକ ଥିଓରି ଉପସ୍ଥାପନ କରିଛନ୍ତି । ସେ କହିଛନ୍ତି, ବାହ୍ୟ ଗ୍ରହର ଜୀବ (ଯାହାକୁ  ଏଲିଅନ୍‌ କୁହାଯାଉଛି) ଏକ ନିର୍ଦ୍ଦିଷ୍ଟ ଅଦୃଶ୍ୟ ମାର୍ଗ  ଜରିଆରେ ଭ୍ରମଣ କରୁଥାଇ ପାରନ୍ତି । ସିଇଆର୍‌ଏନ୍‌ ଭାବେ  ପରିଚିତ ୟୁରୋପିଆନ ଅର୍ଗାନାଇଜେସନ୍‌ ଅଫ୍‌ ନ୍ୟୁକ୍ଲିୟର  ରିସର୍ଚ୍ଚରେ ପାର୍ଟିକଲ୍‌ ଆକ୍ସିଲରେଟର୍‌ ଉପରେ ଅନୁସନ୍ଧାନ ଜରିଆରେ ଏହି ଖୁଲାସା ହୋଇଛି । ଏଥିରେ କୁହାଯାଇଛି  ଯେ ଏଲିଏନ୍‌ମାନେ ଯେଉଁ ଗୁପ୍ତ ମାର୍ଗ ବା ‘ଏକ୍ସଟ୍ରା  ଡାଇମେନ୍‌ସନ୍‌’ ଦେଇ ଯାତାୟାତ କରୁଛନ୍ତି, ତାହାକୁ  ଦେଖିହେବ ନାହିଁ । ସାଧାରଣତଃ ୩ଟି ଡାଇମେନ୍‌ସନ ଦୃଶ୍ୟମାନ ହୋଇଥାଏ

ୟୁଏଫଓ ନେଇ ହାର୍ଭାର୍ଡ ବୈଜ୍ଞାନିକଙ୍କ ବଡ ଖୁଲାସା, ଅଦୃଶ୍ୟ ମାର୍ଗରେ ଆସୁଛନ୍ତି ଏଲିଏନ

ନୂଆଦିଲ୍ଲୀ ୧୧/୦୪: ବ୍ରହ୍ମାଣ୍ଡରେ ଅନ୍ୟ ଗ୍ରହରେ ବି ଜୀବ ଅଛନ୍ତି । ୟୁଏଫ୍‌ଓ (ଅନ୍‌ଆଇଡେଣ୍ଟିଫାଏଡ୍‌ ଫ୍ଲାଇଙ୍ଗ  ଅବ୍‌ଜେକ୍ଟ) ଭାବେ ପରିଚିତ ରହସ୍ୟମୟୀ ଉଡ଼ନ୍ତା ବସ୍ତୁ  ଜରିଆରେ ସେମାନେ ଭ୍ରମଣ କରୁଛନ୍ତି । ଆମ ଗ୍ରହକୁ  ମଧ୍ୟ ଯିବାଆସିବା କରୁଛନ୍ତି । ପୃଥିବୀ ଆକାଶରେ ୟୁଏଫ୍‌ଓ  ଚିହ୍ନଟ ହୋଇଥିବା କଥା ଅନେକ ଥର ଚର୍ଚ୍ଚାର ବିଷୟ ହୋଇଛି । 

ଏହା କେତେଦୂର ସତ ତାହାକୁ ନେଇ ବି  ହୋଇଛି ବିଶ୍ଳେଷଣ । ତେବେ ଅଲଗା ଗ୍ରହରେ ବି ଜୀବ  ଅଛନ୍ତି, ତାହାକୁ ସମ୍ପୂର୍ଣ୍ଣ ଅଗ୍ରାହ୍ୟ କରାଯାଇ ପାରିବ ନାହିଁ ।  ଏକ ସଦ୍ୟ ଗବେଷଣାରେ ଏଲିଏନ୍‌ର ଅସ୍ତିତ୍ୱକୁ ନେଇ  ପୁଣି ଏକ ବଡ଼ ଖୁଲାସା କରାଯାଇଛି । ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ପ୍ରଫେସର ଅଭି ଲୋବ୍‌  ୟୁଏଫ୍‌ଓ ଭ୍ରମଣ ଉପରେ ଏକ ରୋଚକ ଥିଓରି ଉପସ୍ଥାପନ କରିଛନ୍ତି । 

ସେ କହିଛନ୍ତି, ବାହ୍ୟ ଗ୍ରହର ଜୀବ (ଯାହାକୁ  ଏଲିଅନ୍‌ କୁହାଯାଉଛି) ଏକ ନିର୍ଦ୍ଦିଷ୍ଟ ଅଦୃଶ୍ୟ ମାର୍ଗ  ଜରିଆରେ ଭ୍ରମଣ କରୁଥାଇ ପାରନ୍ତି । ସିଇଆର୍‌ଏନ୍‌ ଭାବେ  ପରିଚିତ ୟୁରୋପିଆନ ଅର୍ଗାନାଇଜେସନ୍‌ ଅଫ୍‌ ନ୍ୟୁକ୍ଲିୟର  ରିସର୍ଚ୍ଚରେ ପାର୍ଟିକଲ୍‌ ଆକ୍ସିଲରେଟର୍‌ ଉପରେ ଅନୁସନ୍ଧାନ ଜରିଆରେ ଏହି ଖୁଲାସା ହୋଇଛି । 

ଏଥିରେ କୁହାଯାଇଛି  ଯେ ଏଲିଏନ୍‌ମାନେ ଯେଉଁ ଗୁପ୍ତ ମାର୍ଗ ବା ‘ଏକ୍ସଟ୍ରା  ଡାଇମେନ୍‌ସନ୍‌’ ଦେଇ ଯାତାୟାତ କରୁଛନ୍ତି, ତାହାକୁ  ଦେଖିହେବ ନାହିଁ । ସାଧାରଣତଃ ୩ଟି ଡାଇମେନ୍‌ସନ ଦୃଶ୍ୟମାନ ହୋଇଥାଏ । କିନ୍ତୁ ଏଲିଏନ୍‌ ଯେଉଁ ମାର୍ଗରେ  ଯାଆସ କରୁଛନ୍ତି, ତାହା ଅନ୍ୟତମ ଅଦୃଶ୍ୟ ମାର୍ଗ । ପ୍ରଫେସର ଲୋବ୍‌ଙ୍କ ଅନୁସାରେ, ଏହି ଦିଗଗୁଡ଼ିକୁ କେବଳ ସିଇଆର୍‌ଏନ୍‌ର ଲାର୍ଜ ହାଡ୍ରନ୍‌ କୋଲାଇଡର୍‌ (ଏଲ୍‌ଏଚ୍‌ସି) ଭଳି ହାଇ ଏନର୍ଜି ପାର୍ଟିକଲ୍‌  ଆକ୍ସିଲରେଟର ଜରିଆରେ ଚିହ୍ନଟ କରାଯାଇପାରେ । 

ଏହା ବିଗ୍‌ ବ୍ୟାଙ୍ଗ ଭଳି ସ୍ଥିତିର ପୁନରାବୃତ୍ତି କରି ଆମ ବ୍ରହ୍ମାଣ୍ଡ  ଉତ୍ପତ୍ତିର ଅନୁସନ୍ଧାନ କରେ । ଲୋବ୍‌ଙ୍କ ଏହି ପରିକଳ୍ପନା ‘ଦ  ପାରାନର୍ମାଲ ୟୁଏଫ୍‌ଓ କନେକ୍ସନ୍‌’ ଶୀର୍ଷକ ଡକ୍ୟୁମେଣ୍ଟାରିରେ  ବର୍ଣ୍ଣନା କରାଯାଇଛି । ତାଙ୍କ ଅନୁସାରେ, ଏଲିଅନ୍‌ ସଭ୍ୟତା  ବୈଷୟିକ ଉନ୍ନତି କ୍ଷେତ୍ରରେ ସମ୍ଭବତଃ ଅନେକ କୋଟି ବର୍ଷ  ଆଗୁଆ । 

ଏହି ଗୁପ୍ତ ଦିଗରେ ଯାତ୍ରା କରିବା ପାଇଁ ଏଲିଅନ୍‌  ସଭ୍ୟତା ହୁଏତ କ୍ୱାଣ୍ଟମ୍‌ ଗ୍ରାଭିଟି ଇଞ୍ଜିନିୟରିଂ ପ୍ରୟୋଗ କରୁଥାଇ  ପାରନ୍ତି । ଏହି ପଦ୍ଧତି ମହାକାଶରେ ଧକ୍କା ହେବାର ଆଶଙ୍କାକୁ  କମାଉଥିବ । ଏହା ସେମାନଙ୍କୁ ବ୍ରହ୍ମାଣ୍ଡରେ ବାଧାରହିତ ଭ୍ରମଣର  ସୁବିଧା ପ୍ରଦାନ କରୁଥିବ । ଏଲିଅନ୍‌ଙ୍କର ଗୁପ୍ତ ମାର୍ଗରେ  ଭ୍ରମଣର ଏହି ଅବଧାରଣା ବାସ୍ତବତା ଉପରେ ଏକ ନୂଆ  ଦୃଷ୍ଟିକୋଣକୁ ଉଜାଗର କରିଛି । 

ଦୈନନ୍ଦିନ ମାନବ ଅନୁଭବରେ  ଦେଖାଯାଇଥିବା ୩ଟି ଡାଇମେନସନ ପରେ ଜୀବନର ବିବିଧତା  ଉପରେ ଏହା ଜୋର ଦେଇଛି । ଲୋବ୍‌ ବାହ୍ୟଗ୍ରହ ବୁଦ୍ଧିମତା  କ୍ଷେତ୍ରରେ ଜଣେ ଅଗ୍ରଣୀ ଅନୁସନ୍ଧାନକାରୀ । ଏଲିଅନ୍‌ଙ୍କ  ଭ୍ରମଣର ଏ ପ୍ରକାର ଟେକ୍ନୋଲୋଜିକୁ ଯଦି ମାନବ ସଭ୍ୟତା  ଉପଯୋଗ କରେ, ତେବେ ବିନା ବାଧାରେ ମହାକାଶ ଭ୍ରମଣ  ସମ୍ଭବ ହୋଇପାରିବ । 

ଏହା ମାନବତା ଉପରେ ପରିବର୍ତ୍ତନକାରୀ  ପ୍ରଭାବ ପକାଇବ ବୋଲି ସେ କହିଛନ୍ତି । ଗୁମ୍ଫାରେ ରହୁଥିବା  ପ୍ରାଚୀନ ମଣିଷ ଏକ ଆଧୁନିକ ସହରକୁ ଦେଖି ଯେମିତି  ଆଶ୍ଚର୍ଯ୍ୟ ହୁଏ, ଏଲିଅନ୍‌ ସଭ୍ୟତାର ଟେକ୍ନୋଲୋଜି ସହ ସେ  ମାନବତାକୁ ଠିକ୍‌ ସେମିତି ତୁଳନା କରିଛନ୍ତି ।  ଲାର୍ଜ ଡ୍ରାଗନ୍‌ କୋଲାଇଡର୍‌ର ଉଚ୍ଚ ଶକ୍ତିସମ୍ପନ୍ନ କଣିକା ଧକ୍କା  ଜରିଆରେ ସିଇଆର୍‌ଏନ୍‌ ଏହି ଗୁପ୍ତ ଦିଗ ଉପରେ କାମ କରୁଛି ।  

ବ୍ରହ୍ମାଣ୍ଡର ଲୁକ୍କାୟିତ ରହସ୍ୟଗୁଡ଼ିକର ଉନ୍ମୋଚନ ଏହାର ଲକ୍ଷ୍ୟ ।  ମୌଳିକ ବଳ ଏଥିରେ ସାମିଲ, ଯାହା ଏଲ୍‌ଏଚ୍‌ସିର ବିକାଶକୁ  ଆକାର ଦେଇଛି । ୨୦୧୨ ମସିହାରେ ଆବିଷ୍କୃତ ହିଗ୍‌ସ ବୋସନ୍‌  ବା ‘ଗଡ୍‌ ପାର୍ଟିକଲ୍‌’ ବ୍ରହ୍ମାଣ୍ଡ ଉତ୍ପତ୍ତି ବିଷୟରେ ବୁଝିବାରେ  ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହୋଇଥିଲା । 

ପରବର୍ତ୍ତୀ ସମୟରେ  ବ୍ରହ୍ମାଣ୍ଡରେ ସୂକ୍ଷ୍ମାତିସୂକ୍ଷ୍ମ ଅଣୁ ଓ ପରମାଣୁର ଅଧ୍ୟୟନରେ ଏହା  ମୂଳଦୁଆ ପକାଇଥିଲା । ୨୦୧୪ ମସିହାର ଏକ ମହାକାଶ ବସ୍ତୁର  ପ୍ରଭାବରୁ ଏଲିଅନ୍‌ ଟେକ୍ନୋଲୋଜିର ବୈଷୟିକ ଜ୍ଞାନକୌଶଳ  ବିଷୟରେ ଜ୍ଞାନ ପ୍ରାପ୍ତି ଲକ୍ଷ୍ୟରେ ଲୋବ୍‌ ନିକଟରେ ପାପୁଆ  ନିଉଗିନି ଯାତ୍ରା କରିଥିଲେ । ବିଶ୍ୱସ୍ତରୀୟ ଏକ ସାମରିକ ବାହିନୀ  ଏଲିଅନ୍‌ ସଭ୍ୟତାର ଅନୁସନ୍ଧାନ କରୁଥିବା କଥା ସେ ଯୁକ୍ତି  କରିଛନ୍ତି । ମାନବତା ପାଇଁ ଏ ପ୍ରକାର ଆବିଷ୍କାର ଅତ୍ୟନ୍ତ ଲାଭକରୀ  ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି ।