ଚମକିବ ଅର୍ଶଦୀପଙ୍କ ଭାଗ୍ୟ, ବର୍ଡର-ଗାଭାସ୍କର ଟ୍ରଫି ପାଇଁ ଯିବେ ଅଷ୍ଟ୍ରେଲିଆ !
ମୁମ୍ବାଇ ୨୬।୦୭ : ଚମକିବ ଅର୍ଶଦୀପ ସିଂହ ଭାଗ୍ୟ । ଟି-୨୦ କ୍ରିକେଟ୍ରେ ଚମକ ପରେ ଟେଷ୍ଟ ଦଳରେ ସାମିଲ ହୋଇପାରନ୍ତି ଏହି ବାମହାତୀ ବୋଲର । ଏନେଇ ଅର୍ଶଦୀପଙ୍କୁ ଆଗାମୀ ଦିଲୀପ ଟ୍ରଫି ଖେଳିବାକୁ କୁହାଯାଇଥିବା ସୂଚନା ମିଳିଛି । ୨୦୨୪ ଟି-୨୦ ବିଶ୍ୱକପ୍ରେ ଅର୍ଶଦୀପଙ୍କ ବୋଲିଂ ଟିମ୍ ପାଇଁ ବେଶ୍ ଫାଇଦା ହୋଇଥିଲା । ଅର୍ଶଦୀପ ଲଗାତର ଭାବେ ହ୍ୱାଇଟ୍ ବଲ୍ କ୍ରିକେଟ୍ ଖେଳୁଛନ୍ତି । ଗତ ଟି-୨୦ ବିଶ୍ୱକପ୍ରେ ସଂୟୁକ୍ତ ଭାବେ ସବୁଠାରୁ ଅଧିକ ଓ୍ୱିକେଟ୍ ନେବାରେ ରେକର୍ଡ ମଧ୍ୟ କରିଛନ୍ତି । ଚଳିତ ଟୁର୍ଣ୍ଣାମେଣ୍ଟରେ ଅର୍ଶଦୀପ ମୋଟ ୧୭ଟି ଓ୍ୱିକେଟ୍ ନେଇଛନ୍ତି ଅର୍ଶଦୀପ । ଜଣେ ବାମହାତୀ ଦ୍ରୁତ ବୋଲର ଭାବେ ଅର୍ଶଦୀପଙ୍କ ଆଗାମୀ ଦିନରେ ଟେଷ୍ଟ ସିରିଜ୍ରେ ସାମିଲ କରିବାକୁ ଚିନ୍ତା କରୁଛି ବୋର୍ଡ । ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ, ଆସନ୍ତା ନଭେମ୍ବର ମାସରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟ ବର୍ଡର-ଗାଭାସ୍କର ସିରିଜ୍ ହେବାକୁ ଯାଉଛି। ଯାହା ଅଷ୍ଟ୍ରେଲିଆରେ ଖେଳାଯିବ । ଏଥିପାଇଁ ବୋର୍ଡ ପକ୍ଷରୁ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଛି । ଖାସ୍ କରି ବୋଲିଂ ବିଭାଗକୁ ଦୃଢ କରିବା ପରେ ପ୍ଲାନ୍ କରୁଛନ୍ତି ଚୟନକର୍ତ୍ତା । ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍ରେ ଅର୍ଶଦୀପଙ୍କୁ ସାମିଲ କରିବା ପାଇଁ ବୋର୍ଡ ଏବଂ ଚୟନକର୍ତ୍ତା ଚିନ୍ତା କରୁଛନ୍ତି । ଆଉ ସେଥିପାଇଁ ତାଙ୍କୁ ଦିଲୀପ ଟ୍ରଫିର କିଛି ମ୍ୟାଚ୍ ବି
ମୁମ୍ବାଇ ୨୬।୦୭ : ଚମକିବ ଅର୍ଶଦୀପ ସିଂହ ଭାଗ୍ୟ । ଟି-୨୦ କ୍ରିକେଟ୍ରେ ଚମକ ପରେ ଟେଷ୍ଟ ଦଳରେ ସାମିଲ ହୋଇପାରନ୍ତି ଏହି ବାମହାତୀ ବୋଲର । ଏନେଇ ଅର୍ଶଦୀପଙ୍କୁ ଆଗାମୀ ଦିଲୀପ ଟ୍ରଫି ଖେଳିବାକୁ କୁହାଯାଇଥିବା ସୂଚନା ମିଳିଛି ।
୨୦୨୪ ଟି-୨୦ ବିଶ୍ୱକପ୍ରେ ଅର୍ଶଦୀପଙ୍କ ବୋଲିଂ ଟିମ୍ ପାଇଁ ବେଶ୍ ଫାଇଦା ହୋଇଥିଲା । ଅର୍ଶଦୀପ ଲଗାତର ଭାବେ ହ୍ୱାଇଟ୍ ବଲ୍ କ୍ରିକେଟ୍ ଖେଳୁଛନ୍ତି । ଗତ ଟି-୨୦ ବିଶ୍ୱକପ୍ରେ ସଂୟୁକ୍ତ ଭାବେ ସବୁଠାରୁ ଅଧିକ ଓ୍ୱିକେଟ୍ ନେବାରେ ରେକର୍ଡ ମଧ୍ୟ କରିଛନ୍ତି । ଚଳିତ ଟୁର୍ଣ୍ଣାମେଣ୍ଟରେ ଅର୍ଶଦୀପ ମୋଟ ୧୭ଟି ଓ୍ୱିକେଟ୍ ନେଇଛନ୍ତି ଅର୍ଶଦୀପ । ଜଣେ ବାମହାତୀ ଦ୍ରୁତ ବୋଲର ଭାବେ ଅର୍ଶଦୀପଙ୍କ ଆଗାମୀ ଦିନରେ ଟେଷ୍ଟ ସିରିଜ୍ରେ ସାମିଲ କରିବାକୁ ଚିନ୍ତା କରୁଛି ବୋର୍ଡ ।
ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ, ଆସନ୍ତା ନଭେମ୍ବର ମାସରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟ ବର୍ଡର-ଗାଭାସ୍କର ସିରିଜ୍ ହେବାକୁ ଯାଉଛି। ଯାହା ଅଷ୍ଟ୍ରେଲିଆରେ ଖେଳାଯିବ । ଏଥିପାଇଁ ବୋର୍ଡ ପକ୍ଷରୁ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଛି । ଖାସ୍ କରି ବୋଲିଂ ବିଭାଗକୁ ଦୃଢ କରିବା ପରେ ପ୍ଲାନ୍ କରୁଛନ୍ତି ଚୟନକର୍ତ୍ତା । ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍ରେ ଅର୍ଶଦୀପଙ୍କୁ ସାମିଲ କରିବା ପାଇଁ ବୋର୍ଡ ଏବଂ ଚୟନକର୍ତ୍ତା ଚିନ୍ତା କରୁଛନ୍ତି । ଆଉ ସେଥିପାଇଁ ତାଙ୍କୁ ଦିଲୀପ ଟ୍ରଫିର କିଛି ମ୍ୟାଚ୍ ବି ଖେଳିବାକୁ କୁହାଯାଇଛି । ଯଦି ଅର୍ଶଦୀପ ଅଷ୍ଟ୍ରେଲିଆ ଗସ୍ତ ଲାଗି ଟିମ୍ରେ ସାମିଲ ହେଉଛନ୍ତି । ତେବେ ବୋଲିଂ ବିଭାଗ ଶକ୍ତିଶାଳୀ ହେବା ଭଳି ମନେ ହେଉଛି । କାହିଁକି ନା ପୂର୍ବରୁ ବୁମ୍ରା ଏବଂ ସାମି ପରି ଅଭିଜ୍ଞ ଖେଳାଳି ରହିଥିବେ । ଆଉ ତାଙ୍କ ସାଙ୍ଗକୁ ଅର୍ଶଦୀପ । ତେବେ ଦେଖାଯାଉ କିପରି ହେଉଛି ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍ ଲାଗି ଦଳ ।
ସୂଚନାଯୋଗ୍ୟ, ଅର୍ଶଦୀପ ସିଂହ ୨୦୨୨ରେ ଟି-୨୦ କ୍ରିକେଟ୍ରେ ପଦାର୍ପଣ କରିଥିଲେ । ଅଷ୍ଟ୍ରେଲିଆରେ ଖେଳାଯାଉଥିବା ଏହି ଟୁର୍ଣ୍ଣାମେଣ୍ଟରେ ଅର୍ଶଦୀପ ଶାନ୍ଦାର ପ୍ରଦର୍ଶନ କରିଥିଲେ । ମୋଟ ୬ଟି ମ୍ୟାଚ୍ ଖେଳି ୧୦ ଓ୍ୱିକେଟ୍ ନେଇଥିଲେ ।